www.samajalive.in
Wednesday, December 10, 2025
14.1 C
Bhubaneswar

ଭାରତରେ ପହଞ୍ଚିଲା ୫ଟି ଅତ୍ୟାଧୁନିକ ରାଫେଲ ଯୁଦ୍ଧ ବିମାନ

ପାଞ୍ଚଟି ରାଫେଲ ଜେଟର ପ୍ରଥମ ବ୍ୟାଚ୍ କିଛି ସମୟ ପୂର୍ବରୁ ଅମ୍ବାଲାରେ ପହଂଚିଛି। ତିନୋଟି ସିଙ୍ଗଲ୍ ସିଟ୍ ଏବଂ ଦୁଇଟି ଯୁଗ୍ମ ସିଟ୍ ବିଶିଷ୍ଟ ଏହି ଜାହାଜକୁ ହରିୟାଣାର ଅମ୍ବାଲା ଏୟାରବେସରେ ଭାରତୀୟ ବାୟୁସେନାରେ ଭର୍ତ୍ତି କରାଯିବ। ଫ୍ରାନ୍ସର ବିମାନ ଚଳାଚଳ ସଂସ୍ଥା ଦାସଲ୍ଟ ଦ୍ୱାରା ନିର୍ମିତ ଏହି ଯୁଦ୍ଧ ବିମାନ ସୋମବାର ଦିନ ଦକ୍ଷିଣ ଫ୍ରାନ୍ସର ବୋର୍ଡୋକ୍ସରେ ଥିବା ମେରିଗନାକ୍ ଏୟାରବେସରୁ ବିମାନ ଉଡ଼ାଣ କରିଥିଲା।

୫ଟି ଅତ୍ୟାଧୁନିକ ରାଫେଲ ଯୁଦ୍ଧ ବିମାନ ଅମ୍ବାଲା ଏୟାରବେସରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅବତରଣ ସମୟର ଏକ ୧୧ ସେକେଣ୍ଡ ବିଶିଷ୍ଟ ଭିଡିଓ ଟ୍ୱିଟ କରି କହିଛନ୍ତି, ପକ୍ଷୀଗଣ ସୁରକ୍ଷିତ ଅବତରଣ କରିଛନ୍ତି, ଭାରତୀୟ ସେନା ଇତିହାସରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି।
“The Birds have landed safely in Ambala. The touch down of Rafale combat aircrafts in India marks the beginning of a new era in our Military History. These multirole aircrafts will revolutionise the capabilities of the IAF.

- Advertisement -

ଏହି ପାଞ୍ଚଟି ବିମାନ ୨୦୧୬ ମସିହାରେ ଫ୍ରାନ୍ସରୁ ୫୯ ହଜାର କୋଟି ଟଙ୍କାର ଆନ୍ତ – ସରକାରୀ ଚୁକ୍ତିରେ କିଣାଯାଇଥିବା ୩୬ଟି ବିମାନର ଅଂଶ ବିଶେଷ। ଏହି ବିମାନ ଫ୍ରାନ୍ସରୁ ଭାରତ ପର୍ଯ୍ୟନ୍ତ ପ୍ରାୟ ୭ ହଜାର କିଲୋମିଟର ଦୂରତା ଅତିକ୍ରମ କରିବା ସହ ମଧ୍ୟଭାଗରେ ଇନ୍ଧନ ଭର୍ତ୍ତି କରିଥିଲା ଏବଂ ସଂଯୁକ୍ତ ଆରବ ଏମିରେଟ୍ସରେ ଫ୍ରାନ୍ସର ଥିବା ଏକ ଏୟାରବେସରେ ରହଣି କରିଥିଲା। ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ ଦଶଟି ରାଫେଲ ବିମାନ ଭାରତକୁ ଦେବା ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି କିନ୍ତୁ ମିଶନ ତାଲିମ ପାଇଁ ୫ଟି ବିମାନ ଫ୍ରାନ୍ସରେ ରହିବ। ଆସନ୍ତା ବର୍ଷ ଶେଷ ସୁଦ୍ଧା ସମସ୍ତ ୩୬ଟି ବିମାନ ଭାରତରେ ପହଂଚିବ ବୋଲି ଜଣାପଡିଛି।

ୟୁଏଇର ଅଲ-ଧଫ୍ରା ଏୟାର ବେସରେ ପହଞ୍ଚିବା ପୂର୍ବରୁ ରାଫେଲ ଯୁଦ୍ଧ ବିମାନରେ ଆକାଶ ମାର୍ଗରେ ଇନ୍ଧନ ଭର୍ତ୍ତି କରାଯାଇଥିଲା। ପରେ ଜେଟଗୁଡ଼ିକ ଭାରତ ଯାତ୍ରା ଆରମ୍ଭ କରିଥିଲେ। ୫ଟି ରାଫେଲ ଯୁଦ୍ଧ ବିମାନ ଭାରତୀୟ ବାୟୁ ସୀମାରେ ପ୍ରବେଶ କରିବା ପରେ ଆରବ ସାଗରରେ ମୁତୟନ ଆଇଏନଏସ କୋଲକାତା ସେଗୁଡିକୁ ସ୍ୱାଗତ କରିଥିଲା ଓ କହିଥିଲା ‘ଗର୍ବର ସହ ଆକାଶକୁ ଛୁଇଁ ଯାଅ’। ମୁମ୍ବାଇ ବାୟୁ ସୀମାରେ ପ୍ରବେଶ ପରେ ରାଫେଲ ଯୁଦ୍ଧ ବିମାନକୁ ସ୍ୱାଗତ କରିଥିଲା ଭାରତୀୟ ବାୟୁ ସେନା କଣ୍ଟ୍ରୋଲ ରୁମ ଓ ରାଫେଲ ଯୁଦ୍ଧ ବିମାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁଭେଚ୍ଛା ଜଣାଇଥିଲେ।

ରାଫେଲ ଅବତରଣ କରିବାର ଦୃଶ୍ୟ

ପରେ ରାଫେଲ ଯୁଦ୍ଧ ବିମାନକୁ ଯୁଦ୍ଧ ଜାହାଜ ଡେଲଟା ୩୬ ଶୁଭେଚ୍ଛା ଜଣାଇବା ପରେ ଅମ୍ବାଲା କାଣ୍ଟ ବିମାନ ଘାଟୀକୁ ପର୍ଯ୍ୟନ୍ତ ବହୁ ପ୍ରତିକ୍ଷିତ ରାଫେଲ ଯୁଦ୍ଧ ବିମାନକୁ ସୁରକ୍ଷା ଦେଇ ୨ଟି ସୁଖୋଇ ବିମାନ ଉଡାଣ କରିଥିଲା।

ରାଫେଲ ଯାତ୍ରା ପାଇଁ ଫ୍ରାନ୍ସ ବାୟୁସେନା ଦ୍ୱାରା ଦିଆଯାଇଥିବା ସହାୟତାକୁ ଭାରତୀୟ ବାୟୁସେନା ପ୍ରଶଂସା କରିଛି। ରାଫେଲର ମିଶନ୍ ସିଷ୍ଟମରେ ବିଭିନ୍ନ ସାମ୍ପ୍ରତିକ ଏବଂ ଭବିଷ୍ୟତର ଅସ୍ତ୍ରଶସ୍ତ୍ରକୁ ଏକତ୍ର କରିବାର ସାମର୍ଥ୍ୟ ଅଛି। ଏହି ଯୁଦ୍ଧ ବିମାନଗୁଡ଼ିକ ବହୁ ପ୍ରଭାବଶାଳୀ ଅସ୍ତ୍ରଶସ୍ତ୍ର ବହନ କରିବାରେ ସକ୍ଷମ।

ରାଫେଲ ଜେଟଗୁଡିକରେ ଭାରତର ଆବଶ୍ୟକତା ମୁତାବକ ଇସ୍ରାଏଲର ହେଲମେଟ ମାଉଣ୍ଟେଡ ଡିସପ୍ଲେ, ରାଡାର ଚେତାବନୀ ରିସିଭର୍, ଲୋ ବ୍ୟାଣ୍ଡ ଜାମର ଏବଂ ୧୦ ଘଣ୍ଟିଆ ଫ୍ଲାଇଟ୍ ଡାଟା ରେକର୍ଡିଂ ବ୍ୟବସ୍ଥା ରହିଛି। ଏହି ରାଫେଲ ଯୁଦ୍ଧ ବିମାନରେ ୧୪ଟି ହାର୍ଡ ପଏଣ୍ଟ ରହିଛି ଓ ସେଥି ମଧ୍ୟରୁ ପାଞ୍ଚଟି ପଏଣ୍ଟରୁ ଟ୍ୟାଙ୍କ ଏବଂ ଗୋଳାବାରୁଦ ନିକ୍ଷେପ କରିହେବ। ରାଫେଲର ମୋଟ ବାହ୍ୟ ଭାର ଧାରଣ କ୍ଷମତା ନଅ ଟନରୁ ଅଧିକ ହୋଇଥିବାରୁ ଏହା ଅଧିକ ୯ ଟନ ଓଜନ ବୋହି ନେବାକୁ ମଧ୍ୟ ସକ୍ଷମ।

ବାୟୁସେନାର ପୂର୍ବତନ ମୁଖ୍ୟ ଏସ୍ କୃଷ୍ଣସ୍ୱାମୀ କହିଛନ୍ତି ଯେ ରାଫେଲ ଭାରତୀୟ ବାୟୁସେନାକୁ ଅଧିକ କ୍ଷମତାଶାଳୀ କରିବ। ସେ କହିଛନ୍ତି ଯେ ଏହା ଏକ ମିଶନରେ ଏକାଧିକ ଭୂମିକା ଗ୍ରହଣ କରିପାରିବ। ପୂର୍ବତନ ବାୟୁସେନା ମୁଖ୍ୟ କହିଛନ୍ତି ଯେ ରାଫାଲ ଏକ ସମୟରେ ଏୟାର-ଟୁ-ଗ୍ରାଉଣ୍ଡ ଷ୍ଟ୍ରାଇକ୍ କରିବା ସହିତ ଏୟାର-ଟୁ-ଏୟାର ଆକ୍ରମଣ କରିପାରିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories