www.samajalive.in
Saturday, December 13, 2025
26.1 C
Bhubaneswar

ନାଲିଫିତା ତଳେ ଅଟକିଛି କାର୍ଯ୍ୟ ସମ୍ପନ୍ନ ପୋଲ, ମରଣଜନ୍ତା ପାଲଟିଛି ଡାଇଭର୍ସନ ରାସ୍ତା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୂର୍ବରୁ ନିର୍ମିତ ବିଭିନ୍ନ ଅଞ୍ଚଳର ପୋଲଗୁଡିକ କମ ଉଚ୍ଚତା ରହିଥିବାରୁ ଏହି ପୋଲଗୁଡିକ ପୁନଃ ନିର୍ମାଣ କରା ଯାଉଛିା ସେଥିମଧ୍ୟରୁ କେଉଁଠି ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି ତ ଆଉ କେଉଁଠି ନିର୍ମାଣାଧୀନ ରହିଛି। ତେବେ ମାଲକାନଗିରିଠାରୁ ବାଲିମେଳା ରାସ୍ତାରେ ତାର୍ଲାକୋଟା ପୋଲ ଓ କୋରୁକୋଣ୍ଡା ନାଳ ପୋଲ କାର୍ୟ୍ୟରତ ଥିବା ବେଳେ ଏମ୍‍.ଭି. ୧୧ ନାଳ ପୋଲ ଗତ କିଛି ମାସ ତଳେ ସମାପ୍ତ ହୋଇଛିା କିନ୍ତୁ ବର୍ତମାନ ଏହି ପୋଲ ନାଲିଫିତା ତଳେ ଅଟକି ରହିଥିବା ଦେଖିବାକୁ ମିଳିଛିା

ସୂଚନା ମୁତାବକ, ଏହି ବ୍ରିଜ୍‍ ନିର୍ମାଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ପରେ ୨୦୧୬ ମସିହାରେ ଆନ୍ଧ୍ରପ୍ରଦେଶର ଏକ ଠିକା ସଂସ୍ଥା ବ୍ରିଜ୍‍ କାର୍ୟ୍ୟ ଆରମ୍ଭ କରିଥିଲେ। ୫ କୋଟି ୬୫ ଲକ୍ଷ ଟଙ୍କା ବିଶିଷ୍ଟ ବ୍ରିଜକୁ ଡିସେମ୍ବର ୨୦୧୭ ମଧ୍ୟରେ କାର୍ୟ୍ୟ ସମ୍ପନ୍ନ କରିବାର ଚୁକ୍ତି ହୋଇଥିଲ।। କିନ୍ତୁ ପରବର୍ତୀ ସମୟରେ ଏହି ବ୍ରିଜର ଡିଜାଇନ ପରିବର୍ତ୍ତନ କରି ଏହାର ଲମ୍ବ ବର୍ଧିତ କରାଯାଇଥିଲା। ଏଥି ବାବଦକୁ ଅତିରିକ୍ତ ସାଢେ ଚାରି କୋଟି ବର୍ଧିତ କରାଯାଇ ୧୦ କୋଟି ୧୫ ଲକ୍ଷ ଟଙ୍କାରେ ଏହି ବ୍ରିଜ୍‍ ନିର୍ମାଣ କରାଯାଇଛିା ଗତ କିଛିମାସ ତଳେ ଏହି ବ୍ରିଜ୍‍ ନିର୍ମାଣ କାର୍ୟ୍ୟ ସମାପ୍ତ ହୋଇଥିଲେ ମଧ୍ୟ ବ୍ରିଜର ଦୁଇ ମୁଣ୍ଡରେ ନାଲିଫିତା ବାନ୍ଧି ଯାତାୟତ ବନ୍ଦ କରି ଦିଆଯାଇଛିା ଏହି ବ୍ରିଜ୍‍ ପାର୍ଶ୍ବ ଦେଇ ପୁରୁଣା ରାସ୍ତାରେ ଲୋକେ ଯାତାୟତ କରୁଛନ୍ତିା କିନ୍ତୁ ଏହି ରାସ୍ତା ସମ୍ପୂର୍ଣ ଖାଲ ଖମାରେରେ ଭର୍ତି ହୋଇଥିବା ବେଳେ ରାସ୍ତାର ଓସାର କମ୍‍ ରହିଛି ଓ ରାସ୍ତାର ଉଭୟ ପାର୍ଶ୍ବ ଖାଲୁଆ ହୋଇଥିବାରୁ ଏହି ରାସ୍ତା ଦେଇ ଏକକାଳୀନ ଦୁଇଟି ଗାଡି ବିପଦସଂକୁଳ ଭାବେ ଯାତାୟତ କରୁଛନ୍ତି। ମାଲକାନଗିରି ଠାରୁ ବାଲିମେଳା ଯାତାୟତ ସମୟରେ ଅନେକ ସଡକ ଦୁର୍ଘଟଣା ହୋଇଥିବା ନଜିର ରହିଛିା ଗତ କିଛିମାସ ତଳେ ଏହି ସ୍ଥାନରେ ଦୁଇଟି ମଟର ସାଇକେଲ ଆରୋହୀ ମୁହାଁମୁହିଁ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲୋ ଏହି ଦୁଇ ଆରୋହୀଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରା ଯାଇ ଚିକିତ୍ସା କରା ଯାଇଥିଲ।।

- Advertisement -

ଚାରିବର୍ଷ ବିଳମ୍ବରେ ବ୍ରିଜ୍‍ କାମ ସମାପ୍ତ ହୋଇଛି କିନ୍ତୁ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଏହି ବ୍ରିଜ୍‍ ନାଲି ଫିତା ତଳେ ଅଟକି ରହିଛି। ପ୍ରକାଶ ଥାଉ କି, ଚଳିତ ବର୍ଷ ଜିଲ୍ଲା ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା ବୈଠକରେ ଏହି ବ୍ରିଜ୍‍ ସମ୍ବନ୍ଧରେ ସ୍ୱତନ୍ତ୍ର ଆଲୋଚନା କରା ଯାଇଥିଲ।। ଚଳିତ ବର୍ଷ ମେ ମାସ ପ୍ରଥମ ସପ୍ତାହରେ ଏହି ବ୍ରିଜ୍‍ କାର୍ୟ୍ୟକ୍ଷମ କରିବା ପାଇଁ ନିଷ୍ପତି ନିଆ ଯାଇଥିଲ।। କିନ୍ତୁ କୌଣସି କାରଣ ବସତଃ ଏହା କାର୍ୟ୍ୟକାରୀ ହୋଇ ନଥିବାରୁ ପୁନର୍ବାର ଜୁନ୍‍ ପ୍ରଥମ ସପ୍ତାହରେ ଏହି ବ୍ରିଜ୍‍ କାର୍ୟ୍ୟକାରୀ କରିବାକୁ ନିଷ୍ପତି ନିଆ ଯାଇଥିଲ।। କନ୍ତୁ ବର୍ତମାନ ଜୁଲାଇ ମାସ ସମାପ୍ତ ହେବାକୁ ବସିଲାଣି ଅଦ୍ୟାବଧି ଏଥିପ୍ରତି ବିଭାଗୀୟ କର୍ମଚାରୀଙ୍କ ନିଘା ନଥିବା ଅଭିଯୋଗ ହୋଇଛିା ଯଥାଶୀଘ୍ର ଏହି ବ୍ରିଜକୁ କାର୍ୟ୍ୟକାରୀ କରିବା ନିମନ୍ତେ ଅଂଚଳବାସୀ ଦାବି କରିଛନ୍ତିା ଏ ସମ୍ପର୍କରେ ପୂର୍ତ୍ତ ବିଭାଗ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ସୁରେଶ ପାତ୍ରଙ୍କୁ ଯୋଗାଯୋଗ କରିବାରୁ ଏସମ୍ବନ୍ଧରେ କୌଣସି ପ୍ରତିକ୍ରିୟା ମିଳି ପାରି ନଥିବା ବେଳେ ଏହା କେବେ କାର୍ୟ୍ୟ କ୍ଷମ କରାଯିବ ସେ ସମ୍ବନ୍ଧରେ କୌଣସି ଧାରଣା ନାହିଁ ବୋଲି ବ୍ରିଜ୍‍ ନିର୍ମାଣକାରୀ ସଂସ୍ଥା ପ୍ରକାଶ କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories