www.samajalive.in
Wednesday, December 10, 2025
14.1 C
Bhubaneswar

ପୁଇଁତଳା : ୨୦୧୮ ଫୋନ୍ ଓ ଟଙ୍କା ଲୁଟ ମାମଲା; ଫୋନ୍ ଓ ବାଇକ୍ ଜବତ, ୩ ଗିରଫ

ପୁଇଁତଳା : ବଲାଙ୍ଗୀର ଜିଲ୍ଲା ପୁଇଁତଳା ପୁଲିସ ଏକ ପୁରୁଣା ଲୁଟ୍ ମାମଲାରେ ବୁଧବାର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି  ସେମାନଙ୍କଠାରୁ ଏକ ମୋବାଇଲ ଫୋନ୍ ଓ ଗୋଟିଏ ମଟର ସାଇକେଲ ଜବତ କରିଛି।

ମାମଲାରୁ ଜଣାପଡିଛି ଯେ, ଗୋବିନ୍ଦ କୁମାର ଅଗ୍ରୱାଲ ୨୧.୧୧.୨୦୧୮ ରାତି ପ୍ରାୟ ୧୦ ଟାରେ ତାଙ୍କ ମୋଟରସାଇକେଲରେ ବାଲାଙ୍ଗୀରରୁ ଲୋଇସିଂହା ଆସୁଥିଲେ। ଯେତେବେଳେ ସେ ଜାମସର ଛକ ନିକଟରେ ପହଞ୍ଚିଥିଲେ, ପାଞ୍ଚ ଜଣ ବ୍ୟକ୍ତି ଦୁଇଟି ମୋଟରସାଇକେଲ ଆସି ତାଙ୍କୁ ଅଟକାଇଥିଲେ। ଦୁଇ ଅଭିଯୁକ୍ତ ମୋଟରସାଇକେଲ ଆସି ତାଙ୍କ ଗାଲରେ, ମୁଣ୍ଡରେ ଆଘାତ କରି ଧମକ ଦେଇଥିଲେ। ନଗଦ ଟଙ୍କ ଏବଂ ମୋବାଇଲ୍ ଫୋନ୍ ଦେବାକୁ କହିଥିଲେ। ପରେ ସେମାନେ ୭୦ ଟଙ୍କା ଏକ ସାମସଙ୍ଗ ଗାଲାକ୍ସି ଜେ ୨କୋର ମୋବାଇଲ୍ ଫୋନ୍ ଛଡାଇ ନେଇଥିଲେ। ଦୁଇଜଣ ଅଭିଯୁକ୍ତ ତାଙ୍କୁ ବାଧ୍ୟ କରି ବାଲାଙ୍ଗୀରକୁ ଯାଇ ଏଟିଏମରୁ ଟଙ୍କା ଉଠାଇବାକୁ ବାଧ୍ୟ କରିଥିଲେ।  ତାଙ୍କ ଆକାଉଣ୍ଟରେ କମ୍ ବାଲାନ୍ସ ଥିବାରୁ ସେମାନେ ତାଙ୍କୁ ୯୦୦ଟଙ୍କା ଉଠାଇବାକୁ କହିଥିଲେ ଓ ସେହି ୯୦୦ ଟଙ୍କା ତାଙ୍କଠାରୁ ଛଡ଼ାଇ ନେଇଥିଲେ। ଅନୁସନ୍ଧାନ ବେଳେ ପୂର୍ବରୁ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ପୁଲିସ ପୁଣି ୩ ଜଣଙ୍କୁ ଗିରଫ କରିବା ସହିତ ଗୋଟିଏ ବାଇକ୍ ଏବଂ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି।

- Advertisement -

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ସମ୍ବଲପୁର ଗୋଶାଳା କଦମପଡା ଗାଁର ଦୁଇତା ଘୁରଲିଆଙ୍କ ପୁଅ କୃପାସିନ୍ଧୁ ଘରଲିଆ(୨୮), ବଲାଙ୍ଗୀର ଜିଲ୍ଲା  ଟାଉନ ଥାନା ଅନ୍ତର୍ଗତ ମାଲପଡାର ଦୀନବନ୍ଧୁ ଖୁଆସଙ୍କ ପୁଅ ସୂର୍ଯ୍ୟଭାନୁ ଖୁଆସ(୨୩) ଏବଂ ବଲାଙ୍ଗୀର ଜିଲ୍ଲା  ଟାଉନ ଥାନା ଅନ୍ତର୍ଗତ ମାଲପଡାର ରାଜେଶ ମେହେରଙ୍କ ପୁଅ ୟଶ ମେହେର(୨୨)। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କରାଯାଇଛି।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories