www.samajalive.in
Monday, December 15, 2025
16.1 C
Bhubaneswar

‘ନାଗିନ୍‍-୫’: ବିଷଧର ନାଗୁଣୀ ରୂପରେ ହିନା ଖାନ, ଏହି ଦୁଇ କଳାକାର ମଧ୍ୟ ଆସିବେ ନଜର

ମୁମ୍ବଇ: କଲର୍ସର ଲୋକପ୍ରିୟ ଧାରାବାହିକ ‘ନାଗିନ୍‍’ର ୫ମ ସିଜନ୍‍ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ‘ନାଗିନ୍‍-୫’କୁ ନେଇ ପ୍ରସଂଶକଙ୍କମାନେ ଉତ୍ସାହିତ ଅଛନ୍ତି। ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ, ‘ନାଗିନ୍‍-୫’ରେ କେଉଁ ଟିଭି ଅଭିନେତ୍ରୀ ନାଗିନ୍‍ ଭୂମିକାରେ ନଜର ଆସିବେ। ଏହି ସିଜନ୍‍ ପାଇଁ ଦୀପିକା କକ୍କଡ଼ଠାରୁ ଆରମ୍ଭ କରି ଦିବ୍ୟାଙ୍କା ତ୍ରିପାଠୀ ପର୍ଯ୍ୟନ୍ତ ନାଁ ଶୁଣିବାକୁ ମିଳିଥିଲା। ତେବେ ‘ନାଗିନ୍‍-୫’ର ପ୍ରଥମ ଲୁକ୍‍ ପୋଷ୍ଟର ସହ ଏହି ରହସ୍ୟ ଉପରୁ ମଧ୍ୟ ପରଦା ଉଠାଯାଇଛି ଯେ କିଏ ସାଜିଛନ୍ତି ନାଗିନ୍‍। ‘ନାଗିନ୍‍-୫’ର ପ୍ରଥମ ଲୁକ୍‍ରେ ନାଗିନ୍‍ର ଚେହେରା ଢଙ୍କା ହୋଇଛି, କିନ୍ତୁ ଆଖିରୁ ସ୍ପଷ୍ଟ ବାରି ହେଉଛି ଯେ ଇଏ ଆଉ କେହି ନୁହଁନ୍ତି ବରଂ ଅଭିନେତ୍ରୀ ହିନା ଖାନ୍‍।

- Advertisement -

ସୂଚନାଯୋଗ୍ୟ, ହିନାଙ୍କ ବ୍ୟତୀତ ଅଭିନେତ୍ରୀ ସୁରଭି ଚନ୍ଦନା ମଧ୍ୟ ଏହି ଧାରାବାହିକରେ ନଜର ଆସିବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ ସୁରଭିଙ୍କ ଲୁକ୍‍ ଏବେ ସାମ୍ନାକୁ ଆସିନାହିଁ। ସେହିପରି ଅଭିନେତା ଧୀରଜ ଧୁପର ଏଥିରେ ନାୟକ ଭୂମିକାରେ ନଜର ଆସିବେ। ଧୀରଜ ଏବେ ଏକତା କପୁରଙ୍କ ଲୋକପ୍ରିୟ ଧାରାବାହିକ ‘କୁଣ୍ଡଲୀ ଭାଗ୍ୟ’ରେ ଅଭିନୟ କରୁଛନ୍ତି। ‘ନାଗିନ୍‍-୫’ରେ ନିଜ ଚରିତ୍ରକୁ ନେଇ ଖୁବ୍‍ ଉତ୍ସାହିତ ଥିବା ସେ କହିଛନ୍ତି। ଧୀରଜଙ୍କ ବ୍ୟତୀତ ‘ହ୍ୟାକ୍‍ଡ’ର ଲୋକପ୍ରିୟ କଳାକାର ମୋହିତ ମାଲହୋତ୍ରା ‘ନାଗିନ୍‍-୫’ରେ ନଜର ଆସିବେ। ତାଙ୍କୁ ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories