www.samajalive.in
Friday, December 5, 2025
23.1 C
Bhubaneswar

ରକ୍ଷାବନ୍ଧନ: ରାହୁକାଳରେ ବାନ୍ଧନ୍ତୁ ନାହିଁ ରାଖୀ, ଜାଣନ୍ତୁ ଶୁଭ ମୁହୂର୍ତ୍ତ

ଶ୍ରାବଣ ମାସର ପୂର୍ଣ୍ଣମୀ ତିଥି ଅର୍ଥାତ୍‍ ଅଗଷ୍ଟ ୩ ତାରିଖ ସୋମବାରରେ ଚଳିତ ବର୍ଷର ରକ୍ଷାବନ୍ଧନ ପର୍ବ ପଡ଼ୁଛି। ଏହା ହେଉଛି ଭାଇ-ଭଉଣୀଙ୍କ ସ୍ନେହର ପର୍ବ। ଯେଉଁଦିନ ଭଉଣୀ ନିଜ ଭାଇ ହାତରେ ରକ୍ଷାସୂତ୍ର ବାନ୍ଧିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଅଶୁଭ ମୁହୂର୍ତ୍ତରେ ରାଖୀ ବାନ୍ଧିବା ଆଦୌ ଉଚିତ ନୁହେଁ। ରକ୍ଷା ବନ୍ଧନର ଶୁଭ ମୁହୂର୍ତ୍ତ ଦେଖି ରାଖୀ ବାନ୍ଧିବା ସର୍ବୋତ୍ତମ ହୋଇଥାଏ। ତେବେ ଆସନ୍ତୁ ଜାଣିବା, ଚଳିତ ଥର କେଉଁ ସମୟ ରକ୍ଷାବନ୍ଧନ ପାଇଁ ଶୁଭ କେଉଁ ସମୟ ଅଶୁଭ ସେ ବିଷୟରେ –

ରାହୁକାଳରେ ବାନ୍ଧନ୍ତୁ ନାହିଁ ରାଖୀ:

- Advertisement -

ଜ୍ୟୋତିଷଶାସ୍ତ୍ର ଅନୁସାରେ, ରାହୁକାଳରେ କୌଣସି ଶୁଭକାର୍ଯ୍ୟ କରାଯାଏ ନାହିଁ। ଏହା ହେଉଛି ଅଶୁଭ ସମୟ। ତେଣୁ ରକ୍ଷାବନ୍ଧନ ଦିନ ରହୁକାଳରେ ବିଶେଷ ସାବଧାନତା ଅବଲମ୍ବନ କରିବା ଉଚିତ।

ସକାଳ ୭ଟା ୩୦ରୁ ୯ଟା ପର୍ଯ୍ୟନ୍ତ ରହୁଛି ରହୁକାଳ। ଏହି ସମୟରେ ରାଖୀ ବାନ୍ଧନ୍ତୁ ନାହିଁ।

ରକ୍ଷାବନ୍ଧନର ଶୁଭ ସମୟ:

ସକାଳ ୯ଟା ୩୦ରୁ ରାତି ୯ଟା ୧୧ ପର୍ଯ୍ୟନ୍ତ ରକ୍ଷାବନ୍ଧନ ପାଇଁ ଶୁଭ ସମୟ ରହିଛି। ଅବଧି- ୧୧ ଘଣ୍ଟା ୪୩ ମିନିଟ। ଏହି ସମୟ ମଧ୍ୟରେ ଆପଣ ରାଖୀ ବାନ୍ଧି ପାରିବେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories