www.samajalive.in
Wednesday, December 10, 2025
14.1 C
Bhubaneswar

ଜିଲାପାଳ, ସିଡିଏମ୍‌ଓଙ୍କୁ ମୁଖ୍ୟ ସଚିବଙ୍କ ନିର୍ଦେଶ : ଆହ୍ବାନକୁ ଜାଣ, ଆଗୁଆ ରଣନୀତି ପ୍ରସ୍ତୁତ କର

ଭୁବନେଶ୍ବର : କରୋନା ମୁକାବିଲାକୁ ନେଇ ଦେଖା ଦେଉଥିବା ଆହ୍ବାନକୁ ଆଗୁଆ ଚିହ୍ନଟ କରି ଆବଶ୍ୟକ ହେଲେ ନୂଆ ରଣନୀତି ପ୍ରସ୍ତୁତ କରିବା ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଆଜି ଭିଡ଼ିଓ କନଫରେନ୍‌ସିଂ ଜରିଆରେ ଲୋକସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଜିଲାପାଳ ଓ ସିଡିଏମ୍‌ଓଙ୍କୁ ଶ୍ରୀ ତ୍ରିପାଠୀ ଏହା କହିଛନ୍ତି। ମୁଖ୍ୟ ସଚିବ କହିଥିଲେ ଯେ ଆସନ୍ତା ଅଗଷ୍ଟ ମାସ ଆମ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ।

ଏହି ସମୟରେ କରୋନାକୁ ନେଇ ଅନେକ ଆହ୍ବାନ ଦେଖାଯାଇ ପାରେ। ତେଣୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ତାହାର ମୁକାବିଲା ପାଇଁ ଆଗୁଆ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ। ପ୍ଲାଜ୍‌ମା ଦାନ ପାଇଁ ଜିଲାପାଳମାନେ ଜନସାଧାରଣଙ୍କୁ ଉତ୍ସାହିତ କରିବେ। ପ୍ଲାଜ୍‌ମା ବ୍ୟାଙ୍କ୍‌କୁ ଆସୁଥିବା ଲୋକଙ୍କ ରହିବା, ଖାଦ୍ୟପେୟ ଓ ପରିବହନ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ଆସନ୍ତା ମାସ କ୍ୟାପିଟାଲ ହସ୍ପିଟାଲ, ରାଉରକେଲାର ଆଇଜିଏଚ୍‌, ବୁର୍ଲାର ଭୀମସାର, ବ୍ରହ୍ମପୁରର ଏମ୍‌କେସିଜିରେ ପ୍ଲାଜ୍‌ମା ବ୍ୟାଙ୍କ କାର୍ଯ୍ୟକ୍ଷମ ହେବାର ଥିବାରୁ ସମ୍ପୃକ୍ତ ଜିଲାପାଳମାନଙ୍କୁ ଏଥିପ୍ରତି ଯତ୍ନବାନ୍ ହେବାକୁ କୁହାଯାଇଛି। ପ୍ଲାଜ୍‌ମା ଦାନ ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କ ପଞ୍ଜୀକରଣ ପାଇଁ ଅନ୍‌ଲାଇନ୍ ବ୍ୟବସ୍ଥା କରିବା ପାଇଁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ।

- Advertisement -

ଏଥିସହ ଉକ୍ତ ପୋର୍ଟାଲରେ ବିଭିନ୍ନ ବ୍ୟାଙ୍କରେ ଉପଲବ୍ଧ ପ୍ଲାଜ୍‌ମା ସମ୍ପର୍କରେ ସବିଶେଷ ସୂଚନା ରହିବ, ଯଦ୍ଦ୍ବାରା କୋଭିଡ୍ ହସ୍ପିଟାଲଗୁଡ଼ିକ କମ୍ ସମୟରେ ରକ୍ତର ଆବଶ୍ୟକତା ନେଇ ଅବଗତ କରିପାରିବେ। ସ୍ବାସ୍ଥ୍ୟ ବିଭାଗ ଏସିଏସ୍ ପି.କେ ମହାପାତ୍ର କହିଥିଲେ ଯେ ଆମ ପାଖରେ ଟେଷ୍ଟିଂ କିଟ୍ ଓ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଜିଲାଗୁଡ଼ିକୁ ପ୍ରାୟ ୧ ଲକ୍ଷ ୧୬ ହଜାର ଏଣ୍ଟିଜେନ୍ ଟେଷ୍ଟ କିଟ୍ ପଠାଯାଇଛି। ହଟ୍‌ସ୍ପଟ୍ ଜିଲାରେ ଦୈନିକ ୧ ହଜାର ଓ ଅନ୍ୟ ଜିଲାରେ ୫୦୦ ନମୁନା ପରୀକ୍ଷା ପାଇଁ ଜିଲାପାଳମାନଙ୍କୁ କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଏସ୍‌ଆରସି ପ୍ରଦୀପ ଜେନା, ଏନ୍‌ଆରଏଚ୍‌ଏମ୍ ନିର୍ଦେଶିକା ଶାଲିନୀ ପଣ୍ଡିତ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories