www.samajalive.in
Saturday, December 13, 2025
26.1 C
Bhubaneswar

କରୋନା ଯୋଦ୍ଧା ପାଲଟିଛନ୍ତି ସି.ଏମ୍‍.ଏସ୍‍ କର୍ମଚାରୀ

ଫୁଲବାଣୀ : କନ୍ଧମାଳ ଜିଲାରେ ଦିନକୁ ଦିନ ଉଗ୍ର ହେଉଛି କରୋନା । ଏହାକୁ ପ୍ରତିହତ କରିବା ପାଇଁ ସମଗ୍ର କନ୍ଧମାଳ ଜିଲାରେ ବର୍ତମାନ ସଟଡାଉନ ଚାଲିଛି । ଏଥି ସହିତ ଜିଲ୍ଲାର ୧୨ ଗୋଟି ବ୍ଳକ ଅନ୍ତର୍ଗତ ସମସ୍ତ ବ୍ୟାଙ୍କ ଶାଖାକୁ ପ୍ରଶାସନ ତରଫରୁ ୭ଦିନ ପାଇଁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ତେବେ ବର୍ତ୍ତମାନ ଜିଲାରେ ଯେଉଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏହାର ପଛରେ ବ୍ୟାଙ୍କ୍‍ କର୍ମଚାରୀଙ୍କ ଲିଙ୍କ୍‍ ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ଏହି ବନ୍ଦ ଆହୁରି ଅଧିକ ଦିନ ମଧ୍ୟ ବୃଦ୍ଧି ପାଇବାର ବହୁ ସମ୍ଭାବନା ରହିଛି । ସେହିଭଳି ଜିଲାରେ ଯେଉଁ ସବୁ ଅଞ୍ଚଳରେ କଣ୍ଟେନମେଣ୍ଟ ଘୋଷଣା ହୋଇଛି ସେହି ସବୁ ଅଞ୍ଚଳରେ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସମସ୍ତ କାର୍ଯ୍ୟାଳୟ ପରି ବ୍ୟାଙ୍କ୍‍ ମଧ୍ୟ ବନ୍ଦ ରଖାଯାଇଛି । ଯାହା ଫଳରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଦିନ ମଜୁରିଆ ମନରେଗା ଯୋଜନାରେ କାମ କରି ନିଜ ଜମାଖାତାରେ ଟଙ୍କା ପାଉଥିବା ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁକ୍ଷୀନ ହେଉଛନ୍ତି । ତେବେ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାଙ୍କ ଗୁଡ଼ିକୁ ବନ୍ଦ କରିଦିଆଯାଇଥିବା ବେଳେ କିନ୍ତୁ ଜିଲାରେ ଥିବା ସମସ୍ତ ବ୍ୟାଙ୍କର ଏ.ଟି.ଏମ୍‍ ଗୁଡ଼ିକରେ ପର୍ଯ୍ୟାପ୍ତ ଟଙ୍କା ଭର୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ବର୍ତମାନ ସମୟରେ କରୋନା ଯୋଦ୍ଧା ପାଲଟିଛନ୍ତି ଜିଲାର ସମସ୍ତ ଏ.ଟି.ଏମ୍‍ ଗୁଡ଼ିକରେ ଟଙ୍କା ଭର୍ତି କରିବା ଦାୟିତ୍ୱରେ ଠିକା ଆଉଟସୋର୍ସିଂ ସଂସ୍ଥା ସି.ଏମ୍‍.ଏସର କର୍ମଚାରୀ ।

ସମଗ୍ର ଜିଲ୍ଲାରେ ଷ୍ଟେଟ ବ୍ୟାଙ୍କର ୩୫ଟି ଏ.ଟି.ଏମ୍‍ ଥିବା ବେଳେ ପଞ୍ଜାବ ନ୍ୟାସନଲା ବ୍ୟାଙ୍କର ୨ଟି,ଆକ୍ସିସ ବ୍ୟାଙ୍କର ୪ଟି,ୟୁକୋ ବ୍ୟାଙ୍କର ୪ଟି ଓ ବ୍ୟାଙ୍କ ଅଫ ବରୋଦାର ୨ଟି, ଆଇ.ସି.ଆଇ.ସି.ଆଇ ଓ ୟୁନିୟନ ବ୍ୟାଙ୍କର ଗୋଟିଏ ଲେଖାଏ ଓ ଡାକ ବିଭାଗର ଗୋଟିଏ ଭାବେ ମୋଟ ୫୦ଟି ଏ.ଟି.ଏମ୍‍ କାଉଣ୍ଟରରେ ଏହି ସଂସ୍ଥାର କର୍ମଚାରୀ ମାନେ କାର୍ଯ୍ୟରତ ଅଛନ୍ତି। ଖରା ହେଉ କି ବର୍ଷା ହେଉ କିମ୍ବା ମନରେ କରୋନା ଭୟ ଥିଲେ ମଧ୍ୟ ସେମାନେ ସେମାନଙ୍କ ଦାୟିତ୍ୱ ତୁଲାଇବାକୁ ଭୁଲି ନାହାନ୍ତି। ସକାଳ ୬ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କର୍ମଚାରୀ ମାନେ ଯେଉଁ କାଉଂଟରରେ ଟଙ୍କା ଶେଷ ହୁଏ ସେଠାରେ ଟଙ୍କା ଭର୍ତି କରିଥାନ୍ତି। ବର୍ତମାନର ପରିସ୍ଥିତିରେ ଏହି ଟଙ୍କା ଡେଲିଭେରୀ କରୁଥିବା କର୍ମଚାରୀ ମାନେ କରୋନା ଯୋଦ୍ଧା ପାଲଟିଛନ୍ତି ବୋଲି ଅନେକ ବ୍ୟାଙ୍କ ଗ୍ରାହକ ମାନେ ପ୍ରକାଶ କରିଛନ୍ତି । ଏହି କର୍ମଚାରୀ ମାନଙ୍କ କାର୍ଯ୍ୟକୁ ମଧ୍ୟ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ସଂସ୍ଥାର ଲୋକେସନ ମ୍ୟାନେଜର ଜିତେନ୍ଦ୍ର କୁମାର ସାହୁ ଙ୍କ ସହିତ ଫୁଲବାଣୀ ଅଞ୍ଚଳ ପାଇଁ ଟଙ୍କା ଡେଲିଭେରୀ କରୁଥିବା ଦାମୋଦର ସାହୁ, ରୁଦେଶ୍ୱର ଦିଗାଳ, ବାଲିଗୁଡ଼ା ଓ ଦାରିଙ୍ଗବାଡ଼ି ଅଞ୍ଚଳପାଇଁ ଗୋଲକ ପ୍ରଧାନ, ରବିଶଙ୍କର ପ୍ରଧାନ ଓ ଘୁ-ଉଦୟଗିରି ଅଞ୍ଚଳପାଇଁ ପ୍ରଶାନ୍ତ ସାହୁ ଓ ସତ୍ୟ ସାହୁ ଲୋକଙ୍କୁ ଟଙ୍କା ଯୋଗାଇଦେବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି।

- Advertisement -

ସୂଚନା ଅନୁଯାୟୀ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ଜଣେ କର୍ମଚାରୀ କରୋନା ପଜିଟିଭ ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ଷ୍ଟେଟ ବ୍ୟାଙ୍କର ଆଞ୍ଚଳିକ ଶାଖା ସମେତ ଫୁଲବାଣିର ବଜାର ଶାଖା,ଦାରିଙ୍ଗବାଡ଼ି,ଘୁ-ଉଦୟଗିରି,ଚକାପାଦ ଓ କୋଟଗଡ଼ , ଜି.ଉଦୟଗିରି ଆଦି ଶାଖାକୁ ସିଲ କରିଦିଆଯାଇଥିବା ବେଳେ ଗତ ୨୧ ତାରିଖରୁ ଜିଲାର ସମସ୍ତ ବ୍ୟାଙ୍କ ଗୁଡ଼ିକୁ ୭ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲାପ୍ରଶାସନ ନିଷ୍ପତି ଗ୍ରହଣ କରିଛନ୍ତି । ବର୍ତମାନ ପରିସ୍ଥିତିରେ ସାଧାରଣ ଜନତା କେବଳ ଏ.ଟି.ଏମ୍‍ ଉପରେ ନିର୍ଭରଶୀଳ ହୋଇ ରହିଛନ୍ତି ଓ ଏହି ସମୟରେ ଉକ୍ତ କର୍ମଚାରୀ ମାନେ ଯେଉଁଭଳି ଭାବେ ଦାୟିତ୍ୱ ତୁଲାଉଛନ୍ତି ତାହା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ବୋଲି କୁହାଯାଇଛିା

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories