www.samajalive.in
Tuesday, December 9, 2025
23.1 C
Bhubaneswar

କାଳିଆ ଟଙ୍କା ଫେରସ୍ତ ନେଇ ନୋଟିସ, ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ

ଖଡିଆଳ : କାଳିଆ ଟଙ୍କା ପାଇଥିବା ଅଯୋଗ୍ୟ ହିତାଧିକାରୀମାନଙ୍କୁ ଟଙ୍କା ଫେରସ୍ତ କରିବାକୁ ଚାଷୀମାନଙ୍କ ପାଖକୁ ନୋଟିସ ଆସୁଛି। ଏହି ନୋଟିସ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲା କୃଷି ବିଭାଗ ଏକ ତାଲିକା ପ୍ରସ୍ତୁତ କରି ଆଯୋଗ୍ୟ ହିତାଧିକାରୀଙ୍କୁ ପାଇଥିବା କାଳିଆ ଯୋଜନାର ଟଙ୍କା ଫେରସ୍ତ କରିବାକୁ ଚେତାବନୀ ଦିଆଯାଇଛି। ଫଳରେ ନୂଆପଡା ଜିଲାର ଚାଷୀକୂଳମାନଙ୍କ ମଧ୍ୟରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ଦେଖାଦେଇଛି।

ଗ୍ରାମ୍ୟ କୃଷି ଅଧିକାରୀମାନେ ଏନେଇ ଅଯୋଗ୍ୟ ହିତାଧିକାରୀଙ୍କ ଗ୍ରାମକୁ ଯାଇ ଏକ ଅବିକଳ ନୋଟିସ ଦେଇ ଅନ୍ୟ ନୋଟିସରେ ଦସ୍ତଖତ କରାଇ ନେଉଥିବା ଦେଖିବାକୁ ମିଳିଛି। ଏହି ଅଯୋଗ୍ୟ ତାଳିକାରେ ଜିଲାର ହାରାହାରୀ ୪ ହଜାରରୁ ଅଧିକ ହିତାଧିକାରୀ ଥିବା ସୂଚନା ମିଳିଛି। ଏହି ଅଯୋଗ୍ୟ ହିତାଧିକାରୀମାନେ ଆସନ୍ତା ୧ ମାସ ମଧ୍ୟରେ କାଳିଆ ଫେରସ୍ତ ଆକାଉଣ୍ଟରେ ଜମା ଦେଇ ତାର ରସିଦ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଅନ୍ୟପକ୍ଷରେ ସରକାର ଏବଂ କୃଷି ବିଭାଗର ଏଭଳି ନିଷ୍ପତ୍ତିକୁ ସାଧାରଣରେ ନିନ୍ଦା କରାଯାଉଛି। ସରକାର ଭୋଟବ୍ୟାଙ୍କ ରାଜନୀତି କରି ଲୋକଙ୍କୁ କାଳିଆ ଟଙ୍କା ଦେଇ ଏବେ ଫେରସ୍ତ ମାଗିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଗାଁ ମାନଙ୍କରେ ଆଲୋଚନା ହେଉଛି। କାଳିଆ ଟଙ୍କା ପାଇଥିବା ହିତାଧିକାରୀମାନେ ଅଭିଯୋଗ କରି ଯଦି ଅଯୋଗ୍ୟ ତେବେ ସେମାନଙ୍କ ବ୍ୟାଙ୍କ ଖାତାକୁ କାହିଁକି ଟଙ୍କା ପଠାଗଲା ବୋଲି ପ୍ରଶ୍ନ କରିଛନ୍ତି। ଆହୁରି ଜିଲାର କୃଷି ବିଭାଗରେ ଶହ ଶହ ସଂଖ୍ୟାରେ କୃଷି ଅଧିକାରୀ ନିୟୋଜିତ ଥିବା ବେଳେ ସେମାନଙ୍କ ସକାଶେ ମାସିକ କୋଟି କୋଟି ଟଙ୍କା ଦରମା ପ୍ରଦାନ କରାଯାଉଛି। ହେଲେ ସେହି ସମୟରେ ସେମାନେ ଯୋଗ୍ୟ ଅଯୋଗ୍ୟ କାହିଁକି ଘୋଷଣା କଲେନାହିଁ ବୋଲି ଅଯୋଗ୍ୟ ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି।

- Advertisement -

କିଛି ଅଯୋଗ୍ୟ ହିତାଧିକାରୀ ସେମାନଙ୍କ ପାଖରେ ଖାଇବାକୁ ନାହିଁ, ଏହି ସମୟରେ ଏହି ଟଙ୍କା କିପରି ଫେରସ୍ତ କରିବୁ ବୋଲି ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ସମାଧାନର ପନ୍ଥା ବାହାର କରିବାକୁ ନୂଆପଡା ଜିଲାର ଚାଷୀକୂଳ ଦାବୀ କରିଛନ୍ତି।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories