www.samajalive.in
Monday, December 8, 2025
24.1 C
Bhubaneswar

ଜିଓ ସେବା ଠପ୍‍, ୨ ମାସ ହେଲାଣି ସେବାରୁ ବଂଚିତ ଉପଭୋକ୍ତା

ମୁରିବାହାଲ: ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଜିଓ ସେବା ଆଜିକୁ ଦୁଇମାସ ହେବ ସଂପୂର୍ଣ୍ଣ ଭାବରେ ଅଚଳ ହୋଇ ପଡିଛି। ଯାହାଦ୍ୱାରା ମୁରିବାହାଲ ଅଂଚଳରେ ଥିବା ଶତାଧିକ ଜିଓ ଉପଭୋକ୍ତା ଜିଓ ସେବାରୁ ବଂଚିତ ହୋଇ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ସୂଚନା ଅନୁସାରେ ଯେଉଁ ଜମିରେ ଜିଓ ଟାଓାର ଲଗାଯାଇଛି ଜମି ମାଲିକ ଏବଂ ଜିଓ କମ୍ପାନୀ ମଧ୍ୟରେ କିଛି ଅର୍ଥ ବାବଦକୁ ନେଇ ଚାଲିଥିବା ବିବାଦରେ ହଇରାଣ ହେଉଛନ୍ତି ଶତାଧିକ ଉପଭୋକ୍ତା।

ଏ ବାବଦରେ ଓଡିଶା ଜିଓ ମ୍ୟାନେଜର ଅଶ୍ୱିନୀ ପଣ୍ଡାଙ୍କୁ ପଚାରିବାରୁ ଜମି ମାଲିକ ସହ କଥାବାର୍ତା ଚାଲିଛି ଓ ଅତିଶୀଘ୍ର ଏହାର ସମାଧାନ ହେବ ବୋଲି ସେ କହିଛନ୍ତି। ଏ ବାବଦରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା କିନ୍ତୁ ଦୀର୍ଘ ଦୁଇ ମାସରୁ ଉଦ୍ଦ୍ୱର୍ ସମୟ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହାର ସମାଧାନ ହୋଇନଥିବା ବେଳେ ପୁଣି ଅନ୍ୟତ୍ର ଜିଓ ଟାଓରକୁ ସ୍ଥାନାନ୍ତର କରିଥିଲେ। ହେଲେ ତାହା ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଅନ୍ୟ ପକ୍ଷରେ ଜିଓ ଉପଭୋକ୍ତା ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ବାଧ୍ୟ ହୋଇ ଅନ୍ୟ ସେବା ଉପରେ ନିର୍ଭର କରୁଛନ୍ତି। ଉପଭୋକ୍ତା ଦୁଇ ମାସରୁ ଉର୍ଦ୍ଧ୍ବ ହେବ ଯେଉଁ ଅଗ୍ରୀମ ଟଙ୍କା ପୈଠ କରିଛନ୍ତି ଏବଂ ସେବା ପାଇବାରୁ ବଂଚିନ୍ତ ଅଛନ୍ତି ସେଥି ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ ଉଠିବା ସହିତ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଉଛି। ଏ ବିଷୟରେ ଜିଓ ମ୍ୟାନେଜର ରଞ୍ଜିତ ଦଣ୍ଡସେନାଙ୍କୁ ପଚାରିବାରୁ ଜିଓ ନେଟଓର୍କ ମୁଖ୍ୟଙ୍କୁ ପଚାରିବାକୁ କହିଥିଲେ। ଏହି ସଂକ୍ରାନ୍ତରେ ଜିଓ ନେଟଓାର୍କ ଅଧିକାରୀ ଗୋବିନ୍ଦ କାଣ୍ଡେଙ୍କୁ ପଚାରିବାରୁ ମୁରିବାହାଲରେ ତିଆରି ହୋଇଥିବା ଅସ୍ଥାୟୀ ଜିଓ ଟାୱାରଟି ଅତି ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ପ୍ରକାଶ କରିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories