www.samajalive.in
Saturday, December 6, 2025
15.1 C
Bhubaneswar

ଆଜି ୧୫୦୩ କରୋନା ପଜିଟିଭ୍‌, ୫୦୧ ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ଵର: ରାଜ୍ୟରେ ୧୫୦୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୦୦୨ ପଜିଟିଭ୍‌ କ୍ବାରେଣ୍ଟାଇନ  ସେଣ୍ଟରରୁ ବାହାରିଥିବାବେଳେ ୫୦୧ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୪୯୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହା ପଛକୁ ଖୋର୍ଦ୍ଧା ଜିଲାରୁ ୨୨୩ ଏବଂ କଟକ ଜିଲାରୁ ୧୩୬ ଜଣ ରହିଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୋମବାର ଏ ନେଇ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ହଜାର ୮୯୨ରେ ପହଞ୍ଚିଛି। ରାଜ୍ୟରେ ସ୍ଥାନୀୟ ସଂକ୍ରମଣ ପ୍ରତିଦିନ ବୃଦ୍ଧି ପାଉଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି।

ନୂଆ ସଂକ୍ରମିତମାନେ ୨୮ ଜିଲାରୁ  ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଏବଂ ବୌଦ୍ଧରୁ ଜଣେ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ଵରରୁ ୧୯, ବରଗଡ଼ ୨୩, ଭଦ୍ରକ ୨୫, ବଲାଙ୍ଗୀର ୨୧, କଟକ ୧୩୬, ଢେଙ୍କାନାଳ ୩୨, ଗଜପତି ଓ କନ୍ଧମାଳରୁ ୭୩ ଲେଖାଏ, ଗଞ୍ଜାମ ୪୯୧, ଜଗତସିଂହପୁର ୬, ଯାଜପୁର ୫୧, ଝାରସୁଗୁଡ଼ା ୧୦ ଏବଂ କେନ୍ଦ୍ରାପଡ଼ାରୁ ୯ ଆକ୍ରାନ୍ତ ରହିଛନ୍ତି। ସେହିପରି କେନ୍ଦୁଝରରୁ ୪୩, ଖୋର୍ଦ୍ଧାରୁ ୨୨୩, କୋରାପୁଟ ଓ ମାଲକାନଗରିରୁ ୩୪ ଲେଖାଏ, ମୟୂରଭଞ୍ଜ ୨୮, ନବରଙ୍ଗପୁର ୨, ନୟାଗଡ଼ ୮, ପୁରୀ ୪, ରାୟଗଡ଼ା ୬୮, ସମ୍ବଲପୁର ୧୭, ସୁବର୍ଣ୍ଣପୁର ୪ ଓ ସୁନ୍ଦରଗଡ଼ରୁ ୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories