www.samajalive.in
Sunday, December 7, 2025
23.1 C
Bhubaneswar

କଣ୍ଟାବାଞ୍ଜିରେ ଉପଜିଲାପାଳଙ୍କ ଚଢଉ: ୬ ଦୋକାନ, ଘରୋଇ କ୍ଲିନିକ ସିଲ

କଣ୍ଟାବାଞ୍ଜି: ଟିଟିଲାଗଡ ଉପଜିଲାପାଳ ସୌମେଶ ଉପାଧ୍ୟାୟ ଆଜି କଣ୍ଟାବାଞ୍ଜି ଅଚାନକ ଗସ୍ତ କରିଥିବା ବେଳେ କୋଭିଡ-୧୯ ନିୟମ ଉଲ୍ଲଂଘନ ନେଇ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଆଲୋଚନାର ବିଷୟ ହୋଇଛି। ସହରର ବିଭିନ୍ନ ଅଂଚଳରେ ଉପଜିଲାପାଳ ବୁଲିବା ବେଳେ ଅନେକ ଦୋକାନ ବଜାରରେ ପ୍ରବଳ ଭିଡରେ ସାମାଜିକ ଦୂରତା ରକ୍ଷା ଫସର ଫାଟିଥିବା, ଲୋକେ ମାସ୍କ ପରିଧାନ କରି ନ ଥିବା ତାଙ୍କ ଦୃଷ୍ଟିକୁ ଆସିଥିଲା। ଏନେଇ ସହରର ସିଦ୍ଧି ବିନାୟକ ଶାଢୀ ଦୋକାନ, ରୁଦ୍ର ଟ୍ରେଡର୍ସ, ଦୀପକ କଲେକ୍ସନ, ଜଗଦମ୍ବା କଲେକ୍ସନ, ଆରିୟାନ ଫୁଟ ୱେୟାର, ରିନା ଡ୍ରେସେସ ଆଦି ବ୍ୟବସାୟ ପ୍ରତିଷ୍ଠାନକୁ ଉପଜିଲାପାଳଙ୍କ ନିର୍ଦ୍ଦେଶରେ ୭ ଦିନ ପାଇଁ ସିଲ କରାଯାଇଛି। ସେହିପରି ଏକ ଘରୋଇ କ୍ଲିନିକରେ ଭିଡ ଥିବା ଦେଖି ତାକୁ ମଧ୍ୟ ୭ ଦିନ ପାଇଁ ସିଲ କରିଛନ୍ତି।

ସହରରେ ବିନା ମାସ୍କ ବୁଲୁଥିବା ୧୭ ଜଣଙ୍କୁ ୫୦୦ ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି। ଚଢଉରେ ତହସିଲଦାର ଅଶୋକ ମାଝୀ, ଏସଡିପିଓ ସରୋଜ ମହାପାତ୍ର, ଥାନା ଆଇଆଇସି ସତ୍ୟଜିତ ଖଣ୍ଡଲକର, ଏନଏସି ନୋଡାଲ ଅଧିକାରୀ ଚନ୍ଦ୍ର ଶେଖର ଭୋଇ, ଏନଏସି ଏମଇ ଅଶୋକ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ଆଦିତ୍ୟ ମିଶ୍ର, ସୁଶାନ୍ତ ମହାପାତ୍ର, ଶ୍ରୀକାନ୍ତ ଦାଶ, ଅନନ୍ତ ଛତ୍ରିଆ ତଥା ବ୍ୟାପକ ପୁଲିସ ବଳ ଏବଂ ଏନଏସି କର୍ମଚାରୀ ସାମିଲ ଥିଲେ।

- Advertisement -

ସହରରେ ଡେଲି ମାର୍କେଟ, ସାପ୍ତାହିକ ବଜାରରେ ପ୍ରବଳ ଭିଡ ହେଉଥିବା ନେଇ ଆରଏମସି ୟାର୍ଡକୁ ବଜାର ସ୍ଥାନାନ୍ତର ପାଇଁ ଉପଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଉପଜିଲାପାଳଙ୍କ ଅଚାନକ ଚଢଉ ନେଇ କୋକୁଆ ଭୟ ସୃଷ୍ଟି ସହ ଅନେକ ଦୋକାନ ବଜାର ଆପଣାଛାଏଁ ବନ୍ଦ ହୋଇଯାଇଥିବା ଦେଖାଯାଇଥିଲା। ଅପରପକ୍ଷରେ ସାନ୍ଧ୍ୟକର୍ଫୁ ନେଇ ସହରରେ ବିଭିନ୍ନ ସ୍ଥାନରେ ପୁଲିସ ମୂତୟନ ରହି କଡା ନଜର ରଖିଥିବା ଦେଖାଯାଇଛି। ଆସନ୍ତା କାଲି ଠାରୁ ଅଗଷ୍ଟ ୩ ତାରିଖ ପର୍ୟ୍ୟନ୍ତ କନ୍ଟାବାଞ୍ଜି ସହର ସମ୍ପୁର୍ଣ୍ଣ ସଟଡାଉନ ରହିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories