www.samajalive.in
Monday, December 8, 2025
27.1 C
Bhubaneswar

କୋଭିଡ ପରିଚାଳନାରେ ଖାମଖିଆଲ ନୀତିର ନଗ୍ନ ନମୁନା, ଆଖିବୁଜିଲେ ପ୍ରସୂତି,ନବଜାତକ

ଗୋପାଳପୁର : କରୋନାକୁ ନେଇ ଚାରିଆଡ଼େ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କୋଭିଡ଼ ପରିଚାଳନା ଓ ରୋଗୀ ସେବା ନେଇ ଗଞ୍ଜାମ ଜିଲାରେ କିଭଳି ଖାମଖିଆଲି ନୀତି ଚାଲିଛି ତାହାର ଏକ ଜ୍ବଳନ୍ତ ଉଦାହରଣ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଳଥିଗାଁରେ ଦେଖିବାକୁ ମିଳିଛି। ୯ମାସର ଗର୍ଭବତୀ ସୁନେଲି ରଣା(୨୫)ଙ୍କ କୋଭିଡ଼ ପରୀକ୍ଷା କରାନଯାଇ ତାଙ୍କୁ ହଠାତ କୋଭିଡ଼ ହସପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ସନ୍ତାନ ପ୍ରସବ କରିବା ପରେ ଉଭୟଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଡାକ୍ତରଖାନା ପକ୍ଷରୁ କୁହାଯିବା ଘଟଣା ପରିବାରକୁ ଅଧିକ ବ୍ୟଥିତ କରିଛି। ମୃତ ସୁନେଲିଙ୍କ ମୃତଦେହ ପରିବାରକୁ ଦିଆନଯିବା ଘଟଣା ଅଧିକ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ଚିିକିତ୍ସା ଅବହେଳାରୁ ସୁନେଲିଙ୍କ ମୃତ୍ୟୁ ଘଟିଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି।

ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ କୋଳଥିଗାଁ ମାଳିସାହିର ୯ ମାସର ଗର୍ଭବତୀ ସୁନେଲି ଗତ ମଙ୍ଗଳବାର ସକାଳ ଆଠଟା ସମୟରେ ଉଚ୍ଚ ରକ୍ତଚାପ ତଥା ଗର୍ଭଯନ୍ତ୍ରଣା ଯୋଗୁ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ପରିବାରବର୍ଗ ୧୦୨ ସହ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ନଆସିବାରୁ ସ୍ଥାନୀୟ ଅଞ୍ଚଳର ଅଟଳ ଯୁବ ବାହିନୀର ଆମ୍ବୁଲାନ୍ସ ଯୋଗେ ସକାଳ ୮ ଟା ବେଳେ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନ ଗୋଟାଏ ସମୟରେ ତାଙ୍କର ଅସ୍ତ୍ରୋପଚାର ପାଇଁ ରକ୍ତ ଯୋଗାଡ଼ କରିବାକୁ ବଡ଼ ମେଡ଼ିକାଲ ଡାକ୍ତର ପରିବାରବର୍ଗଙ୍କୁ କହିଥିଲେ। ତାଙ୍କ ଭାଇ ରକ୍ତ ଯୋଗାଡ଼ କରି ବଡ଼ମେଡିକାଲ ଫେରିବା ପରେ ସୁନେଲିଙ୍କୁ କୋଭିଡ ହସପିଟାଲ ସ୍ଥାନାନ୍ତର କରାଯିବ ବୋଲି କୁହାଯାଇଥିଲା। ଏ ନେଇ ପରିବାରବର୍ଗ ଡାକ୍ତରଙ୍କ ସହ ଆଲୋଚନା କରିବାରୁ କୋଭିଡ ଟେଷ୍ଟ ପାଇଁ ତାଙ୍କୁ କୋଭିଡ ହସପିଟାଲ ସ୍ଥାନାନ୍ତର କରାଯାଉଥିବା ସଫେଇ ଦିଆଯାଇଥିଲା। ସ୍ବାବ ନମୁନା ସଂଗ୍ରହ ଓ ପରୀକ୍ଷା କରାଯାନଯାଇ କିଭଳି ଜଣେ ଆସନ୍ନ ପ୍ରସବାଙ୍କୁ କୋଭିଡ଼ ଡାକ୍ତରଖାନାକୁ ନିଆଗଲା ତାହା ଅଧିକ ବିବାଦୀୟ ହୋଇଛି।

- Advertisement -

ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ସୁନେଲି ଏବଂ ତାଙ୍କର ଜନ୍ମିତ ଶିଶୁ ପୁତ୍ରର ବୁଧବାର ଅପରାହ୍ନ ୪ଟା ବେଳେ ମୃତ୍ୟୁ ଘଟିଥିବା ନେଇ ସୁନେଲିଙ୍କ ପିତା ପ୍ରକାଶଙ୍କୁ ମେଡିକାଲ ପକ୍ଷରୁ ଫୋନ ଯୋଗେ ଖବର ଦିଆଯାଇଥିଲା। ମୃତକଙ୍କ କୋଭିଡ ଟେଷ୍ଟ ରିପୋର୍ଟ ଆସିବା ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି କୁହାଯାଇଥିଲା। ସୁନେଲିଙ୍କ ଆକସ୍ମିକ ମୃତ୍ୟୁ ଖବରକୁ ନେଇ ପରିବାରବର୍ଗ ଦୁଃଖରେ ଭାଙ୍ଗିପଡିଥିଲେ। ଶବ ନେବା ନିମନ୍ତେ ପରିବାରବର୍ଗ ବୁଧବାର ଠାରୁ ଗୁରୁବାର ପ୍ରାୟ ୨୪ ଘଣ୍ଟା କାଳ ମେଡିକାଲ ବାହାରେ ଜଗି ରହିଥିଲେ। ଶେଷରେ ଗୁରୁବାର ଅପରାହ୍ନ ୫ ଟା ବେଳେ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମୃତ ସୁନେଲି ଓ ତାଙ୍କ ଶିଶୁ ପୁତ୍ରର ଶବକୁ ମେଡିକାଲ ପରିସରର ସତ୍କାର କରିଦିଆଯିବ ବୋଲି ଜଣାଇ ଦିଆଯିବା ସହ ଶବକୁ ପୋଡ଼ି ଦେଇଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ସୁନେଲିଙ୍କ ପଜିଟିଭ ରିପୋର୍ଟ ଦେବାକୁ ଦାବି କରିବାରୁ ସେଠାରେ ନିୟୋଜିତ କେତେକ କର୍ମଚାରୀ ପୁଲିସର ଭୟ ଦେଖାଇବା ସହ ମେଡିକାଲ ପରିସରରୁ ଜୋରଜବରଦସ୍ତ ଘଉଡ଼ାଇ ଦେଇଥିଲେ ବୋଲି ସୁନେଲିଙ୍କ ବାପା ପ୍ରକାଶ କାନ୍ଦି କାନ୍ଦି କହିଛନ୍ତି। ସୁନେଲି ଗତବର୍ଷ ରାଳବ ଗ୍ରାମର ମନୋଜ ରଣାଙ୍କୁ ବିବାହ କହିଥିଲେ। ସେ ସାତମାସର ଗର୍ଭବତୀ ଥିବା ସମୟରୁ ବାପା ଘରେ ରହି ଆସୁଥିଲେ। ପ୍ରତ୍ୟହ ଗାଁ ରେ ଥିବା ଆଶା କର୍ମୀଙ୍କ ସହ ବଡ଼ମେଡ଼ିକାଲ ଯାଇ ଚିକିତ୍ସା କରାଉଥିଲେ। କରୋନା ସ୍ଥିତିରେ ବିନା ଯାଞ୍ଚରେ ଜଣେ ଗର୍ଭବତୀଙ୍କୁ ବଡ଼ମେଡ଼ିକାଲ କର୍ତ୍ତୃପକ୍ଷ କିପରି ଭାବେ ଟାଟା କୋଭିଡ ହସିପିଟାଲକୁ ସ୍ଥାନାନ୍ତର କଲେ ଏବଂ ସେଠାରେ ତାଙ୍କର କିଭଳି ଅବସ୍ଥାରେ ମୃତ୍ୟୁ ଘଟିଲା ମେଡିକାଲ ପ୍ରଶାସନ ସମେତ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ତଥ୍ୟ ସାର୍ବଜନିନ କରାଯିବା ଆବଶ୍ୟକ ବୋଲି କୋଳିଥିଗାଁର ସମାଜସେବୀ ଜିତୁ ପାତ୍ର ଦାବି ଜଣାଇଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories