www.samajalive.in
Tuesday, December 9, 2025
23.1 C
Bhubaneswar

କରୋନା ବଦଳାଇଲା ପରମ୍ପରା : ଅନଲାଇନରେ ହେଲା ‘ନିକାହ’

ଝାରସୁଗୁଡ଼ା : କରୋନା ଯୋଗୁଁ ପାଠ ରୁ ଆରମ୍ଭ କରି ରୋଜଗାର ପର୍ଯ୍ୟନ୍ତ ପ୍ରାୟ ସବୁ କିଛି ଅନଲାଇନ ମାଧ୍ୟମରେ ହେଉଛି। ଏହି ଅନଳାଇନ ଟ୍ରେଣ୍ଡରେ ଏବେ ସାମିଲ ହୋଇଛି ବିବାହ ବା ନିକାହ। ରାଜ୍ୟ ବାହାରୁ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଥିବାବେଳେ ଏବେ ଓଡିଶାର ଝାରସୁଗୁଡାରେ ଏଭଳି ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ାର ମେହେନ୍ଦି ରାଜା(୩୪) ଓ ନାଗପୁରର କାମଟିର ତେହେରା ବାନୋ(୨୮) ଧାର୍ଯ୍ୟ ବିବାହ ତାରିଖକୁ ନ ଘୁଞ୍ଚାଇବା ପାଇଁ ଏଭଳି ହାଇଟେକ ଉପାୟରେ ଭିଡିଓ କଲିଂ ମାଧ୍ୟମରେ ନିକାହ କରିଛନ୍ତି।

ଝାରସୁଗୁଡ଼ା ମଙ୍ଗଳବଜାର ନିବାସୀ ମେହେନ୍ଦି କହନ୍ତି ନିକାହ ପାଇଁ ମାର୍ଚ୍ଚରେ ତାରିଖ ଧାର୍ଯ୍ୟ କରାଯାଇଥିଲା। ହେଲେ ଲକଡାଉନ ପାଇଁ ଘୁଞ୍ଚାଇ ଦେଇଥିଲେ। ତେବେ ଲକଡାଉନ ସାମାନ୍ୟ କୋହଳ ହୋଇଥିଲେ ହେଁ ମହାରାଷ୍ଟ୍ର ହଟସ୍ପଟ ଥିବାରୁ ଏଠାରୁ ବରଯାତ୍ରୀ ନେଇଯିବା ଅଥବା କନ୍ୟାପକ୍ଷ ଏଠାକୁ ଆସି ନିକାହ ସମ୍ପନ୍ନ କରିବା ସମ୍ଭବ ନ ଥିଲା। ତା ଛଡ଼ା ଆନ୍ତଃରାଜ୍ୟ ଗମନଗମନ କଲେ ୧୪ଦିନିଆ ପୃଥକବାସ ବାଧ୍ୟତାମୂଳକ ଥିବାରୁ  ଅନଲକ-୨ରେ ମଧ୍ୟ କେହି ଯିବା ଆସିବା କରିପାରିନଥିଲେ। ଏ ସଂକ୍ରାନ୍ତରେ ଉଭୟ ପକ୍ଷ ମୌଲବୀମାନଙ୍କ ସହ ଯୋଗାଯୋଗ କରିବାରୁ ନିକାହର ମନ୍ତ୍ରପାଠ ଓ ସଂକଳ୍ପ ପାଇଁ ଏକତ୍ରିତ ହେବା ଅତ୍ୟନ୍ତ ଆବଶ୍ୟକ ହୋଇ ନ ଥିବା କହିବା ପରେ ଭିଡିଓ କଲିଂରେ ବିବାହ ପାଇଁ ନିଷ୍ପତ୍ତି ହୋଇଥିଲା। ଏଠି ଝାରସୁଗୁଡ଼ାରେ ମେହେନ୍ଦି ରାଜା ସେହରା ପିନ୍ଧି ବରବେଶରେ ପ୍ରସ୍ତୁତ ହୋଇଥିବା ବେଳେ କନ୍ୟା ତେହେରିନ ବାନୋ ନାଗପୁରରେ ସାଦି କା ଯୋଡ଼ା ଓ ବଧୂବେଶରେ ସଜେଇ ହୋଇ ରହିଥିଲେ। ବର ମେହେନ୍ଦି ରାଜା କହିଛନ୍ତି ନାଗପୁରର କାମଟିର ମୌଲାନା ମୁସଲିମ ରାଜାଙ୍କ ଉପସ୍ଥିତିରେ ହ୍ୱାଟ୍ସ ଆପ୍‌ ଭିଡିଓ କଲ ଜରିଆରେ ଆମେ ବିବାହର ସଂକଳ୍ପ କରିଥିଲୁ। କରୋନା କଟକଣା ସରିବା ପରେ ଭୋଜିଭାତ କରିବୁ ବୋଲି କହିଛନ୍ତି।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories