www.samajalive.in
Sunday, December 7, 2025
14.1 C
Bhubaneswar

ଆକାଶରେ ମେଘ କିନ୍ତୁ ବର୍ଷା ନାହିଁ: ଚାଷ ବିଲ ଫାଟି ଆଁ , ଚାଷି ମୁଣ୍ଡରେ ଚଡକ

ବୋଲଗଡ : ବୋଲଗଡ ବ୍ଲକର ୧୯ଗୋଟି ଗ୍ରାମପଞ୍ଚାୟତ ଏକ କୃଷି ବହୁଳ ଅଞ୍ଚଳ ଅଟେ। ଚାଷ ପାଇଁ ଏହି ଅଞ୍ଚଳରେ କୈାଣସି ନଦୀ,ନାଳ,କେନାଲ ଓ ଜଳସେଚନର ବ୍ୟବସ୍ଥା ନାହିଁ। ବର୍ତ୍ତମାନ ବର୍ଷାଋତୁ ପ୍ରାୟ ସରିବାକୁ ବସିଥିବାବେଳେ ଆକାଶରେ ମେଘ ଭାସୁଥଲେ ବି ବର୍ଷାର ନାମ ଗନ୍ଧନାହିଁ। ବୋଲଗଡ ବ୍ଲକ ଅଞ୍ଚଳରେ ଭୟାବହ ମହାମାରୀ କରୋନା ସଂକ୍ରମଣ ରୋଗ ବ୍ୟାପୁଥିବାବେଳେ ଲୋକମାନଙ୍କର କୈାଣସି ଆୟ ପନ୍ଥା ନାହିଁ। ସମସ୍ତ ଚାଷିମାନେ ଚାଷ ଉପରେ ନିର୍ଭର କରୁଥିଲେ ବର୍ଷା ବିନା ଚାଷ କାର୍ୟ୍ୟ ସମ୍ଭପର ହେଉନାହିଁ,ଯାହାଫଳରେ ଚାଷି ଆଜି ମୁଣ୍ଡରେ ହାତ ଦେଇ ବସିଛି। ଚାଷ ଜମି ଗୁଡିକରେ ଗାଈ ଚରୁଥିବାର ଦୃଶ୍ୟ ଦେଖାଯାଉଛି।ସେବା ସମବାୟ ସମିତି ଜରିଆରେ ରାଜ୍ୟ କୃଷି ବିଭାଗ ଚାଷିମାନଙ୍କ ପାଇଁ ଉନ୍ନତ କିସମର ଧାନ ବିହନ ଯୋଗାଇ ଦେଇଥିଲେ ମଧ୍ୟ କରୋନା କଟକଣା ସହିତ ବର୍ଷା ଅଭାବରୁ ତାହା ବିକ୍ରୟ ହୋଇପାରୁନାହିଁ। ଖାଲ ଜମି ଅଞ୍ଚଳରେ ନିଜସ୍ୱ ପୁରୁଣା ଧାନ ବିହନକୁ ଉପଯୋଗ କରି ଚାଷି ଧାନ ରୋଇଥିଲେ ମଧ୍ୟ ବର୍ଷା ଅଭାବରୁ ତାହା ଫାଟି ଆଁ କଲାଣି। ଆଗାମୀ ଦିନରେ ଚାଷି ପରିବାର କିପରି ବଞ୍ଚିବେ ଚିନ୍ତାରେ ଭାଙ୍ଗି ପଡିଛନ୍ତି। ତେଣୁ ରାଜ୍ୟ କୃଷି ବିଭାଗ ଶୀଘ୍ର ଏହାକୁ ଗୁରୁତର ସହ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ବୋଲଗଡ ଅଞ୍ଚଳକୁ ସମ୍ପୁର୍ଣ୍ଣ ମରୁଡି ଅଞ୍ଚଳ ଭାବେ ଘୋଷଣା କରିବା ସହିତ ଚାଷିମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବୀ ହେଉଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories