ଭୋପାଳ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ପ୍ରତିଦିନ ବଢ଼ୁଥିବାବେଳେ ବିଭିନ୍ନ ରାଜ୍ୟର ସରକାରମାନେ ଏହାକୁ ରୋକିବାକୁ ଉଦ୍ୟମ ଚଳାଇଛନ୍ତି। କିନ୍ତୁ ଏହା ଭିତରେ ମଧ୍ୟପ୍ରଦେଶର କାମଚଳା ବାସ୍ପତି ରାମେଶ୍ଵର ଶର୍ମାଙ୍କ ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ରାମେଶ୍ଵର କହିଛନ୍ତି ଯେ, କରୋନା ଭୂତାଣୁ ମହାମାରୀର ଅନ୍ତ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିର୍ମାଣରୁ ଆରମ୍ଭ ହେବ। ପୂର୍ବକାଳଳେ ରାକ୍ଷସର ବଦ୍ଧ କରିବା ପାଇଁ ଭଗବାନ ରାମଙ୍କ ଜନ୍ମ ହୋଇଥିଲା। ସେଥିପାଇଁ ଆସନ୍ତା ୫ ତାରିଖରେ ଯେତେବେଳେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ ସେତେବେଳେ କରୋନା ଭଳି ମହାମାରୀର ବିନାଶ ବି ଆରମ୍ଭ ହୋଇଯିବ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ଆଧାରଶିଳା ସ୍ଥାପନ କରିବେ।



