www.samajalive.in
Sunday, December 7, 2025
14.1 C
Bhubaneswar

ପୁଣିଥରେ ଭାରତ-ନେପାଳ ସୀମା ବିବାଦ : ଭାରତୀୟ କର୍ତ୍ତୃପକ୍ଷଙ୍କୁ ଦେଖି ରାଗିଲେ ନେପାଳୀ

ନେପାଳ : ଭାରତ-ନେପାଳ ବିବାଦୀୟ ସୀମା ନିକଟରେ ଭାରତୀୟ ଅଧିକାରୀମାନେ(ଇଣ୍ଡିଆନ ଆର୍ମି ଅଫିସର) ନେପାଳ ଅଧିକାରୀଙ୍କ ସହ ଆଲୋଚନା ପାଇଁ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ନେପାଳର ନାଗରିକମାନେ ସେଠାରେ ଅଧିକ ମାତ୍ରାରେ ଏକତ୍ରିତ ହୋଇ ଅଧିକାରୀମାନଙ୍କୁ ଦେଖି କ୍ରୋଧିତ ମନୋଭାବ ଦେଖାଇଥିବା ଜଣାପଡିଛି।

ବିବାଦୀୟ ଜମି ନେପାଳର ଏକ ଅଂଶ ବୋଲି ଦାବି କରି ନେପାଳର ନାଗରିକମାନେ ମଧ୍ୟ ଭାରତ ବିରୋଧରେ ପ୍ରବଳ କ୍ରୋଧ ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ, ଯେଉଁ ଜମିରେ ତାରବାଡ ପାଇଁ ସ୍ତମ୍ଭ ପୋତି ଦିଆଯାଇଛି ତାହା ବିବାଦୀୟ ନୁହେଁ ବରଂ ନେପାଳର ଅଟେ।
ଭାରତ ପକ୍ଷରୁ ଏହି ଜମିକୁ ନେଇ ବିବାଦ ଲାଗି ରହିଛି ଏବଂ ନେପାଳର ଜମି ଦଖଲ କରିବାକୁ ଚେଷ୍ଟା କରାଯାଉଛି। ଭାରତୀୟ ପାର୍ଶ୍ୱରୁ ଅଧିକାରୀ ଏବଂ କିଛି ଗଣମାଧ୍ୟମ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କେହି ନଥିଲେ, କିନ୍ତୁ ବିବାଦୀୟ ସ୍ଥାନ ନିକଟରେ ଅଧିକାରୀମାନେ ପହଞ୍ଚିବା ମାତ୍ରେ ନେପାଳର ଦଶହଜାର ଲୋକ ସେଠାରେ ଏକତ୍ରିତ ହୋଇ ଭାରତକୁ ବିରୋଧ କରିବାକୁ ଲାଗିଲେ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories