www.samajalive.in
Saturday, December 13, 2025
26.1 C
Bhubaneswar

କରୋନା ନେଲା ଆଉ ୫ ଜୀବନ

ଭୁବନେଶ୍ଵର: ରାଜ୍ୟରେ କରୋନା ଭୂତାଣୁ ଆଉ ୫ ଜୀବନ ନେଇଛି। ଗଞ୍ଜାମ ଜିଲାରୁ ସର୍ବାଧିକ ୩ ଜଣ ରହିଥିବାବେଳେ ଗଜପତି ଓ କନ୍ଧମାଳ ଜିଲାରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି। ଫଳରେ ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି।

ଗଜପତି ଜିଲାର ମୃତକ ଜଣକ ୭୨ବର୍ଷୀୟ ପୁରୁଏ ଏବଂ ସେ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ରକ୍ତନଳୀ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିଲେ। ଗଞ୍ଜାମ ଜିଲାର ୩ ମୃତକଙ୍କ ମଧ୍ୟରୁ ଜଣେ ୪୦ ବର୍ଷୀୟା ମହିଳା ଏବଂ ୬୧ ଓ ୬୦ ବର୍ଷୀୟ ୨ ଜଣ ପୁରୁଷ ରହିଛନ୍ତି। ମହିଳା ଜଣକ ମଧୁମେହ ଏବଂ ହାଇଡ୍ରୋନେଫ୍ରୋସିସ୍‌ ​ରୋଗରେ ଆକ୍ରାନ୍ତ ଥିଲେ। ସେହିପରି ୬୧ ବର୍ଷୀୟ ମୃତକ ଜଣକ ମଧୁମେହ ଏବଂ ୬୦ ବର୍ଷୀୟ ପୁରୁଣ ଜଣକ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଏହାବ୍ୟତୀତ କନ୍ଧମାଳ ଜିଲାରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣେ ୮୬ ବର୍ଷୀୟ ବୃଦ୍ଧ। ସେ ମଧୁମେହ ଏବଂ ଫୁସଫୁସ ରୋଗରେ ଆକ୍ରାନ୍ତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories