www.samajalive.in
Saturday, December 6, 2025
26.1 C
Bhubaneswar

ସାବଧାନ; ହ୍ବାଟ୍ସଆପରେ ଜାଲ ବିଛାଉଛନ୍ତି ସାଇବର ଠକ

ଲକ୍ଷ୍ନୌ: ବର୍ତ୍ତମାନ ସାରା ଦେଶରେ କରୋନା ଭୟ ଲାଗି ରହିଥିବାବେଳେ ସାଇବର ଠକ ଲୋକଙ୍କୁ ଠକିବାର ଯୋଜନା କରୁଥିବା ଦେଖାଯାଇଛି। ଏବେ ସାଇବର ଠକମାନେ ହ୍ବାଟ୍ସଆପ୍ ମାଧ୍ୟମରେ ଲୋକଙ୍କୁ ଠକିବାକୁ ଜାଲ ବିଛାଉଛନ୍ତି। ସେମାନେ ହ୍ବାଟ୍ସଆପ୍ ଆପରେ ଲିଙ୍କ ସେୟାର କରି ଟଙ୍କା ଲୋଭ ଦେଖାଉଛନ୍ତି। ଯଦି କେହି ସେମାନଙ୍କ ଜାଲରେ ଫସି ଯାଆନ୍ତି ଏବଂ ଲିଙ୍କରେ କ୍ଲିକ୍ କରନ୍ତି, ତେବେ ନିଜ କଷ୍ଟ ଉପାର୍ଜିତ ଟଙ୍କା ହରାଇବା ନିଶ୍ଚିତ। ସମଗ୍ର ଦେଶରେ ସାଇବର ଠକମାନେ ଏହି ଉପାୟ ଅବଲମ୍ବନ କରି ଲୋକମାନଙ୍କୁ ଠକୁଥିବା ଦେଖାଯାଉଛି। ଲକ୍ଷ୍ନୌ ସାଇବର ସେଲରେ ଏଭଳି ଅଭିଯୋଗ ହୋଇଛି। ଏନେଇ ତଦନ୍ତ ଚାଲିଥିବା ଜଣାପଡିଛି।

ସାଇବର ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ହ୍ବାଟ୍ସଆପରେ ଠକମାନଙ୍କ ଦ୍ୱାରା ପଠାଯାଇଥିବା ନମ୍ବରର ଲିଙ୍କରେ କ୍ଲିକ୍ କରିବା ମାତ୍ରେ ଏକ ଫର୍ମ ଖୋଲିଯିବ। ଯେଉଁଥିରେ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଏଟିଏମ୍ ନମ୍ବର, ଓଟିପି ସହିତ ଅନେକ ସୂଚନା ଦେବାକୁ କୁହାଯାଇଥିବ। ଯଦି ଆପଣ ଲୋଭରେ ସବିଶେଷ ତଥ୍ୟ ପୂରଣ କରିଦିଅନ୍ତି, ତେବେ ଆପଣଙ୍କ ଆର୍ଥିକ ଏବଂ ବ୍ୟକ୍ତିଗତ ସୂଚନା ଚୋରମାନଙ୍କ ନିକଟରେ ପହଞ୍ଚି ଯିବ। ଏହା ସହିତ ଆପଣଙ୍କ ମୋବାଇଲ୍ ଫୋନର ନିୟନ୍ତ୍ରଣ ଚୋରମାନଙ୍କ ହାତକୁ ଚାଲିଯିବ। ତା’ପରେ ଚୋରମାନେ ସହଜରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡପ କରି ନେଇପାରନ୍ତି। କେବଳ ସାଧାରଣ ଲୋକ ନୁହଁନ୍ତି, ପୁଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏଭଳି ଠକାମିର ଶିକାର ହେଉଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ଆପଣ ଫର୍ମ ପୂରଣ କରିବା ପରେ ତୁରନ୍ତ ମୋବାଇଲ୍ ଫୋନ୍ ବନ୍ଦ କରି ଆକାଉଣ୍ଟକୁ ଲକ୍ କରି ସାଇବର ସେଲକୁ ଏ ବାବଦରେ ସୂଚନା ଦେବେ, ତେବେ ଆପଣ ଠକାମିରୁ ରକ୍ଷା ପାଇପାରିବେ।
ସାଇବର ସେଲର ନୋଡାଲ ଅଧିକାରୀ ଏସିପି ବିବେକ ରଂଜନ ରାୟ କହିଛନ୍ତି ଯେ, ସାଇବର ଠକମାନେ ୧ ହଜାର କିଲୋମିଟର ଦୂରରେ ବସି ଅନ୍ୟ ରାଜ୍ୟକୁ ବାର୍ତ୍ତା ପଠାନ୍ତି, ଯେମିତିକି ପୁଲିସ ଏବଂ ସାଇବର ସେଲ ଟିମ୍‌ ସେମାନଙ୍କୁ ସହଜରେ ଚିହ୍ନଟ କରିପାରିବେ ନାହିଁ। ଏହି ନେଟୱର୍କରେ ଇଞ୍ଜିନିୟରିଂ, ଏମବିଏ ଡିଗ୍ରୀଧାରୀ ଅନେକ ଶିକ୍ଷିତ ଯୁବକ ସାମିଲ ରହିଛନ୍ତି, ଯେଉଁମାନେ କମ ସମୟରେ ଅତି ସହଜରେ ଧନୀ ହେବାକୁ ଇଚ୍ଛା କରିଥାନ୍ତି।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories