www.samajalive.in
Sunday, December 7, 2025
23.1 C
Bhubaneswar

ମାଟ୍ରିକ ଟପର ମିନାକ୍ଷୀଙ୍କ ଉଚ୍ଚଶିକ୍ଷା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବ ବନବାସୀ ସେବା ସମିତି

ଫୁଲବାଣୀ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଟପର ହୋଇଥିବା ଏକ ଅପହଞ୍ଚ ଇଲାକାର ଝିଅ ମୀନାକ୍ଷୀ ମଳିକଙ୍କର ଉଚ୍ଚଶିକ୍ଷା ପାଇଁ ସମସ୍ତ ପ୍ରକାର ଖର୍ଚ୍ଚ ବହନ କରିବ ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି। ଏନେଇ ଆଜି ସମିତି ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ଜଣାଯାଇଛି। ସେ ୫୫୬ ନମ୍ବର ରଖିଛନ୍ତି ଓ ତାଙ୍କ ସଫଳତାର ହାର ୯୨.୬୬ ପ୍ରତିଶତ।

ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଜଲେପଟା ସ୍ଥିତ ସରକାରୀ ଅନୁସୁଚୀତ ଜାତି ଜନଜାତି ବାଳିକା ବିଦ୍ୟାଳୟର ଛାତ୍ରୀ ଥିଲେ ମିନାକ୍ଷୀ। ଏକ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ମିନାକ୍ଷୀ ପାଠପଢାରେ କେବେହେଲେ ଅବେହେଳା କରି ନ ଥିଲେ। ତାଙ୍କ ଦୃଢ ଇଚ୍ଛା ଶକ୍ତି ବଳରେ ଆଜି ସେ ବିଜୟ ହୋଇଛନ୍ତି। ଦୃଢ ଇଚ୍ଛା ଶକ୍ତି ହିଁ ସଫଳତାର ମାପକାଠି ବୋଲି ସେ ପ୍ରକାଶ କରିଛନ୍ତି। ଟପର ମୀନାକ୍ଷୀଙ୍କ ଉଚ୍ଚଶିକ୍ଷା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବାକୁ କନ୍ଧମାଳ ଜିଲ୍ଲାର ଅଗ୍ରଣି ଅନୁଷ୍ଠାନ ବନବାସୀ ସେବା ସମିତି ଘୋଷଣା ପରେ ଏହାକୁ ନେଇ ବେଶ୍‍ ଖୁସି ଅନୁଭବ କରିଛନ୍ତି ମୀନାକ୍ଷୀ। ବନବାସୀ ସେବା ସମିତିର ସହ ସମ୍ଫାଦକ ରବୀନ୍ଦ୍ର କୁମାର ପଣ୍ଡା କହିଛନ୍ତି ଯେ ମୀନାକ୍ଷୀ ମଳିକ ଜଣେ ଆଦିବାସୀ ଓ ଗରୀବ ପରିବାରର ଝିଅ ହୋଇ ଆଜି ସେ କନ୍ଧମାଳ ଜିଲ୍ଲାରେ ଟପ୍ଟର ହୋଇ ସାରା ରାଜ୍ୟରେ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ମୀନାକ୍ଷିର ପରିବାର ଆର୍ଥିକ ସ୍ଥିତି ଭଲ ନଥିବା ହେତୁ ଆମ ଅନୁଷ୍ଠାନ ବନବାସୀ ସେବା ସମିତି ତରଫରୁ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକ(ଆଜ୍ଞା)ଙ୍କ ସ୍ମୃତିରେ ଶିକ୍ଷାବୃତିରେ ସାମିଲ କରାଇ ତାଙ୍କୁ ଉଚ୍ଚ ଶିକ୍ଷା ପାଇଁ ସମସ୍ତ ଖର୍ଚ୍ଚ ବହନ କରାହେବ ବୋଲି କହିଛନ୍ତି। ମୀନାକ୍ଷୀଙ୍କୁ ବର୍ତମାନ ଯେଉଁ କୌଣସି ଭଲ କଲେଜରେ ଯଦୀ ସିଟ ମିଳେ ତେବେ ତାଙ୍କୁ ସେଠି ନମାଲେଖା ଠାରୁ ସମସ୍ତ ଖର୍ଚ୍ଚ ଦେବା ସହ ଓ ଯୁକ୍ତ ଦୁଇ ପରେ ବି ଉଚ୍ଚଶିକ୍ଷା ପାଇଁ ବି ସମସ୍ତ ଖର୍ଚ୍ଚ ଅନୁଷ୍ଠାନ ତରଫରୁ ଦିଆଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ପ୍ରକାଶଯେ, ମୀନାକ୍ଷୀ ଭଲ ପାଠପଢି ଡାକ୍ତର ହୋଇ ଜନସାଧାରଣଙ୍କ ସେବା କରିବି ବୋଲି କହିଛନ୍ତି।

- Advertisement -

ସେହିଭଳି କନ୍ଧମାଳ ଜିଲାର ଗରୀବ ଆଦିବାସୀ ଝିଅ କୁମାରୀ ମୀନାକ୍ଷୀ ମଲିକ ଦଶମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖି ଜିଲାରେ ଟପର ହୋଇଥିବାରୁ କୁଇ ସାଂସ୍କୃତିକ ପରିଷଦ , ଓଡ଼ିଶା ପକ୍ଷରୁ ମଧ୍ୟ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହିତ ମୀନାକ୍ଷିର ଉଚ୍ଚ ଶିକ୍ଷାପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମଧ୍ୟ ଘୋଷଣା କରାଯାଇଛି। ଏନେଇ ପରିଷଦର ସଭାପତି ପ୍ରତାପ ପ୍ରଧାନ ଏକ ବିବୃତ୍ତିରେ ଜଣାଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories