www.samajalive.in
Friday, December 5, 2025
26.1 C
Bhubaneswar

ଚା’ ପିଇବାକୁ ବିଜେପି ସାଂସଦ ଅନୀଲ ବାଲୁନୀଙ୍କୁ ନିମନ୍ତ୍ରଣ କଲେ ପ୍ରିୟଙ୍କା ଗାନ୍ଧୀ

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଜଣେ ବିଜେପି ସାଂସଦ ଅନୀଲ ବଲୁନୀଙ୍କୁ ଚା’ ପିଇବାକୁ ନିମନ୍ତ୍ରଣ କରିବା ରାଜନୀତିକୁ ସରଗରମ କରିଛି । ତେବେ ରାଜନୈତିକ ଔଚିତ୍ୟତା ଦୃଷ୍ଟିରୁ ଏଥିରେ କିଛି ଅସଙ୍ଗତି ନାହିଁ ବୋଲି ବଲୁନୀ କହିଛନ୍ତି ଓ ସୁଯୋଗ ପାଇଲେ ପ୍ରିୟଙ୍କାଙ୍କୁ ପାହାଡ଼ୀ ଖାଦ୍ୟ ଖୁଆଇବାକୁ ନିମନ୍ତ୍ରଣ କରିବି ବୋଲି କହିଛନ୍ତି । ବଲୁନୀ ଲେଖିଛନ୍ତି ଆପଣଙ୍କ ଚିଠି ପାଇଛି । ଆପଣ ବୋଧହୁଏ ଜାଣି ନାହାନ୍ତି ମୁଁ କର୍କଟ ରୋଗରେ ପୀଡ଼ିତ ହୋଇଥିଲି ଓ ଚିକିତ୍ସିତ ହୋଇ ଫେରିଛି । ବର୍ତମାନ ସ୍ଥିତିରେ ମୋତେ ଆଉ କିଛି ସମୟ ଘରେ ଆଇସୋଲେସନରେ ରହିବାକୁ ଚାହୁଁଛି । ଆପଣ ମୋତେ ଚା’ ନିମନ୍ତେ ନିମନ୍ତ୍ରଣ କରିଥିବାରୁ ଧନ୍ୟବାଦ । ମୁଁ ଲୋଧୀ ଇଷ୍ଟେଟର ୩୫ ନମ୍ବର ଘରକୁ ଯିବା ପରେ ଆପଣଙ୍କୁ ସପରିବାର ପାହାଡ଼ୀ ଖାଦ୍ୟ ଖୁଆଇବାକୁ ନିମନ୍ତ୍ରଣ କରିବି । ଆପଣ ଚା’ ପିଇବାକୁ ମୋତେ ନିମନ୍ତ୍ରଣ କରିଥିବାରୁ ବହୁତ ବହୁତ ଧନ୍ୟବାଦ।

anil baluni letter to priyanka gandhi vadra

ବାସ୍ତବରେ କଥାଟି ହେଉଛି ଏମିତି -​ ଲୋଧୀ ଇଷ୍ଟେଟର ୩୫ ନମ୍ବର ବଙ୍ଗଳାରେ ପ୍ରିୟଙ୍କା ଗତ ୨୦ ବର୍ଷ ଧରି ରହି ଆସୁଥିଲେ । ମାତ୍ର ତାଙ୍କୁ ଏବେ ଘର ଖାଲି କରିବାକୁ କୁହାଯାଇଛି ଏବଂ ବଙ୍ଗଳାଟିକୁ ବିଜେପି ସାଂସଦ ଅନୀଲ ବଲୁନୀଙ୍କୁ ଆବଣ୍ଟିତ କରାଯାଇଛି । ବଙ୍ଗଳା ଖାଲି କରିବା ପୂର୍ବରୁ ଅନୀଲ ବଲୁନୀଙ୍କ ପରିବାରକୁ ଚା’ ପିଇବାକୁ ନିମନ୍ତ୍ରଣ କରିଥିଲେ ପ୍ରିୟଙ୍କା । କହିଥିଲେ ଗତ ୨୦ ବର୍ଷଧରି ସେ ଏହି ଘରେ ରହି ଆସୁଥିଲେ ମଧ୍ୟ କିପରି ଘରର ଯତ୍ନ ନେଇଛନ୍ତି ଓ ଭଲ ଅବସ୍ଥାରେ ରଖିଛନ୍ତି ତାହା ଅନୀଲଙ୍କୁ ଦେଖାଇବାକୁ ଚାହୁଁଥିଲେ ।

- Advertisement -

ସୂଚନା ଅନୁସାରେ ପ୍ରିୟଙ୍କା ଏହି ଘର ଚଳିତ ମାସରେ ଖାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ସେ ଘର ଖାଲି କରିବା ଓ ବଲୁନୀଙ୍କ ଘରକୁ ଆସିବା ମଧ୍ୟରେ ଯଦି କିଛି ଭଙ୍ଗାରୁଜା ହୁଏ ସେଥିପାଇଁ ହୁଏତ ତାଙ୍କୁ ଦାୟୀ କରାଯିବାର ଆଶଙ୍କା ରହିଛି । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଆବାସ ଛାଡ଼ିବା ପରେ ଯେଉଁପରି ଅଭିଯୋଗ ଆସିଥିଲା ସେପରି ଅଭିଯୋଗ ଆସୁ ବୋଲି ପ୍ରିୟଙ୍କା ଚାହୁଁ ନାହାନ୍ତି । ତେଣୁ ଚଳିତ ମାସରେ ଘର ଖାଲି କରିବା ପୂର୍ବରୁ ଘରକୁ ସଫାସୁତୁରା କରିବା ସହ ରଙ୍ଗ ଲଗାଇବା କାମ କରୁଛନ୍ତି । ଯାହା ଫଳରେ ସେ ଘରକୁ ନେଇ ଯେମିତି ତାଙ୍କୁ ନିନ୍ଦିତ ହେବାକୁ ନ ପଡ଼େ ।

୧୦ ଜନପଥକୁ ପ୍ରିୟଙ୍କାଙ୍କ ଘର ସାମଗ୍ରୀ ସ୍ଥାନାନ୍ତରିତ 

ପ୍ରିୟଙ୍କା ଘର ଛାଡ଼ି ଗୁରୁଗ୍ରାମକୁ ଯିବା ଆପାତତଃ ସ୍ଥିର ହୋଇଛି । ମାତ୍ର ସେଠାରେ ବିଶେଷ ସାମଗ୍ରୀର ଆବଶ୍ୟକତା ନାହିଁ । ଅନ୍ୟପକ୍ଷରେ ପ୍ରିୟଙ୍କା  ଦିଲ୍ଲୀରେ ମଧ୍ୟ ଆଉ ଏକ ଘର ଭଡ଼ା ନେଇଛନ୍ତି ଯାହାର ଏଗ୍ରିମେଣ୍ଟ ୩ ଦିନ ତଳେ ଶେଷ ହୋଇଛି । ଏହାର ସାମାନ୍ୟ ମରାମତି ନିମନ୍ତେ ୧୫ ଦିନ ଲାଗିବ ଓ ଏହାପରେ ସେ ସେଠାକୁ ଚାଲିଯିବେ । ତେଣୁ ଲୋଧୀ ଇଷ୍ଟେଟରେ ଥିବା ପ୍ରିୟଙ୍କାଙ୍କ ସବୁ ଆସବାବପତ୍ର ୧୦ ଜନପଥରେ ଥିବା ସୋନିଆଙ୍କ ବାସଭବନକୁ ସ୍ଥାନାନ୍ତରିତ କରାଯାଇଛି । ଦିଲ୍ଲୀରେ ଭଡ଼ା ନିଆଯାଇଥିବା ନୂଆ ଘରର କାମ ଶେଷ ହେବା ପରେ ଏହି ସାମଗ୍ରୀ ସେଠାକୁ ସ୍ଥାନାନ୍ତର ହେବ ବୋଲି ସୂଚନା ମିିଳିଛି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories