www.samajalive.in
Saturday, December 6, 2025
23.1 C
Bhubaneswar

ଚାଷୀଙ୍କ କୃଷି ବୀମା ଦାଖଲ ସମୟ ସୀମା ବୃଦ୍ଧି ପାଇଁ ପିସିସି ସଭାପତିଙ୍କ ଦାବି

ଭୁବନେଶ୍ୱର:ସାମ୍ପ୍ରତିକ  କରୋନା ପରିସ୍ଥିତି ରେ ରାଜ୍ୟର ଚାଷୀମାନେ ଅନାହାରକୁ ଗତି କରୁଥିବା ବେଳେ କୃଷି ବୀମା ଦାଖଲ କରିବା ପାଇଁ ଜୁଲାଇ ୩୧ ତାରିଖ ସମୟସୀମା ଧାର୍ଯ୍ୟ କରିବା ଦୁଃଖ ଓ ପରିତାପର ବିଷୟ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ସେ କହିଛନ୍ତି କରୋନା ପରିସ୍ଥିତି କୁ ମୁକାବିଲା କରିବା ପାଇଁ ଆମ କଂଗ୍ରେସ ଦଳ ବିଶେଷ କରି ଚାଷୀମାନଙ୍କ ଅସୁବିଧାକୁ ଦୂର କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବହୁପ୍ରକାର ଅନୁରୋଧ ଏବଂ ନିବେଦନ କଲୁ,କିନ୍ତୁ ଆମ କଥାକୁ ସରକାର ଭ୍ରୁକ୍ଷେପ କଲେନାହିଁ।ତଥାପି ଆମେ ସରକାର ଙ୍କ ପାଖରେ କିଛି ଦାବି ଓ  ଅନୁରୋଧ ରଖୁଛୁ।ରାଜ୍ୟର ଚାଷୀମାନେ ବହୁ ଅଞ୍ଚଳରେ ଏ ପର୍ଯ୍ୟନ୍ତ ଧାନର ବିକ୍ରୟ ମୂଲ୍ୟ ପାଇପାରିନାହାନ୍ତି ଉଦାହରଣ ସ୍ୱରୂପ କେଉଁଝର ଜିଲ୍ଲାର ସାହାରପଡା ଲ୍ୟାମ୍ପ ବା ଧାନ ମଣ୍ଡି ର ର ବହୁ ଚାଷୀ ବିକ୍ରୟ ମୂଲ୍ୟ ପାଇନାହାନ୍ତି,  ଯେଉଁମାନେ କି ଜାନୁଆରୀ ୨୦୨୦ ଜାନୁଆରୀ ରୁ ମାର୍ଚ୍ଚମାସ  ମଧ୍ୟରେ ଧାନ ବିକ୍ରୟ କରିଥିଲେ କିନ୍ତୁ ବହୁ ପଛରେ ଧାନ ବିକୟକରି  କେତେକ ଅଞ୍ଚଳ ଚାଷୀମାନେ ଧାନ ବିକ୍ରୟ ମୂଲ୍ୟ ପାଇସାରିଛନ୍ତି।ଯେଉଁ ଚାଷୀମାନେ ଧାନ ବିକ୍ରୟ ମୂଲ୍ୟ ପାଇନାହାନ୍ତି ସେମାନେ ଦୁଆର ଦୁଆର ବୁଲି ଗୁହାରି କଲେ ମଧ୍ୟ କେହି ତାଙ୍କ କଥା ଶୁଣୁନାହାନ୍ତୁ।ତେଣୁ ଚାଷୀଙ୍କ ଧାନ ବିକ୍ରୟ ମୂଲ୍ୟ ପ୍ରଦାନ ପାଇଁ ସରକାର ତୁରନ୍ତ ବ୍ୟବସ୍ଥା କରନ୍ତୁ ବୋଲି ପିସିସି ସଭାପତି ଅନୁରୋଧ କରିଛନ୍ତି।
କୋଭିଡ ଦୁରାରୋଗ ନିବାରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ସରକାରୀ ଆର୍ଥିକ ନେଣଦେଣ କାଣ୍ଟଛାଣ୍ଟ ଓ ଅନାଦେୟକୁ ଗ୍ରହଣ କରିଥିବା ବେଳେ ଚାଷୀଙ୍କ ଠାରୁ କୃଷି ବୀମା ଅର୍ଥ ପୈଠ କରିବା ପାଇଁ ଚାଷୀଙ୍କୁ ଚଳିତ ମାସ ଜୁଲାଇ ୩୧ ତାରିଖ ସୁଦ୍ଧା ସମୟ ନିର୍ଘଣ୍ଟ କରିବା ଚାଷୀ ବିରୋଧୀ ନୀତି ଛଡା ଆଉ କିଛି ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।କରୋନା ମହାମାରି ପାଇଁ ଦୀର୍ଘଦିନ ଧରି କେନ୍ଦ୍ର ଓ ରାଜ୍ୟସରକାର ଙ୍କ ଲକଡାଉନ, ସଟଡାଉନ କଟକଣା ପାଇଁ ଚାଷ କାର୍ଯ୍ୟ ସମେତ କୃଷି ଜାତ ଦ୍ରବ୍ୟ ବ୍ୟବସାୟ ମଧ୍ୟ ଠପ ହୋଇଯାଇଛି।ଫଳରେ ଚାଷୀମାନେ ଆର୍ଥିକ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି। ତେଣୁ କୃଷି ବୀମା ରାଶି ପୈଠ କରିବା ସମୟ ସୀମାକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ। ସରକାର ଚାହିଁଲେ ଏହି କରୋନା ଦୁର୍ଦ୍ଦିନ ସମୟକୁ ବିଚାରକୁ ନେଇ ଚାଷୀଙ୍କ ନାମରେ ଚଳିତ ବର୍ଷ ପାଇଁ ଏହି ବୀମା ଅର୍ଥ ନିଜେ ପୈଠ କରିଦେଲେ ରାଜ୍ୟର ଚାଷୀମାନେ ଉପକୃତ ହୁଅନ୍ତେ।ନଚେତ ବହୁ ଚାଷୀ ବୀମା କରିବାରୁ ବଞ୍ଚିତ ହେବେ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories