www.samajalive.in
Saturday, December 13, 2025
27.1 C
Bhubaneswar

ପରିବା ଦର ଅହେତୁକ ବୃଦ୍ଧି, ବେପାରୀ ମାଲାମାଲ ଖାଉଟି ବେହାଲ

ବଲାଙ୍ଗିର: ବଜାରରେ ପରିବା ଦର ଅହେତୁକ ଭାବରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ବର୍ଷା ଦିନିଆଁ ଧାନ ଚାଷ ଯୋଗୁଁ ସ୍ଥାନୀୟ ଚାଷୀ ପରିବା ଚାଷ କରୁନଥିବା ବେଲେ ବାହାର ରାଜ୍ୟ(ଛତିଶଗଡ)ରୁ ପନିପରିବା ପ୍ରତ୍ୟେହ ଆସୁଛି ତଥା ଲକ୍‍ଡାଉନା କଟକଣା ଯୋଗୁଁ ଅନେକ ସପ୍ତାହିକ ହାଟ ବନ୍ଧ ରହୁଛି। ଏହାର ସୁଯୋଗ ନେଇ ବେପାରୀ ମନଇଚ୍ଛା ପରିବା ଦର ବଢାଇ ଚାଲିଥିବାର ଅଭିିଯୋଗ ଆସୁଛି। ଏହି ଦରବୃଦ୍ଧି ଯୋଗୁଁ ନିମ୍ନ ଏବଂ ମଧ୍ୟବିତ୍ତ ବର୍ଗର ସାଧଅରଣ ଜନତା ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏବେ ବଜାରରେ ବାଇଗଣ -୪୦,ଟମାଟୋ-୬୦,ଆଳୁ – ୩୫,ପିଆଜ-୨୦,ପୋଟଲ-୫୦,ବନ୍ଧା କୋବି-୪୦, ଫୁଲ କୋବି – ୮୦,ଝୁଡଙ୍ଗ-୪୦,ଜହ୍ନି -୨୦,କଙ୍କଡୋ-୨୦୦,ଧନିଆପତ୍ର- ୧୬୦,ସାଗ -୫୦,କରଡି-୧୭୦ ଟଙ୍କାରେ କିଲୋପ୍ରତି ବିକ୍ରି ଚାଲିଛି। ଯାହାକି ଖାଉଟି ପାଇଁ ଲକ୍‍ଡାଉନ ସମୟରେ ବିଷମ ସମସ୍ୟା ସୃଷ୍ଟି କରୁଛି। ବିଶ୍ୱସ୍ତ ସୁତ୍ରରୁ ଜଣାଯାଏ , ଏସବୁ ପରିବା କମ ଦରରେ ବେପାରୀ କିଣି ପ୍ରାୟ ତିନିଗୁଣା ଠାରୁ ଅଧିକ ମୂଲ୍ୟରେ ବିକ୍ରି କରୁଛନ୍ତି। ଯେପରି ଝୁଡଙ୍ଗ କିଲୋପ୍ରତି ୧୦ରୁ ୧୨ଟଙ୍କାରେ କିଣି ୪୦ରୁ ୫୦ ଟଙ୍କାରେ,ଧନିଆପତ୍ର ୫୦ରୁ ୬୦ ଟଙ୍କାରେ କିଣି ୧୫୦ରୁ ୧୭୦,ଟମାଟୋ ୧୫ରୁ ୨୦ ରେ କିଣି ୪୦ ଟଙ୍କାରେ ବିକ୍ରି କରୁଛନ୍ତି। ଫଳରେ ଆବଶ୍ୟକତାରୁ ଖୁବ୍‍ କମ ପରିବା କିଣି ପରିବାର ଚଳାଇବାର ଦୁଃଖ ମଧ୍ୟବିତ୍ତ ଏବଂ ନିମ୍ନ ବର୍ଗର ଲୋକେ ସହିବାକୁ ବାଧ୍ୟ ହେଉଛନ୍ତି। ଏପରି ସ୍ଥଳେ ପ୍ରଶାସନର ନୀରବତା ଖାଉଟି ପାଇଁ ଆହୁରି ବଡ ସମସ୍ୟା ହୋଇପଡିଛି। ଏସବୁ ପ୍ରତି ବିଭାଗୀୟ ଜିଲା ପ୍ରଶାସନ ଦୃଷ୍ଟି ଦେଇ ପରିବା ଦର ଯଥୋଚିତ ନିୟନ୍ତ୍ରଣରେ ରଖିବା ପାଇଁ ଖାଉଟି ମହଲରେ ଦାବି ହେଉଛି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories