www.samajalive.in
Saturday, December 6, 2025
26.1 C
Bhubaneswar

କନ୍ଧମାଳ: ୫୦ ଆକ୍ରାନ୍ତ ଚିହ୍ନଟ ସହ ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଶହ ଟପିଲା

ଫୁଲବାଣୀ: କନ୍ଧମାଳରେ ଦିନକରେ ୫୦ ଆକ୍ରାନ୍ତ ଚିହ୍ନଟ ସହ କରୋନା ସଂକ୍ରମିତକ ସଂଖ୍ୟା ୫ ଶହ ଟପି ୫୨୭ରେ ପହଂଚିଛି। ଆଜି ଘୋଷଣା ହୋଇଥିବା ୫୦ ଚିହ୍ନଟଙ୍କ ମଧ୍ୟରେ ୪୩ ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି ଓ ସେମାନଙ୍କ ବୟସ ୨ରୁ ୭୫ ବର୍ଷ ମଧ୍ୟରେ ରହିଛି। ଏମାନଙ୍କ ମଧ୍ୟରୁ ଫୁଲବାଣୀରୁ ମାତ୍ର ଜଣେ ଚିହ୍ନଟ ହୋଇଥିବା ବେଳେ ଜି ଉଦୟଗିରିରୁ ୧୮, ଦାରିଙ୍ଗିବାଡିରୁ ୮, ଟିକାବାଲିରୁ ୫, କୋଟଗଡରୁ ୨, ରାଇକିଆରୁ ୨, ବାଲିଗୁଡାରୁ ୯, ଚକାପାଦରୁ ୨, କେ ନୁଆଁଗାଁରୁ ୨ ଓ ଖଜୁରିପଡ଼ାରୁ ଜଣେ ଅଛନ୍ତି। ସଂକ୍ରମିତଙ୍କ ମଧ୍ୟର ଜଣେ ନର୍ସ ଓ ଜଣେ କନେଷ୍ଟବଲ୍‍ ଏପରି ୨ ଜଣ କରୋନା ଯୋଦ୍ଧା ଥିବା ବେଳେ ୧୩ ଜଣ ଜି ଉଦୟଗିରି ଜେଲର ବନ୍ଦି, ୮ ଜଣ ସିଆରପିଏଫ ଜବାନ୍‍ ରହିଛନ୍ତି। ସମସ୍ତଙ୍କୁ ସଂକ୍ରମିତଙ୍କୁ କୋଭିଡ୍‍ ହ୍‍ସିପାଟଲକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରୁ ଚିହ୍ନଟ ସମସ୍ତ ୫୨୭ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୯ ଜଣ ସୁସ୍ଥ ହୋଇ ସାରିଛନ୍ତି। ବାକି ୨୧୬ ଜଣ ଏବେ ଚିକିତ୍ସିତ ହେଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଆଜି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଉଦଘାଟିତ ହୋଇଯାଇଛି ବହୁ ପ୍ରତିକ୍ଷିତ କୋଭିଡ଼୍‍-୧୯ ପରୀକ୍ଷାଗାର। ପୂର୍ବରୁ କନ୍ଧମାଳ ଜିଲାରେ ଯେଉଁ ସ୍ୱାବ ସଂଗ୍ରହ କରାଯାଉଥିଲା ତାହା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଉଥିବା ଯୋଗୁଁ ରିପୋର୍ଟ ମିଳିବାରେ ପ୍ରାୟ ଏକ ସପ୍ତାହ ଲାଗିଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ଆଜି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି କୋଭିଡ଼୍‍-୧୯ ପରୀକ୍ଷାଗାର। ଏହାକୁ କନ୍ଧମାଳ ସି.ଡ଼ି.ଏମ୍‍.ଓ ଡ଼.ରାଜଶ୍ରୀ ପଟନାୟକ ଉଦ୍‍ଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼.କଲ୍ୟାଣି ମିଶ୍ର, ଜିଲା ସ୍ୱାସ୍ଥ୍ୟ କଲ୍ୟାଣ ଅଧିକାରୀ ଡ଼. ପ୍ରସନ୍ନ କୁମାର ତ୍ରିପାଠୀ ଓ ଡ଼ି.ଏମ୍‍.ଆର୍‍.ସି.ଏଚ୍‍ ଆଶିଷ୍‍ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଫୁଲବାଣୀ ଠାରେ ଉଦ୍‍ଘାଟିତ ହୋଇଥିବା ଉକ୍ତ ପରୀକ୍ଷାଗାରେ ପ୍ରତ୍ୟେକ ଦିନ ୨୦ ରୁ ୩୦ଟି ସ୍ୱାର୍ବ ପରୀକ୍ଷା କରାଯାଇ ପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂୁଚନା ଦିଆଯାଇଛି। ତେବେ ଜିଲାରେ ଅଧିକ ସଂଖ୍ୟରେ ସ୍ୱାର୍ବ ସଂଗ୍ରହ କରାଗଲେ ପୂର୍ବପରି ମଧ୍ୟ ଭୁବନେଶ୍ୱର ପଠାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଥିବା ବେଳେ ପୂର୍ବରୁ ଭୁବନେଶ୍ୱର ପଠାଯାଇଥିବା ସ୍ୱାର୍ବ ମଧ୍ୟରୁ ଆହୁରି ୪୦୦ ରିପୋର୍ଟ ଆସିନଥିବା ପ୍ରକାଶ। ଅନ୍ୟପକ୍ଷରେ ଫୁଲବାଣୀରେ ଏହି ସ୍ୱାର୍ବ ପରୀକ୍ଷା କେନ୍ଦ୍ର ଖୋଲାଯାଇଥିବା ଯୋଗୁଁ ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଯେଉଁଦିନ ସ୍ୱାର୍ବ ପରୀକ୍ଷା କରାଯିବ ସେହିଦିନ ହିଁ ରିପୋର୍ଟ ମିଳିପାରିବ ବୋଲି ସୂଚନା ଦିଆଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories