BJD Bijuli 480×75 Mob

ଅମାନିଆଙ୍କୁ ପେଟେଣ୍ଟ ମେଡ଼ିସିନ, ଠେଙ୍ଗା ଧରି ଜଗିଲେ ଆଶା ଓ ଅଙ୍ଗନବାଡି କର୍ମୀ

BJD Bijuli 480×75 Mob

ତିହିଡ଼ି : କରୋନା ଭୂତାଣୁ ଠାରୁ ଦୂରେ ରହିବାକୁ ହେଲେ ମାସ୍କ ବ୍ୟବହାର ଗୁରୁତ୍ୱପୂର୍ଣ୍ଣ। ଲୋକେ ମାସ୍କ ବ୍ୟବହାର କରୁ ନଥିବାରୁ ସ୍ଥାନୀୟ ସଂକ୍ରମଣର ଭୟ ଅଧିକ ରହିଛି। ଏଣୁ ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମ ଦୀର୍ଘଦିନ ହେବ ଲୋକଙ୍କୁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଉଥିବା ବେଳେ ଏହାର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ୫ଶହ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ସରକାର ନିୟମ କରିଛନ୍ତି। ମାତ୍ର ଏଥିପ୍ରତି ଗୁରୁତ୍ୱ ନଦେଇ ଅମାନିଆ ବିନା ମାସ୍କରେ ବଜାରଘାଟରେ ବୁଲୁଛନ୍ତି। କେତେକ ପ୍ରଶାସନ ହାତରେ ଧରାପଡ଼ି ଜୋରିମାନା ଦେଉଥିବା ବେଳେ ଆଉ କେତେକ ଖସି ଯାଉଛନ୍ତି।

ଏବେ କିନ୍ତୁ ପ୍ରଶାସନ ନୁହେଁ ଅମାନିଆଙ୍କୁ ଜବତ କରିବାକୁ ଠେଙ୍ଗା ଧରି ବାହାରିଛନ୍ତି ଆଶା ଓ ଅଙ୍ଗନବାଡ଼ି କର୍ମୀ। ଆବଶ୍ୟକସ୍ଥଳରେ ମାସ୍କ ପିନ୍ଧି ନଥିବା ଅମାନିଆଙ୍କୁ ପେଟେଣ୍ଟ ମେଡ଼ିସିନ ପ୍ରୟୋଗ କରିବାକୁ ବି ସେମାନେ ପଛେଇବେ ନାହିଁ ବୋଲି ମଧ୍ୟ କହୁଛନ୍ତି। ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୁଆମାଳ ପଞ୍ଚାୟତରେ ଆଜି ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଆଶାକର୍ମୀ ସବିତା ବେଜ ଓ ଅଙ୍ଗନବାଡି କର୍ମୀ ସଞ୍ଜୁକ୍ତା ପାଣିଗ୍ରାହୀ ଆଜି ସକାଳୁ ସଞ୍ଜ ଯାଏ ଠେଙ୍ଗା ଧରି ଗ୍ରାମର ବିଭିନ୍ନ ସ୍ଥାନରେ ବୁଲିଛନ୍ତି। ଯେଉଁମାନେ ମାସ୍କ ପିନ୍ଧି ନଥିବାର ଦେଖୁଥିଲେ ସେମାନଙ୍କୁ ଅଟକାଇ ମାସ୍କ ପିନ୍ଧିବାକୁ ପରାମର୍ଶ ଦେବା ସହ କରୋନା ଭୂତାଣୁର ଭୟାବହତା ସମ୍ପର୍କରେ ସଚେତନ କରିଥିଲେ। ଆଶା ଓ ଅଙ୍ଗନବାଡି କର୍ମୀଙ୍କର ଏପରି କାର୍ଯ୍ୟ ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ପ୍ରଶଂସା କରିଛନ୍ତି। ଏମାନଙ୍କର ଏହି ପ୍ରୟାଶ ଅମାନିଆଙ୍କୁ ପେଟେଣ୍ଟ ମେଡ଼ିସିନ ଭଳି କାମ ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

Comments are closed.