www.samajalive.in
Saturday, December 6, 2025
26.1 C
Bhubaneswar

ଏଚଆରଡି ବଦଳି ହେଲା ଶିକ୍ଷା ମନ୍ତ୍ରଣାଳୟ; ନୂଆ ଶିକ୍ଷାନୀତିକୁ କ୍ୟାବିନେଟ୍‌ ମୋହର

ନୂଆଦିଲ୍ଲୀ: କେନ୍ଦ୍ର ମାନବ ସମ୍ବଳ ବିକାଶ(ଏଚଆରଡି) ମନ୍ତ୍ରଣାଳୟକୁ ବଦଳାଯାଇ ଶିକ୍ଷା ମନ୍ତ୍ରଣାଳୟ କରାଯାଇଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଦେଶରେ ନୂଆ ଶିକ୍ଷା ନୀତିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି।

ଏଚଆରଡି ମନ୍ତ୍ରଣାଳୟ ପକ୍ଷରୁ ମନ୍ତ୍ରଣାଳୟ ନାମ ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରଣାଳୟ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। କ୍ୟାବିନେଟ୍‌ ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି। ଏହା ସହିତ ନୂଆ ଶିକ୍ଷା ନୀତିକୁ ଅନୁମୋଦନ ମିଳିବା ପରେ ସମ୍ପୂର୍ଣ୍ଣ ଉଚ୍ଚ ଶିକ୍ଷା ପାଇଁ ଗୋଟିଏ ନିୟନ୍ତ୍ରକ ସଂସ୍ଥା ରହିବ, ଯାହାଫଳରେ ସମସ୍ତ ଅବ୍ୟବସ୍ଥାଗୁଡ଼ିକ ଦୂର ହୋଇପାରିବ।

- Advertisement -

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଉଚ୍ଚ ଶିକ୍ଷା ପାଇଁ ଗୋଟିଏ ନିୟାମକ ସଂସ୍ଥା ‘ନ୍ୟାଶନାଲ ହାୟର ଏଜୁକେଶନ ରେଗୁଲେଟୋରି ଅଥରିଟି(ଏନଏଚଇଆରଏ)’ ବା ‘ହାୟର ଏଜୁକେଶନ କମିଶନ ଅଫ ଇଣ୍ଡିଆ’ ଗଠନ କରିବାକୁ ସ୍ଥିର କରାଯାଇଛି। ଏହା ସହିତ ପ୍ରାଥମିକ ସ୍ତରରେ ଶିକ୍ଷାର ଗୁଣାତ୍ମକ ମାନର ଉନ୍ନତି ପାଇଁ ଏକ ନୂତନ ଜାତୀୟ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛି। ଏହି ଢାଞ୍ଚାରେ ବିଭିନ୍ନ ଭାଷାର ଜ୍ଞାନ, ଏକବିଂଶ ଶତାବ୍ଦୀ ସହ ଜଡିତ କୌଶଳ, କଳା ଏବଂ ପରିବେଶ ସମ୍ବନ୍ଧୀୟ ବିଷୟଗୁଡିକ ଉପରେ ଗୁରୁତ୍ୱ ଦିଆଯିବ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories