www.samajalive.in
Saturday, December 13, 2025
27.1 C
Bhubaneswar

ରେଙ୍ଗାଳୀ ଓ କୁଳୁମା ପଞ୍ଚାୟତ ସଟଡାଉନ ଘୋଷଣା କଲେ ସରପଞ୍ଚ

କଣିହାଁ: ରେଙ୍ଗାଳୀ ଓ କୁଳୁମା ପଞ୍ଚାୟତରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସଂକ୍ରମଣ ଆଶଙ୍କାରେ ଏହି ଦୁଇ ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସଟ୍‌ଡାଉନ୍‌ ସମୟରେ ଲୋକେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଅପରପକ୍ଷରେ କରୋନା ସଂକ୍ରମଣକୁ ନେଇ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ, ସଚେତନତା ଦ୍ବାରା ଏହାର ମୁକାବିଲା କରାଯାଇପାରିବ ବୋଲି ପଞ୍ଚାୟତ ପ୍ରଶାସନ ପକ୍ଷରୁ କୁହାଯାଇଛି।
ଅନଗୁଳ ଜିଲା କଣିହାଁ ବ୍ଲକ ରେଙ୍ଗାଳୀ ଅଞ୍ଚଳରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଓ ୨ଜଣ ପୁରୁଷ ଅଛନ୍ତି। ସେଥି ମଧ୍ୟରୁ ଜଣେ ୪୦ ବର୍ଷୀୟା ମହିଳା, ୨୪ ବର୍ଷୀୟା ପୁରୁଷ ଗଞ୍ଜାମ ଫେରନ୍ତା, ଅନ୍ୟ ଜଣେ ୩୪ବର୍ଷୀୟା ପୁରୁଷ। ସେମାନେ ବିଶାଖାପାଟଣାରୁ ଆସି ଗୋଟିଏ ସଂଗରୋଧ କେନ୍ଦ୍ରରେ ଥିଲେ। ମଙ୍ଗଳବାର ଅପରାହ୍ନରେ ସେମାନଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଉକ୍ତ ଖବର ପ୍ରଚାରିତ ହେବା ପରେ ରେଙ୍ଗାଳୀ ଅଞ୍ଚଳରେ ଜନସାଧାରଣ ଆତଙ୍କ ଖେଳିଯାଇଛି। ସଂକ୍ରମଣକୁ ଏଡାଇବାକୁ ଯାଇ ରେଙ୍ଗାଳୀ ଓ କୁଳୁମା ପଞ୍ଚାୟତର ସରପଞ୍ଚ ସଟଡାଉନ ଘୋଷଣା କରିଛନ୍ତି। ରେଙ୍ଗାଳୀ ସରପଞ୍ଚ ରଶ୍ମିତା ସେଠୀ ମଙ୍ଗଳବାର ରାତ୍ର ୭ଘଟିକାରୁ ୩୧/୭/୨୦ ରିଖ ରାତ୍ର ୯ଘଟିକା ପର୍ୟ୍ୟନ୍ତ ସଟ ଡାଉନ ଘୋଷଣା କରିଛନ୍ତି। ସେହିପରି କୁଳୁମା ସରପଞ୍ଚ ନିଶାକର ବିଶ୍ବାଳ ୨୯/୭/୨୦ ରିଖ ସକାଳ ୮ଘଟିକାରୁ ୩୦/୭/୨୦ ରିଖ ସନ୍ଧ୍ୟା ୮ଘଟିକା ପର୍ୟ୍ୟନ୍ତ ସଟ ଡାଉନ ଘୋଷଣା କରିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories