www.samajalive.in
Monday, December 8, 2025
14.1 C
Bhubaneswar

କରୋନା ମୁକାବିଲା ପାଇଁ ପୁଣି ନିୟୋଜିତ ହେବେ ୪୪୭ ଡାକ୍ତର

ଭୁବନେଶ୍ବର : ବଢ଼ୁଥିବା କରୋନା ସଂକ୍ରମଣ ଓ ତଦ୍‌ଜନିତ ମୃତ୍ୟୁହାରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ମେଡିକାଲ କଲେଜରୁ ପିଜି ପାଠ୍ୟକ୍ରମ ସମାପ୍ତ କରିଥିବା ଡ଼ାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ କରୋନା ଚିକିତ୍ସାରେ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ୪୪୭ ଜଣ ଡ଼ାକ୍ତରଙ୍କୁ ବିଭିନ୍ନ ଜିଲା ଓ ମେଡିକାଲ କଲେଜମାନଙ୍କରେ ନିଯୁକ୍ତି ଦିଆଯିବ। ଏମାନେ ପିଜି ପାଠ୍ୟକ୍ରମ ସମୟରେ ରାଜ୍ୟରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନେଇ ସରକାରଙ୍କ ସହ ସ୍ବାକ୍ଷର କରିଥିବା ଦୁଇ ବର୍ଷିଆ ଚୁକ୍ତି ଅନୁଯାୟୀ ଜିଲାମାନଙ୍କରେ ଥିବା ବିଭିନ୍ନ କୋଭିଡ୍‌ ହସ୍ପିଟାଲ, କୋଭିଡ୍ କେୟାର ସେଣ୍ଟର ଓ କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ନିୟୋଜନ କରାଯିବ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶୁକ୍ରବାର ଏହି କ୍ରମରେ ପତ୍ର ଲେଖି ରାଜ୍ୟରେ ଥିବା ସମସ୍ତ ମେଡିକାଲ କଲେଜର ଡିନ୍ ଓ ପ୍ରିନ୍ସପାଲମାନଙ୍କୁ ଅବଗତ କରାଇବା ସହ ଡିଏମ୍‌ଇଟି ଓ ସ୍ବାସ୍ଥ୍ୟ ସେବା ନିର୍ଦେଶକ ଏହି ଡ଼ାକ୍ତରମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ନିୟମାବଳୀ ଅନୁଯାୟୀ କିଭଳି କାର୍ଯ୍ୟ କରିବେ ତାହା ସୁନିଶ୍ଚିତ କରିବାକୁ କହିଛନ୍ତି। ଏହି ଡ଼ାକ୍ତରମାନେ ଅନ୍ତତଃପକ୍ଷେ ଏକ ମାସ ପର୍ଯ୍ୟନ୍ତ କୋଭିଡ୍ କେୟାରରେ ଚିକିତ୍ସା ସେବା ଯୋଗାଇବେ। ନିଯୁକ୍ତିର ପ୍ରଥମ ୧୪ ଦିନ କୋଭିଡ୍ ହସ୍ପିଟାଲ ଅବା ସେଣ୍ଟରରେ କାର୍ଯ୍ୟ କରିବା ପରେ ଏହି ଡ଼ାକ୍ତରମାନଙ୍କୁ ପୁଣି ୧୪ ଦିନ ସରକାରୀ କ୍ବାରେଣ୍ଟାଇନ୍‌ରେ ରଖାଯିବ।

- Advertisement -

ନିଶ୍ଚେତକ ବିଭାଗ, ଛାତି ଓ ଶ୍ବାସ ବିଭାଗ ଏବଂ ଭେଷଜ ବିଭାଗରୁ ଜଣେ ଲେଖାଏଁ ଅଧ୍ୟାପକଙ୍କ ସହ ଅନ୍ୟ କୌଣସି ବିଭାଗରୁ ଆଉ ଜଣେ ବରିଷ୍ଠ ଅଧ୍ୟାପକଙ୍କୁ ନେଇ ଏକ କମିଟି ଗଠନ କରିବା ପାଇଁ ପ୍ରତ୍ୟେକ ମେଡିକାଲ କଲେଜର ଡିନ୍ ଓ ପ୍ରିନ୍ସପାଲଙ୍କୁ କୁହାଯାଇଛି। ଜିଲା ପ୍ରଶାସନର ସୂଚନା ଆଧାରରେ ଏହି କମିଟି ଆବଶ୍ୟକତା ଅନୁଯାୟୀ ଏହି ଡ଼ାକ୍ତରମାନଙ୍କୁ କୋଭିଡ୍ କେୟାର ସେଣ୍ଟର ଓ ମେଡିକାଲକୁ ପଠାଇବେ। ପର୍ଯ୍ୟାୟକ୍ରମେ ଡ଼ାକ୍ତରମାନଙ୍କୁ କୋଭିଡ୍‌ ସେବାରେ ନିୟୋଜିତ କରାଇବେ। କୌଣସି ମେଡିକାଲ କଲେଜରେ ଜିଲା ପ୍ରଶାସନର ଆବଶ୍ୟକତା ଅନୁସାରେ ପିଜି ପାସ୍ କରିଥିବା ଡ଼ାକ୍ତର ଉପଲବ୍ଧ ନଥିବେ ତା ହେଲେ ପ୍ରଶାସନ ଡିଏମ୍‌ଇଟି ଓ ସ୍ବାସ୍ଥ୍ୟ ନିର୍ଦେଶକଙ୍କ ପରାମର୍ଶକ୍ରମେ ଅନ୍ୟ ମେଡିକାଲ କଲେଜରୁ ମଧ୍ୟ ଏହି ଡ଼ାକ୍ତରଙ୍କୁ ନେଇପାରିବେ ବୋଲି ଜାରି କରାଯାଇ ଥିବା ନିର୍ଦେଶାବଳୀରେ ଉଲ୍ଲେଖ କରାଯାଇଛି।

କିନ୍ତୁ ଏହି ଡ଼ାକ୍ତରମାନଙ୍କୁ କାର୍ଯ୍ୟ ପାଇଁ ନିୟୋଜିତ କରିବା ବେଳେ ସମ୍ପୃକ୍ତ ମେଡିକାଲ କଲେଜ ଏବଂ ହସ୍ପିଟାଲର ପରିଚାଳନାରେ ଯେଭଳି ବ୍ୟାଘାତ ନଘଟେ, ସେଥିପ୍ରତି ମଧ୍ୟ ସମ୍ପୃକ୍ତ ଡିନ୍ ଓ ପ୍ରିନ୍ସପାଲ ଧ୍ୟାନ ଦେବାକୁ କୁହାଯାଇଛି। ଏପରିକି ଅତ୍ୟାବଶ୍ୟକ ସ୍ଥିତିରେ ଏହି ଡ଼ାକ୍ତରମାନେ ସରକାରୀ ଅର୍ଥରେ ବେସରକାରୀ ପ୍ରତିଷ୍ଠାନରେ ଚାଲିଥିବା କୋଭିଡ୍‌ ହସ୍ପିଟାଲ ଓ କେନ୍ଦ୍ରରେ କାର୍ଯ୍ୟ କରିପାରିବେ ବୋଲି ଏହି ନିର୍ଦେଶାବଳୀରେ ଉଲ୍ଲେଖ ରହିଛି। ଏହି ନିର୍ଦେଶାବଳୀର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ଡିଏମ୍‌ଇଟି ଓ ସ୍ବାସ୍ଥ୍ୟ ନିର୍ଦେଶକଙ୍କୁ ଦାୟିତ୍ବ ଦିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories