www.samajalive.in
Monday, December 8, 2025
14.1 C
Bhubaneswar

ମୋ ହାତରେ ତିନି ଚକିଆ ସରକାରର ’ଷ୍ଟିଅରିଂ’; କାହାର ସାହସ ଅଛି ସରକାର ଭାଙ୍ଗିବ ? ବିରୋଧୀଙ୍କୁ ଉଦ୍ଧବ ଠାକରେଙ୍କ ଆହ୍ବାନ

ମହାରାଷ୍ଟ୍ରରେ ସରକାର ଭାଙ୍ଗିବା ନେଇ ହେଉଥିବା କଥିତ ଷଡ଼ଯନ୍ତ୍ର ସମ୍ପର୍କରେ କଡ଼ା ମନୋଭାବ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ କହିଛନ୍ତି ଯେ ରାଜ୍ୟରେ ମହା ବିକାଶ ଅଘାଡ଼ିର ୩ ଚକିଆ ସରକାର ରହିଛି ସତ, ମାତ୍ର ଷ୍ଟିଅରିଂ ମୋ ହାତରେ ରହିଛି । କାହାର ସାହସ ଅଛି ସରକାର ଭାଙ୍ଗିବାକୁ ସେ ଭାଙ୍ଗି ଦେଖାନ୍ତୁ ବୋଲି କହିଛନ୍ତି ଉଦ୍ଧବ । ନିଜର ୬୦ତମ ଜନ୍ମଦିନ ରବିବାର ପାଳନ ଅବସରରେ ଦଳୀୟ ମୁଖପତ୍ର ‘ସାମନା’କୁ ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ ମୋ ସରକାରର ଭବିଷ୍ୟତ ବିରୋଧୀଙ୍କ ହାତରେ ନାହିଁ । ଷ୍ଟିଅରିଂ ମୋ ହାତରେ ଅଛି । ତିନି ଚକିଆ ବାହନ (ଅଟୋରିକ୍ସା) ଗରିବ ଲୋକଙ୍କ ବାହନ ଓ ମୁଁ ସେଥିରେ ଡ଼୍ରାଇଭର, ଅନ୍ୟ ଦୁହେଁ ପଛ ସିଟରେ ବସିଛନ୍ତି ବୋଲି ଉଦ୍ଧବ କହିଛନ୍ତି ।

ସେ କହିଛନ୍ତି ଯେ ସେପ୍ଟେମ୍ବର-ଅକ୍ଟୋବରରେ ସରକାର ଭାଙ୍ଗିବା ନେଇ କିଛି ଚର୍ଚା ହେଉଛି । ଯେଉଁମାନେ ମୋ ସରକାର ଭାଙ୍ଗିବାକୁ ଚାହୁଁଛନ୍ତି ସେମାନେ ଆଜି ଭାଙ୍ଗନ୍ତୁ । କିଛି ଲୋକଙ୍କ ଗଢ଼ିବାରେ ଆନନ୍ଦ ମିଳେ, କିଛି ଲୋକଙ୍କୁ ଭାଙ୍ଗିବାରେ । ଯେଉଁମାନଙ୍କୁ ଭାଙ୍ଗିବାରେ ଖୁସି ମିଳୁଛି ସେମାନେ ସେପରି କରନ୍ତୁ ବୋଲି କହିଛନ୍ତି ଉଦ୍ଧବ । ବିରୋଧୀ ବିଜେପି ନାଁ ନ ନେଇ ସେ କହିଛନ୍ତି ଯେ ଅବଶ୍ୟ ମୋ ସରକାରର ୩ଟି ଚକରେ ଚାଲିଛି । ମାତ୍ର ତାହା ସଠିକ ଦିଗରେ ଗତି କରୁଛି, ଏହା ସତ୍ତ୍ବେ ଆପଣମାନଙ୍କ ପେଟରେ କାହିଁକି କଷ୍ଟ ହେଉଛି ?  ଏହି ଅବସରରେ ସେ ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ନିଶାଣ କରିଥିଲେ । ଯେଉଁ ପ୍ରକଳ୍ପଗୁଡ଼ିରେ ସାଧାରଣ ଲୋକ ଲାଭବାନ ହେବେ ନାହିଁ ସେପରି ପ୍ରକଳ୍ପକୁ ବନ୍ଦ କରିଦେବା ଆବଶ୍ୟକ ବୋଲି କହିଥିଲେ । ଏହାଛଡ଼ା ତାଙ୍କର କଂଗ୍ରେସ ଓ ଶରଦ ପାୱାରଙ୍କ ସହ ଭଲ ତାଳମେଳ ଅଛି ଏବଂ ସରକାର ପୁରା ଅବଧି ପୂର୍ଣ କରିବ ବୋଲି ସେ କହିଥିଲେ । ତେବେ ରାଜ୍ୟର ଆର୍ଥିକ ସ୍ଥିତି ଠିକ୍ ନ ଥିବା ଶ୍ରୀ ଠାକରେ ସ୍ବୀକାର କରିଥିଲେ । ସେ କହିଥିଲେ ଯେ କରୋନା ଯୋଗୁଁ ସାରା ବିଶ୍ବ ସଙ୍କଟଜନକ ସ୍ଥିତିରେ ଗତି କରୁଛି । ଏପରି ସମୟରେ ସେ ଲୋକମାନଙ୍କୁ ପ୍ରଲୋଭିତ କରିବା ପରି ରିହାତି ଘୋଷଣା ନ କରିବାକୁ ଓ ଏହା ସହ ଚୀନ ନିବେଶ ସମ୍ପର୍କରେ ସ୍ପଷ୍ଟ ନୀତି ପ୍ରଣୟନ ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିବା କହିଥିଲେ ।

- Advertisement -

ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶ୍ କ୍ଷମତାସୀନ ଏମବିଏ (ମହା ବିକାଶ ଅଘାଡ଼ି) ସରକାରକୁ ୩ ଚକିଆ ଅଟୋରିକ୍ସା ସହ ତୁଳନା କରି ଏହାର ସ୍ଥିରତା ଓ ଭବିଷ୍ୟତ ନେଇ ସନ୍ଦେହପ୍ରକଟ କରିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories