www.samajalive.in
Sunday, December 14, 2025
23.1 C
Bhubaneswar

ମାଟ୍ରିକ ପରୀକ୍ଷା ଫଳ: ଜିବି ନଗର ୨, ଖୁଣ୍ଟା ବ୍ଲକର ଜଣେ ଏ ୱାନ

ଖୁଣ୍ଟା: ଖୁଣ୍ଟା ବ୍ଲକର ଜଣେ ଓ ଗୋପବନ୍ଧୁ ନଗର ବ୍ଲକର ୨ଜଣ ମାଟ୍ରିକ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତିତ୍ୱ ପ୍ରଦର୍ଶନ କରିଛନ୍ତି। ଗୋପବନ୍ଧୁ ନଗର ବ୍ଲକର ଏ ୱାନ ସ୍ଥାନରେ ଥିବା ଉଭୟ କୁଆମରା ହାଇସ୍କୁଲର ଅଙ୍କିତ କୁମାର ବେହେରା ୫୭୨ ନମ୍ବର ରଖି ବ୍ଲକରେ ପ୍ରଥମ ସ୍ଥାନରେ ଥିବା ବେଳେ ଖୁଣ୍ଟା ହାଇସ୍କୁଲର ଛାତ୍ରୀ ନିବେଦିତା ବେହେରା ୫୪୨ ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେହିପରି ଖୁଣ୍ଟା ବ୍ଲକର ତାଡକିଝରଣ ସ୍ଥିତ ବଡପଥରା ପଞ୍ଚାୟତ ହାଇସ୍କୁଲର ଛାତ୍ରୀ ସମିତା ସୋରେନ ୫୪୦ ନମ୍ବର ରଖି ଏ ୱାନ ସ୍ଥାନ ହାସଲ କରିଛନ୍ତି।

କୁଆମରା ହାଇସ୍କୁଲର ମେଧାବୀ ଛାତ୍ର ଅଙ୍କିତ ପୂର୍ବରୁ ଏନଆରଟିଏସରେ ଜିଲା ଟପ୍ପର ହୋଇଥିଲା ବେଳେ ଦୁଇ ଥର ପଠାଣୀ ସାମନ୍ତ ଗଣିତ ମେଧା ବୃତ୍ତି ପାଇଥିଲେ। ବାପା ଅରବିନ୍ଦ ଓ ମାଆ ସଙ୍ଗୀତା ଉଭୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଟନ୍ତି। ପିତା, ମାତା, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପ୍ରେରଣା ସହିତ କଠୋର ପରିଶ୍ରମ ଯୋଗୁ ଅଙ୍କିତ ଏହି ସଫଳତା ପାଇଥିବା କହିଛନ୍ତି।

- Advertisement -

ଖୁଣ୍ଟା ହାଇସ୍କୁଲର ଛାତ୍ରୀ ନିବେଦିତା ମଧ୍ୟ ଜଣେ ମେଧାବୀ ଛାତ୍ରୀ। ପୂର୍ବରୁ ପଞ୍ଚମ ଶ୍ରେଣୀ ବୃତ୍ତି ଓ ଏନଆରଟିଏସ ପରୀକ୍ଷାରେ ସେ ସଫଳତା ହାସଲ କରିଥିଲେ। ସେ ବାପା ପରମେଶ୍ୱର ଓ ମାଆ ପଦ୍ମାବତୀଙ୍କର କନ୍ୟା। ଗରିବ ପରିବାରର ହୋଇଥିବାରୁ ନିବେଦିତା ଅତିରିକ୍ତ କୋଚିଂ କିମ୍ବା ଟିଉସନ ସୁବିଧା ପାଇ ନାହାନ୍ତି। କଠୋର ପରିଶ୍ରମ ଓ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିବାରର ପ୍ରେରଣା ଯୋଗୁ ବ୍ଲକରେ ଦ୍ୱିତୀୟ ସ୍ଥାନ ପାଛନ୍ତି ବୋଲି କହିଛନ୍ତି।

ସେହିପରି ଖୁଣ୍ଟା ବ୍ଲକର ତାଡକିଝରଣ ସ୍ଥିତ ବଡପଥରା ପଞ୍ଚାୟତ ହାଇସ୍କୁଲରୁ ଉତ୍ତୀର୍ଣ୍ଣ ଛାତ୍ରୀ ସମିତା ସୋରେନ ବାପା ଭତାଳ ଓ ମାଆ ବୁଧୁନୀ ସୋରେନଙ୍କ କନ୍ୟା ଅଟନ୍ତି। ଆଦିବାସୀ ପରିବାରର ସମିତା ପ୍ରଥମରୁ ଜଣେ ମେଧାବୀ ଛାତ୍ରୀ ଅଟନ୍ତିି।

ସେ ପୂର୍ବରୁ ବୃତ୍ତି ଓ ଏନଆରଟିଏସ ପରୀକ୍ଷାରେ ସଫଳତା ପାଇଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories