www.samajalive.in
Saturday, December 6, 2025
23.1 C
Bhubaneswar

ଜାଣନ୍ତୁ, କରୋନାରୁ ରକ୍ଷା ପାଇଁ କିଭଳି ବ୍ୟବହାର କରିବେ ଡ଼ାଲଚିନି ; ରହିଛି ଏହାର ଔଷଧୀୟ ଗୁଣ

ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଥିପାଇଁ ଲୋକଙ୍କୁ ଅଯଥାରେ ବାହାରେ ବୁଲିବାକୁ ବାରଣ କରାଯାଉଛି। ଲୋକଙ୍କୁ ଅଧିକରୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି। ଏହାସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଓ ଥଣ୍ଡା ଜ୍ୱରରୁ ନିଜକୁ ରକ୍ଷା କରିବା ପାଇଁ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି। ନିୟମିତ କାଢା ପ୍ରସ୍ତୁତ କରି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହି କାଢାରେ ବ୍ୟବହାର ହେଉଥିବା ଡ଼ାଲଚିନି ଖୁବ ଗୁଣକାରୀ। କାରଣ ଏହା ଶରୀରରେ ଅଧିକ ରୁ ଅଧିକରୁ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଜାଣନ୍ତୁ ଏହାର ସ୍ୱାସ୍ଥ୍ୟ ଉପକାରୀ ଅନ୍ୟ କେଉଁ କେଉଁ ଗୁଣ ରହିଛି…
– ଡ଼ାଲଚିନି ଥଣ୍ଡାକାଶ ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହି କାରଣରୁ ଆୟୁଷ ମନ୍ତ୍ରାଳୟ ଏହାକୁ କାଢାରେ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛି।
– ଏକ ଚିକିତ୍ସଙ୍କ ପରୀକ୍ଷା ଅନୁଯାୟୀ ଏହା ଜଣାପଡ଼ିଛି, ଡ଼ାଲଚିନି ସେବନ କରିବା ଦ୍ୱାରା ଶରୀରରେ କୋଲେଷ୍ଟେରୋଲର ମାତ୍ରା ସନ୍ତୁଳିତ ହୋଇ ରହିଥାଏ। ଏହା ଦ୍ୱାରା ହୃଦୟ ରୋଗ ହେବାର ଆଶଙ୍କା ଖୁବ କମ ଥାଏ।
– ଡ଼ାଲଚିନିର ସେବନ କରିବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ମଧ୍ୟ କମ ଥାଏ।
– ଡ଼ାଲଚିନିର ସେବନ ଦ୍ୱାରା ଶରୀରରେ ରକ୍ତରେ ଶର୍କରାର ମାତ୍ରା ସନ୍ତୁଳିତ ହୋଇ ରହିଥାଏ। ଫଳରେ ମଧୁମେହ ହେବାର ସମ୍ଭାବନା କମ ଥାଏ।
– ଡ଼ାଲଚିନିର ସେବନ ଦ୍ୱାରା ବ୍ୟାକ୍ଟେରିଆ ଓ ଫଙ୍ଗଲ୍ ସଂକ୍ରମଣରୁ ରକ୍ଷା ମିଳିଥାଏ। ଏହି ସମସ୍ତ କାରଣରୁ ଡ଼ାଲଚିନି ଔଷଧୀୟ ଗୁଣରେ ଭରପୁର ରହିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories