www.samajalive.in
Friday, December 5, 2025
27.1 C
Bhubaneswar

ବିନିକାରେ ଟ୍ରିପଲ ମର୍ଡର: ବାପା, ମା’ ଓ ପୁଅକୁ ନିର୍ମମ ହତ୍ୟା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅନ୍ତର୍ଗତ ସିଲାଟି ଗାଁରେ ଟ୍ରିପଲ ମର୍ଡର ଘଟିଛି। ଗୋଟିଏ ପରିବାରର ବାପା, ମା’ ଓ ପୁଅକୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କିଏ ଏବଂ କାହିଁକି ଏମାନଙ୍କୁ ହତ୍ୟା କରିଛି ତାହା ଜଣାପଡ଼ି ନ ଥିବାବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ହତ୍ୟାର ଶିକାର ହୋଇଛନ୍ତି ସିଲଟି ଗ୍ରାମର ଗୁଲୁ ଭୋଇ(୬୦), ତାଙ୍କ ପତ୍ନୀ ବୈଦେହୀ ଭୋଇ(୫୫) ଏବଂ ପୁଅ ଶିବା ଭୋଇ(୨୩)। ବୁଧବାର ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଗୁରୁବାର ସକାଳେ ଶିବାର ରକ୍ତାକ୍ତ ମୃତଦେହ ବାହାରେ ପଡ଼ିଥିବା ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ପରେ ଘର ଭିତରୁ ଗୁଲୁ ଏବଂ ତାଙ୍କ ପତ୍ନୀ ବୈଦେହୀଙ୍କ ମୃତଦେହ ମିଳିଥିଲା। ସମସ୍ତ ମୃତଦେହ ଜବତ କରି ପୁଲିସ ତଦନ୍ତ ଚଳାଇଛି। କେହି ଦୁର୍ବୃତ୍ତ ଘରେ ପଶି ୩ ଜଣଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି। ଏପରି କି ଘଟଣାରେ ଏକାଧିକ ଅପରାଧୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।

Hot this week

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

Related Articles

Popular Categories