www.samajalive.in
Saturday, December 6, 2025
14.1 C
Bhubaneswar

ଜଙ୍ଗଲରେ ବାଘ, ଅଜଗର ମୁହାଁମୁହିଁ ; ଆଉ ତା’ପରେ……

ନୂଆଦିଲ୍ଲୀ : ଆପଣ ସିଂହ, ଚିତାବାଘ, ବାଘ ଆଦି ଶିକାର କରୁଥିବାର ଦୃଶ୍ୟ ଅନେକ ଥର ଭିଡ଼ିଓରେ ଦେଖିଥିବେ। ମାତ୍ର କେବେ ବାଘ ଓ ଅଜଗର ସାପ ମୁହାଁମୁହିଁ ହୋଇଥିବା ଦେଖିଛନ୍ତି କି ? ଏବେ ସୋସିଆଲ ମିଡ଼ିଆରେ ଏପରି ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି। ଘଟଣାଟି ଗୋଟିଏ ଜଙ୍ଗଲରେ ବାଘ ଓ ଅଜଗର ମୁହାଁମୁହିଁ ହେବାର ଦୃଶ୍ୟ।
ଭିଡ଼ିଓଟି କର୍ଣ୍ଣାଟକର ନାଗରହୋଲ ଜାତୀୟ ଉଦ୍ୟାନ ଏବଂ ବ୍ୟାଘ୍ର ଅଭୟାରଣ୍ୟର ବୋଲି ଜଣାପଡ଼ିଛି।
ଭିଡ଼ିଓରେ ସମ୍ପୂର୍ଣ୍ଣ ଭାବେ ଦେଖାଯାଉଛି ବାଘଟି ଜଙ୍ଗଲରେ ବୁଲୁଥିବା ସମୟରେ ରାସ୍ତାରେ ଏକ ଅଜଗର ସାପଟି ଶୋଇଥିବା ଦେଖାଯାଉଛି। ଦୁହେଁ ପରସ୍ପରକୁ ରାଗରେ ଦେଖୁଛନ୍ତି। ମାତ୍ର ବାଘ ସେହି ସମୟରେ ନିଜର ରାସ୍ତା ବଦଳାଇ ଅନ୍ୟତ୍ର ଚାଲିଯାଉଛି।
୨୧ ଜୁଲାଇରେ ପୋଷ୍ଟ ହୋଇଥିବା ଏହି ଭିଡ଼ିଓଟିକୁ ଏବେ ବହୁ ସଂଖ୍ୟାରେ ଲୋକେ ଦେଖିସାରିଛନ୍ତି। ଏହାସହ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି।
ଏହି ଭିଡିଓଟି ପ୍ରାୟ ୨ ବର୍ଷ ପୁରୁଣା। ମାତ୍ର ଏବେ ଏହା ପୁନଶ୍ଚ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ୨ ବର୍ଷ ପୂବେ ଏହି ଭିଡ଼ିଓଟିକୁ ଇନଷ୍ଟାଗ୍ରାମରେ ଦେଖାଯାଇଥିଲା। ୩୧ ଅଗଷ୍ଟ ୨୦୧୮ରେ ଏହି ଭିଡ଼ିଓ ପ୍ରସ୍ତୁତ ହୋଇଥିଲା। ମାତ୍ର ଏବେ ଏହାକୁ ଜଣେ ଭାରତୀୟ ବନ୍ୟ ଅଧିକାରୀ ଟ୍ୱିଟରରେ ସେୟାର କରିଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories