www.samajalive.in
Saturday, December 6, 2025
26.1 C
Bhubaneswar

ବଲାଙ୍ଗିରରେ ପିଡିଏସ ଓ ମାଧ୍ୟାହ୍ନ ଭୋଜନ ଚାଉଳର ଚୋରାଚାଲାଣ, ଚୋରୀ କରି ହଜାର ହଜାର କ୍ୱିଣ୍ଟାଲ ସର୍ଟ ଦେଖାଉଛି ବିଭାଗ

ବଲାଙ୍ଗିର :ପିଡିଏସ, ମାଧ୍ୟାହ୍ନ ଭୋଜନ  ପାଇଁ ବଲାଙ୍ଗିର ଜିଲାକୁ ବିଭିନ୍ନ ମିଲରୁ ଆସୁଥିବା ଚାଉଲର ଚୋରାଚାଲାଣ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଥାଏ। ଏହି ଅଭିଯୋଗକୁ ସବୁବେଳେ ହାଲୁକାରେ ନିଆଯାଇଥାଏ। କିନ୍ତୁ ମିଲିଥିବା ସୂଚନା ଅନୁସାରେ ପ୍ରତି ମାସ ଗୋଦାମକୁ ଆସୁଥିବା ଚାଉଳ ପରିମାଣ କମ ରହୁଥିବା ବେଳେ ଏହାକୁ ବିଭାଗ ଗୋଦାମ କର୍ମଚାରୀ ଓ ଯୋଗାଣ ବିଭାଗ କର୍ମଚାରୀ ମାନେ ମିଶି ରଫାଦଫା କରୁଥିବା ଅଭିଯୋଗ ହୋଇଛି। କ୍ୱିଣ୍ଟା କ୍ୱିଣ୍ଟାଲ ଚାଉଲ ଏହିଭଳି ଭାବେ ହେରଫେର ହେଉଥିବା ବେଳେ ଏହାର କୈାଣସି ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏହି ଦୁର୍ନୀତି ପଦାରେ ପଡୁନଥିବା ଜଣାପଡିଛି। 

ବଲାଙ୍ଗିର ଜିଲାରେ ପାଞ୍ଚୋଟି ଗୋଦାମ ରହିଛି। ବଲାଙ୍ଗିର ମାଧିଆପାଲି, ମଲମୁଣ୍ଡା, ଚାରଭଟା, ପାଟଣାଗଡ ଆରଏମସି ଓ କଣ୍ଟାବାଞ୍ଜି ଆରଏମସିରେ ଏହି ଗୋଦାମ ରହିଛି। ମିଲ ମାଳିକ ମାନେ ଦେଉଥିବା ସବୁ ଚାଉଳ ଏହି ଗୋଦାମରେ ରଖାଯାଇଥାଏ। ପରେ ଏଠାରୁ ବିଭିନ୍ନ ବ୍ଲକର ପିଡିଏସ, ମଧ୍ୟାହ୍ନଭୋଜନ, ଆଇସିଏସ ମାନଙ୍କୁ ଚାଉଳ ଯୋଗାଣ କରାଯାଇଥାଏ। ତେବେ ମିଳ ଠାରୁ ଗୋଦାମ ପର୍ଯ୍ୟନ୍ତ ଓ ଗୋଦାମ ରୁ ବିଭିନ୍ନ ବ୍ଲକ ବ୍ଲକକୁ ଯିବା ଭିତରେ ବହୁ ପରିମାଣର ଚାଉଲ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଥାଏ। ଚୋରାଚାଲାଉଣ ହେଉଥିବା ଚାଉଳକୁ ନଷ୍ଟ ହୋଇଥିବ ଦେଖାଇ କର୍ମଚାରୀ ମାନେ ସେହି ଚାଉଳ ହଡପ କରୁଥିବା ଅଭିଯୋଗ ହୋଇଥାଏ।

- Advertisement -

ମିଳିଥିବା ସୂଚନା ଅନୁସାରେ ଚଳିତ ଆର୍ଥିକ ବର୍ଷ ଏପ୍ରିଲ, ମେ, ଜୁନ ଓ ଜୁଲାଇ ମାସରେ ବଲାଙ୍ଗିର ଜିଲାର ଏହି ପାଞ୍ଚଟି ଗୋଦାମକୁ ପ୍ରାୟ ୭ଲକ୍ଷ ୩୮ ହଜାର ୧୩୮ କ୍ୱିଣ୍ଟାଲ ଚାଉଳ ଆସିଥିଲା। ପୂର୍ବ ବର୍ଷର ୮୨ହଜାର୬୬୬ କ୍ୱିଣ୍ଟାଲ ଚାଉଳ ଗୋଦାମରେ ମହଜୁଦ ରହିଥିଲା। ଗୋଦାମରୁ ୮ଲକ୍ଷ୩୭ ହଜାର ୮୩୨ କ୍ୱିଣ୍ଟାଲ ଚାଉଳ ବିଭିନ୍ନ ଯୋଜନାରେ ବ୍ଲକ ମାନଙ୍କୁ ଯୋଗାଣ ହୋଇଥିଲା। ତେବେ ଏହି ଚାରି ମାସ ଭିତରେ ପ୍ରାୟ ୧୨୫୧ କ୍ୱିଣ୍ଟାଲ କମ ରହିଥିବା ଦର୍ଶାଯାଇଛି। ଅଗଷ୍ଟ ମାସର ଚାଉଳ ଗୋଦାମକୁ ଆସିନଥିବା ବେଳେ ଏବେବି ବହୁ ପରିମାଣର ଚାଉଳ ଗଚ୍ଛିତ ରହିଛି। ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ମଧ୍ୟ ବହୁ ପରିମାଣର ଚାଉଳ କମ ରହିଥିବା ଦର୍ଶାଯାଇଥିଲା। ବିଭାଗୀୟ ରିପୋର୍ଟ ଅନୁସାରେ ଏହି ବର୍ଷ ଗୋଦାମ କୁ ବିଭିନ୍ନ ମିଲରୁ ପ୍ରାୟ ୮ଲକ୍ଷ୯୦ହଜାର କ୍ୱିଣ୍ଟାଲ ଚାଉଳ ଆସିଥିଲା। ପୂର୍ବ ବଳକା ଚାଉଳ ମିଶାଇ ଗୋଦାମରେ ରଖାଯାଇଥିଲା। ଏଥିରୁ ପ୍ରାୟ ୧୦ଲକ୍ଷ ୫୮ହଜାର କ୍ୱିଣ୍ଟାଲ ଚାଉଳ ଯୋଗାଣ କରାଯାଇଥିଲା। ଏହି ବର୍ଷ ପ୍ରାୟ ୨୧ ହଜାର କ୍ୱିଣ୍ଟାଲ ଚାଉଳ ସର୍ଟେଜ ରହିଥିବା ଦର୍ଶାଯାଇଥିଲା।

ଏନେଇ ବିଭାଗୀୟ ଅଧିକାରୀ ମାନଙ୍କ କହିବା ଅନୁସାରେ ଚାଉଳ ପରିବହନ, ମହଜୁଦ ସମୟରେ ବହୁ ପରିମାଣର ଚାଉଳ ନଷ୍ଟ ହୋଇଥାଏ। ଯାହାକି ସର୍ଟେଜ ତାଲିକାରେ ଚଢିଥାଏ। କିନ୍ତୁ ଯୋଗାଣ ବିଭାଗର ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି ଏହି ଚାଲାଣ ର ଗୁମର ଖୋଲିଛନ୍ତି। ତାଙ୍କ କହିବା ଅନୁସାରେ ବିଭାଗ କିଛି ପ୍ରତିଶତ ଚାଉଳ କମ ଦେଖାଇବା ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ ଏହାର ଦୁର୍ବ୍ୟବହାର କରାଯାଇଥାଏ। ପରିବହନ ସମୟରେ ଟ୍ରକ କର୍ମଚାରୀ ବଦମାସି କରି ଚାଉଳ ଚୋରାଇଥାନ୍ତି। ପରେ ଗୋଦାମକୁ ଆସିବା ପରେ ଚାଉଳ କର୍ମଚାରୀ ମାନଙ୍କ ସହଯୋଗରେ ଚୋରି ହୋଇଥାଏ। ଏହାକୁ ପରବର୍ତ୍ତୀ ସମୟରେ ଏହି ସର୍ଟେଜ ତାଲିକାରେ ଚଢାଯାଇଥାଏ। ଗୁମର ଫିଟିବା ଭୟରେ ଏନେଇ କୈାଣସି ପ୍ରକାର ଅଭିଯୋଗ କରାନଯାଇ ରଫାଦଫା କରିଦିଆଯାଏ ବୋଲି ସେ କହିଛନ୍ତି। ତେବେ ଜିଲାରେ ଏହି ଗୋଦାମ ମାନଙ୍କରେ ଚାଉଳର ଏକ ବଡ ଧରଣର ଚୋରାଚାଲାଣ କରାଯାଉଥିବା ବେଳେ ବିଭାଗୀୟ କର୍ମଚାରୀଙ୍କ ଏଥିରେ ହାତ ରହିଥାଏ। ଏନେଇ ଜିଲା ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ। ତେବେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories