www.samajalive.in
Friday, December 5, 2025
20.1 C
Bhubaneswar

ପିଲାର ଅନ୍‌ଲାଇନ କ୍ଲାସ୍ ପାଇଁ ଗାଈ ବିକି ସ୍ମାର୍ଟଫୋନ୍ ଆଣିଲା ଗରିବ ବାପା

ଲକଡାଉନ୍ ପର ଠାରୁ ପିଲାମାନେ ଘରେ ରହି ଅନଲାଇନ୍ ମାଧ୍ୟମରେ ଅଧ୍ୟୟନ କରୁଛନ୍ତି। ଏଥିପାଇଁ ପିଲାମାନଙ୍କୁ ସ୍ମାର୍ଟଫୋନ୍‌ର ଆବଶ୍ୟକ ପଡୁଛି। ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍ ସେମିତି କିଛି ଡ କଥା ନୁହେଁ। କିନ୍ତୁ ଆଜି ବି ଏମିତି କିଛି ପରିବାର ରହିଛନ୍ତି ଯେଉଁମାନଙ୍କ ପାଇଁ ସ୍ମାର୍ଟଫୋନ୍ କିଣିବା ସାତ ସପନ ଠୁଁ କମ୍ ନୁହେଁ। ଏଭଳି ପରିସ୍ଥିତିରେ ପିଲାର ଅନଲାଇନ୍ କ୍ଲାସ ପାଇଁ ଏକ ଗରିବ ବାପାଟିଏ ଗାଈ ବିକିବାକୁ ପଛାଇନାହିଁ। ଗାଈଟି ସେହି ପରିବାର ପାଇଁ ରୋଜଗାରର ଏକମାତ୍ର ମାଧ୍ୟମ ଥିଲା। ଗାଈଟିକୁ ବିକି ଗରିବ ବାପା ସିନା ପିଲାର ପାଠପଢା ଆବଶ୍ୟକତାକୁ ପୂରଣ କରିଦେଲା, ହେଲେ ଏବେ ପ୍ରଶ୍ନ ଉଠୁଛି ଯେ ପରିବାର ଚଳିବ କିପରି ……

ଏକ ୱେବସାଇଟ ଖବର ଅନୁଯାୟୀ, ହିମାଚଳ ପ୍ରଦେଶର ପାଲାମପୁର ଜିଲ୍ଲାର ଜୁମାଲୁଚିର ଗୁମର ଗ୍ରାମରେ ରୁହନ୍ତି କୁଲଦୀପ କୁମାର। ମାର୍ଚ୍ଚରୁ ଲକଡାଉନ୍ ପରଠାରୁ ସ୍କୁଲ ବନ୍ଦ ରହିଛି। ସେହି ଦିନଠାରୁ କୁଲଦୀପଙ୍କ ପିଲାମାନେ ମଧ୍ୟ ଘରେ ରହୁଛନ୍ତି। ତାଙ୍କର ଦୁଇଟି ପିଲା ମଧ୍ୟମରୁ ଜଣେ  ଚତୁର୍ଥ ଏବଂ ଅନ୍ୟ ଜଣେ ଦ୍ବିତୀୟ ଶ୍ରେଣୀରେ ଅଧ୍ୟୟନ କରନ୍ତି। ଅନଲାଇନ୍ କ୍ଲାସ ପାଇଁ ସ୍ମାର୍ଟଫୋନ୍ କିଣିବାକୁ ସ୍କୁଲ ପକ୍ଷରୁ କୁଲଦୀପଙ୍କ ଉପରେ ଚାପ ପଡୁଥିଲା।

- Advertisement -

ସେତେବେଳେ ତାଙ୍କ ପାଖରେ ମାତ୍ର ୫୦୦ ଟଙ୍କା ବି ନଥିଲା, ସ୍ମାର୍ଟଫୋନ୍ ପାଇଁ ଟଙ୍କା କେଉଁଠୁ ଆଣିବେ। ପ୍ରାୟ ଏକ ମାସ ଧରି କୁଲଦୀପ ଲୋକଙ୍କୁ ମାତ୍ର ୬ ହଜାର ଟଙ୍କା ଧାର ମାଗିଥିଲେ, କିନ୍ତୁ କେହି ତାଙ୍କୁ ସାହାଯ୍ୟ କରିନଥିଲେ। ସେ ବ୍ୟାଙ୍କ ଏବଂ ଅନ୍ୟ କିଛି ଅଣଦାତାଙ୍କ ନିକଟକୁ ମଧ୍ୟ ଯାଇଥିଲେ। କିନ୍ତୁ କେହି ତାଙ୍କୁ ୬ ହଜାର ଟଙ୍କା ଋଣ ଦେଇ ନଥିଲେ।

ଶେଷରେ ସେ ବାଧ୍ୟ ହୋଇ ଘରର ଏକମାତ୍ର ରୋଜଗାରର ମାଧ୍ୟମ ଗାଈକୁ ବିକ୍ରି କରିଥିଲେ। ମାତ୍ର ୬ ହଜାର ଟଙ୍କାରେ ସେ ଗାଈକୁ ବିକ୍ରି କରିବା ପରେ ସେହି ଟଙ୍କାରେ ପିଲାମାନଙ୍କ ପାଇଁ ଏକ ସ୍ମାର୍ଟଫୋନ୍ କିଣିଥିଲେ। ଯାହା ଫଳରେ ପିଲାମାନେ ସେମାନଙ୍କର ଅଧ୍ୟୟନ ଜାରି ରଖିପାରିବେ।

ହେଲେ ଗାଈଟି ବିକ୍ରି ହେବା ପରେ କୁଲଦୀପ ପରିବାରର ଗୁଜୁରାଣ କିପରି ମେଣ୍ଟିବ ତାହାକୁ ନେଇ ବଡ ସମସ୍ୟା ଦେଖାଯାଇଛି। କୁଲଦୀପଙ୍କର ବିପିଏଲ କାର୍ଡ ନାହିଁ କିମ୍ବା ସେ ଆଇଆରଡିପି (IRDP)ର ଲାଭ ପାଉନାହାଁନ୍ତି। କୁଲଦୀପ କହିଛନ୍ତି ଯେ ସେ ଅନେକ ଥର ପଞ୍ଚାୟତରେ ଆର୍ଥିକ ସହାୟତା ପାଇଁ ଆବେଦନ କରିଥିଲେ ମଧ୍ୟ ମିଳି ନଥିଲା। ସେହି ଆର୍ଥିକ ସାହାଯ୍ୟରେ ସେ ତାଙ୍କ ଘର ନିର୍ମାଣ କରିବାକୁ ଚାହୁଁଥିଲେ। କିନ୍ତୁ କୌଣସି ଲାଭ ହେଲା ନାହିଁ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories