www.samajalive.in
Friday, December 12, 2025
16.1 C
Bhubaneswar

ପାହାଡ଼ ଖୋଳି ଜମିକୁ ପାଣି ଆଣିଲେ ଗାଁବାସୀ

ଫୁଲବାଣୀ : ଇଛାଶକ୍ତି ଆଗରେ ହାର ମାନିଛି କଷ୍ଟ। ଏହାକୁ ପ୍ରମାଣିତ କରିଛନ୍ତି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଗୁହିବାଡି ଗ୍ରାମବାସୀ। ଏହି ଗ୍ରାମର ପ୍ରାୟ ୭୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭରଶୀଳ। କିନ୍ତୁ ଚାଷଜମିକୁ ଜଳସେଚନର ସୁବ୍ୟବସ୍ଥା ନଥିବା ଯୋଗୁ ଲୋକେ କେବଳ ବର୍ଷା ରୁତୁରେ ହିଁ ଚାଷ କରୁଛନ୍ତି। ଅନ୍ୟ ଦିନରେଜଳାଭାବରୁ ଜମି ପଡ଼ିଆ ପଡୁଛି। ଏହିଭଳି ସ୍ଥିତିରେ ଚାଷ ଜମିକୁ ସବୁଦିନିଆ ଜଳସେଚନ ନିମନ୍ତେ ଦାସିଙ୍ଗବାଡ଼ି ପଞ୍ଚାୟତର ଗୁହିବାଡ଼ି ଗ୍ରାମବାସୀ ଚିନ୍ତା କରି ତାହାକୁ କାର୍ଯ୍ୟରେ ପ୍ରମାଣିତ କରିଛନ୍ତି।

ସ୍ୱେଚ୍ଛାକୃତ ଶ୍ରମଦାନ ସହ ୫ଦିନ ଅକ୍ଲାନ୍ତ ପରିଶ୍ରମ କରି ସାଢେ ସାତଶହ ମିଟର ଦୂର ପାହାଡ଼ ଖୋଳି ଗ୍ରାମକୁ କେନାଲରୁ ପାଣି ଆଣିଛନ୍ତି। ମାଟି ଖୋଳା ସହ ପାହାଡ଼ ଫଟାଇ କେନାଲ ନିର୍ମାଣ କରି ଚାଷ ଜମିକୁ ପାଣି ଆଣି ଚାଷ ଜମିରେ ଜଳସେଚନ କରିଛନ୍ତି। ପାଟାଙ୍ଗୀ ପାହାଡ଼ଠାରୁ ଗୁହିବାଡ଼ି ପର୍ଯ୍ୟନ୍ତ ପାହାଡ଼ ଫଟାଇ କେନାଲ ପ୍ରସ୍ତୁତ କରିଛନ୍ତି ଗ୍ରାମର ୩୫ ପରିବାର ସବୁ ସଦସ୍ୟ। ଏହି କେନାଲ ନିର୍ମାଣ ଦ୍ୱାରା ଗ୍ରାମର ପ୍ରାୟ ୨ଶହ ଏକର ଜମି ଜଳସେଚିତ ହୋଇପାରିବ ବୋଲି କହିଛନ୍ତି ଗ୍ରାମର ମିଙ୍କି ପ୍ରଧାନ, ଦିନେସ ପ୍ରଧାନ, ପୁଷ୍ପିତା ପ୍ରଧାନ, ଶୁନିତା ପ୍ରଧାନ, ଶ୍ୟାମଚନ୍ଦ୍ର ପ୍ରଧାନ, ପ୍ରତିମା ପ୍ରଧାନ, ସରିତା ପ୍ରଧାନ, ଅଶେଷ ପ୍ରଧାନ, ତୁଷାରକାନ୍ତ ପ୍ରଧାନ ଓ ଉର୍ମିଳା ପ୍ରଧାନ।

- Advertisement -

ସୂଚନା ପ୍ରକାରେ ଗ୍ରାମରେ ୬୫ ପରିବାରର ୩୫୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ଗ୍ରାମରେ ଶହଶହ ଏକର ଚାଷ ଜମିକୁ ଜଳସେଚନର କୌଣସି ବ୍ୟବସ୍ଥା ନାହିଁ। ୭ବର୍ଷ ପୂର୍ବେ ଗ୍ରାମରେ ଜଳଛାୟା ପ୍ରକଳ୍ପରେ କେନାଲ ନିର୍ମାଣ କରାଯାଇଥିଲା । କିନ୍ତୁ ତାହା ବର୍ଷକ ମଧ୍ୟରେ ସମ୍ପୂର୍ଣ୍ଣ ପୋତି ହୋଇଯାଇଥିଲା। ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସବୁଜବୈଦ୍ୟ ସଂଗଠନର ସଂପାଦକ ଦୀନବନ୍ଧୁ ମହାରଣା ଏବଂ ଦିଲ୍ଲୀସ୍ଥିତ ଗୁଞ୍ଜ ଅନୁଷ୍ଠାନ ସହାୟତାରେ ଗ୍ରାମବାସୀ ମିଶି କେନାଲ ଖନନ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories