www.samajalive.in
Saturday, December 6, 2025
15.1 C
Bhubaneswar

ରାକ୍ଷୀପୂର୍ଣ୍ଣିମା ସହ ଜଡ଼ିତ ଜଣାଅଜଣା କଥା

ଅଗଷ୍ଟ ୩ ରାକ୍ଷୀପୂର୍ଣ୍ଣିମା।ଏହି ପର୍ବରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ସୁଖସମୃଦ୍ଧିର କାମନା କରିଥାଏ। ଏହା ବଦଳରେ ଭାଇଟିଏ ଭଉଣୀର ସାରା ଜୀବନ ନିଜ ଭଉଣୀର ରକ୍ଷା କରିବାର ସଂକଳ୍ପ କରିଥାଏ। ଏହି ରକ୍ଷା ବନ୍ଧନକୁ ନେଇ ବହୁ କାହାଣୀ ରହିଛି । ଜାଣନ୍ତୁ……
ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମାକୁ ନେଇ ବହୁ ପୌରାଣିକ କଥା ରହିଛ। ଯେଉଁଥିରେ ମୃତ୍ୟର ଦେବତା ଯମରାଜ ଆଉ ଯମୁନା ଭାଇ-ଭଉଣୀ ବନ୍ଧନରେ ବାନ୍ଧି ହୋଇଥିଲେ। ଶ୍ରାବଣ ପୂର୍ଣ୍ଣିମାରେ ଯମୁନା ନିଜ ଭାଇ ଯମରାଜାଙ୍କୁ ରକ୍ଷା ସୂତା ବାନ୍ଧି ଆର୍ଶୀବାଦ ପାଇଥିଲେ। ସେବେ ଠାରୁ ଏହି ପରମ୍ପରା ଶ୍ରାବଣ ପୂର୍ଣ୍ଣିମାରେ ପାଳନ ହୋଇଆସୁଛି।
ରାଜା ବଳୀ ଓ ଦେବୀ ଲକ୍ଷ୍ମୀଙ୍କ କାହାଣୀ-
ଏକଦା ନିଜ ପ୍ରଜା ମାନଙ୍କର ରକ୍ଷା ନିମନ୍ତେ ରାଜା ବଳୀ ଭଗବାନ ବିଷ୍ଣୁଙ୍କୁ ନିଜ ସହ ଯିବାକୁ ରାଜି କରାଇ ଦେଇଥିଲେ। କିନ୍ତୁ ମା’ଲକ୍ଷ୍ମୀ ଏହା ଚାହୁଁ ନଥିଲେ। ଶ୍ରାବଣ ପୂର୍ଣ୍ଣିମା ଦିନ ମା’ଲକ୍ଷ୍ମୀ ରାଜା ବଳୀଙ୍କ ହାତରେ ରାକ୍ଷୀ ବାନ୍ଧି ନିଜ ଇଚ୍ଛା ଜଣାଇଥିଲେ। ଏହା ଯୋଗୁ ବଳୀ ଭଗବାନଙ୍କୁ ନଯିବାକୁ ଅନୁରୋଧ କରିଥିଲେ।
ଅନ୍ୟ ଏକ ପୌରାଣିକ କଥା….
ଏକଦା ରାଜା ଇନ୍ଦ୍ର ଏବଂ ରାକ୍ଷସ ମାନଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା, ଯେଉଁ ଥିରେ ଇନ୍ଦ୍ରଙ୍କର ପରାଜୟ ହେବାକୁ ଲାଗିଥିଲା। ସେହି ସମୟରେ ଇନ୍ଦ୍ରଙ୍କର ପତ୍ନୀ ସଚୀ ଗୁରୁ ବୃହସ୍ପତିଙ୍କ କହିବା ଅନୁଯାୟୀ ଇନ୍ଦ୍ରଙ୍କ ହାତରେ ରକ୍ଷା ସୂତା ବାନ୍ଧି ଥିଲେ। ଏହା କାରଣରୁ ଦାନବ ମାନଙ୍କ ଠାରୁ ଇନ୍ଦ୍ର ଜିତି ପାରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories