www.samajalive.in
Thursday, December 11, 2025
16.1 C
Bhubaneswar

କରୋନା କବଳରେ ବ୍ରହ୍ମପୁର ମଣ୍ଡଳ କାରାଗାର, ଜେଲରଙ୍କ ସମେତ ୩୫ କଏଦୀ ସଂକ୍ରମିତ

ବ୍ରହ୍ମପୁର : କରୋନା କବଳରେ ବ୍ରହ୍ମପୁର ମଣ୍ଡଳ କାରାଗାର। ଏହି କାରାଗାର ଭିତରେ ରହୁଥିବା ୩୫ କଏଦୀଙ୍କ ସମେତ ଜେଲର ଓ ୮ ଜଣ କର୍ମଚାରୀଙ୍କୁ ମିଶାଇ ମୋଟ ୪୪ ଜଣ ସଂକ୍ରମିତ ହୋଇଛନ୍ତି। ଏତେ ସଂଖ୍ୟକ କଏଦୀଙ୍କୁ କୋଭିଡ ହସପିଟାଲ ନେଇ ଚିକିତ୍ସା କରିବା ସମ୍ଭବ ନଥିବାରୁ କାରାଗାରରେ ଭିତରେ ହିଁ ରଖାଯାଇଛି।

ମଣ୍ଡଳ କାରାଗାରରେ ୭୪୫ ଜଣ କଏଦୀଙ୍କ ପାଇଁ ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ୧୦୦୦ରୁ ଊର୍ଦ୍ଧ୍ବ କଏଦୀ ରହୁଛନ୍ତି। ପ୍ରତ୍ୟେକ ଦିନ ବିଭିନ୍ନ ଜେଲ ତଥା ପୁଲିସ ଥାନାରୁ ଏହି ଜେଲକୁ କଏଦୀ ସହ ଜେଲ କର୍ମଚାରୀ ଓ ପୁଲିସଙ୍କ ଯିବଆସିବା ଲାଗି ରହିଛି। ଯାହା କରୋନା ସଂକ୍ରମଣର ମୁଖ୍ୟ କାରଣ ବୋଲି କୁହାଯାଇଛି। ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବଢୁଥିବା ବେଳେ କିଛି କଏଦୀଙ୍କ ଠାରେ କରୋନାର ଲକ୍ଷଣ ଦେଖାଦେଇଥିଲା। ଯେଉଁଥି ପାଇଁ ଜୁଲାଇ ୧୮ ତାରିଖରେ ମଣ୍ଡଳ କାରାଗାରର ୯୨ ଜଣ କର୍ମଚାରୀ ଓ ୫୦ ଜଣ କଏଦୀଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା। ଆଉ ଆଜି ତାହାର ରିପୋର୍ଟ ଆସିଥିଲା। କାରାଗାରର ମୋଟ ୪୪ ଜଣ ସଂକ୍ରମିତ ଥିବା ଜଣାପଡ଼ିଥିଲା। ସଂକ୍ରମିତଙ୍କ ମଧ୍ୟରେ ଖୋଦ ଜେଲର ରହିଥିବା ବେଳେ ଅନ୍ୟ ୮ ଜଣ କର୍ମଚାରୀ ରହିଛନ୍ତି। ସେହିପରି ବିଭିନ୍ନ ଜିଲାରୁ ଆସି ଏଠାରେ ରହୁଥିବା ୩୫ ଜଣ କଏଦୀ ମଧ୍ୟ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ ଜେଲ କର୍ମଚାରୀଙ୍କୁ ହୋମ ଆଇସୋଲେସନରେ ପଠାଯାଇଥିବା ବେଳେ ଯାହାର ଲକ୍ଷଣ ଦେଖାଯିବ ତାଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯିବ ବୋଲି କୁହାଯାଇଛି। ସୁରକ୍ଷା ଦୃଷ୍ଟିରୁ ୩୫ ଜଣ କଏଦୀଙ୍କୁ କିନ୍ତୁ କୋଭିଡ ହସପିଟାଲ ନିଆଯାଇ ନାହିଁ। ସଂକ୍ରମିତ କଏଦୀଙ୍କ ମଧ୍ୟରେ ବହୁ ଦୁର୍ଦ୍ଦାନ୍ତ ଅପରାଧୀ ରହିଥିବାରୁ ସେମାନଙ୍କୁ ବାହାରକୁ ନେଲେ ସମସ୍ୟା ହେବ ବୋଲି ଜେଲ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଭିତରେ ହିଁ କଏଦୀଙ୍କ ଚିକିତ୍ସା ପାଇଁ ଯୋଜନା ହୋଇଛି। ଏପଟେ କଏଦୀଙ୍କ ଚିକିତ୍ସା ପାଇଁ ତୁରନ୍ତ ଆବଶ୍ୟକୀୟ ଡାକ୍ତର ନିୟୋଜିତ କରିବାକୁ ଜେଲ କର୍ତ୍ତୃପକ୍ଷ ଜିଲା ପ୍ରଶାସନକୁ ଚିଠି ଲେଖିଛନ୍ତି। ଏହି ଜେଲ ଭିତରେ ବହୁ ସଂଖ୍ୟକ କଏଦୀ ସଂକ୍ରମିତ ହୋଇସାରିଥିବା ବେଳେ ସେମାନେ ଅନ୍ୟମାନଙ୍କ ସହ ସଂସ୍ପର୍ଶରେ ଆସୁଛନ୍ତି। ସଂକ୍ରମିତଙ୍କୁ ଅନ୍ୟ ଏକଦୀଙ୍କଠାରୁ ଅଲଗା ରଖିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ। ଯାହାକୁ ନେଇ ଅନ୍ୟ କଏଦୀମାନେ ଭୟଭୀତ ହୋଇ ରହିଛନ୍ତି। ପ୍ରକାଶଥାଉକି, ଏହାପୂର୍ବରୁ ଏହି କାରାଗାରରେ ରହୁଥିବା ୨୦ ଜଣ କଏଦୀ ବିଭିନ୍ନ ସୟମରେ ସଂକ୍ରମିତ ହୋଇଥିଲେ। ସେମାନଙ୍କୁ ପର୍ଯ୍ୟାୟକ୍ରମରେ କୋଭିଡ ହସପିଟାଲକୁ ନେଇ ଚିକିତ୍ସା କରାଯାଇଥିଲା।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories