www.samajalive.in
Sunday, December 14, 2025
26.1 C
Bhubaneswar

ଅଯୋଧ୍ୟା ଭୂମି ପୂଜନରେ ଲାଗିବ ୨୨.୬ କିଲୋଗ୍ରାମର ରୁପା ଇଟା

ରତନ ଟାଟା, ମୁକେଶ ଅମ୍ବାନୀ, ଗୌତମ ଆଦାନୀ, କୁମାର ମଙ୍ଗଳମ୍ ବିର୍ଲା, ଆନନ୍ଦ ମହିନ୍ଦ୍ରା, ରାହୁଳ ବଜାଜ, ରାଜୀବ ବଜାଜଙ୍କୁ ନିମନ୍ତ୍ରଣ

ଅଯୋଧ୍ୟା: ଆସନ୍ତା ଅଗଷ୍ଟ ୫ ତାରିଖରେ ହେବାକୁଥିବା ଶ୍ରୀରାମନ୍ଦିର ଭୂମି ପୂଜନ ଲାଗି ସଜେଇ ହେବାରେ ଲାଗିଛି ଅଯୋଧ୍ୟା ସହର । ସାରା ସହରକୁ ରାମମୟ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବେ ଓ ସର୍ବାଧିକ ୨୦୦ ବ୍ୟକ୍ତି ଏଥିରେ ଉପସ୍ଥିତ ରହିବେ । ୨୨.୬ କିଲୋଗ୍ରାମର ରୁପା ଇଟାରେ ଶିଳାନ୍ୟାସ କରାଯିବ ।

- Advertisement -

ତେବେ ଏହି କାର୍ଯ୍ୟକ୍ରମରେ କେଉଁମାନେ ଯୋଗ ଦେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏଥିରେ ରାମଜନ୍ମଭୂମି ଟ୍ରଷ୍ଟସହ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ କିଛି ସାଧୁସନ୍ଥ ଓ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ଦିଆଯାଇଛି ।

ସୂଚନା ଅନୁସାରେ ଉଦ୍ୟୋଗ ଜଗତର କିଛି ବଡ଼ ବ୍ୟକ୍ତିତ୍ବଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବାକୁ ନିମନ୍ତ୍ରଣ ପଠାଯାଇଛି । ଏଥିରେ ଶିଳ୍ପପତି ରତନ ଟାଟା, ମୁକେଶ ଅମ୍ବାନୀ, ଗୌତମ ଆଦାନୀ, କୁମାର ମଙ୍ଗଳମ୍ ବିର୍ଲା, ଆନନ୍ଦ ମହିନ୍ଦ୍ରା, ରାହୁଳ ବଜାଜ, ରାଜୀବ ବଜାଜଙ୍କ ପରି ଶିଳ୍ପ ଜଗତର ବଡ଼ବଡ଼ ବ୍ୟକ୍ତି ସାମିଲ ଅଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମମନ୍ଦିରର ଭୂମିପୂଜା କରିବେ । ଏଥିପାଇଁ ଟ୍ରଷ୍ଟ ପକ୍ଷରୁ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ଜାରି କରାଯାଇଛି । ୫ ତାରିଖ ୧୧.୩୦ ମିନିଟରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ପହଞ୍ଚିବେ । ଏହାପରେ ସେ ପ୍ରଥମଥର ପାଇଁ ରାମଜନ୍ମଭୂମି ଯାତ୍ରା କରିବେ ।

ସାରା ଦେଶରୁ ୨୦୦ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିରେ ୫୦ ଜଣ ସାଧୁସନ୍ଥ, ୫୦ ଜଣ ଅଧିକାରୀ, ବିଶ୍ବହିନ୍ଦୁ ପରିଷଦ ଓ ରାମମନ୍ଦିର ଟ୍ରଷ୍ଟର ୫୦ ଜଣ ଉପସ୍ଥିତ ରହିବ । ଅନ୍ୟ ୫୦ ଜଣଙ୍କ ମଧ୍ୟରେ ଦେଶର ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ନାମ ରହିଛି ।

ମନ୍ଦିର ନିର୍ମାଣ ଭୂମି ପୂଜା ଅବସରରେ ହରିଦ୍ବାରର ହର କି ପୌଡ଼ିରୁ ଆସିଛି ଗଙ୍ଗାଜଳ । ବିଶ୍ବହିନ୍ଦୁ ପରିଷଦ ଅଯୋଧ୍ୟାରେ ଗଙ୍ଗାଜଳ ଓ ଉତ୍ତରାଖଣ୍ଡର ସିଦ୍ଧ ପୀଠର ମାଟି ପଠାଇବା ବ୍ୟବସ୍ଥା କରିଛି । ଗତକାଲି (ସୋମବାର ) ହରିଦ୍ବାରରୁ ପୂଜାର୍ଚନା ପରେ ଗଙ୍ଗାଜଳ କଳସ ଓ ଗଙ୍ଗାରୁ ଏକ କଳସ ବାଲି ପଠାଯାଇଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories