www.samajalive.in
Saturday, December 6, 2025
15.1 C
Bhubaneswar

ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା : ଆଜି ସର୍ବାଧିକ ୧୦୭୮ ପଜିଟିଭ୍ ଚିହ୍ନଟ

ଭୁଚବନେଶ୍ବର : ରାଜ୍ୟରେ ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମଣ। ଆଜି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୦୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ କରୋନା ସଂକ୍ରମତିଙ୍କ ମଧ୍ୟରୁ ୭୨୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଏବଂ ୩୫୭ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ୧୦୭୮ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୮୩୫ରେ ପହଞ୍ଚିଛି।


ବୁଧବାର ଚିହ୍ନଟ ହୋଇଥିବା ୧୦୭୮ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୩୭୧, ଖୋର୍ଦ୍ଧାରୁ ୧୨୧ ରହିଥିବା ବେଳେ ଅନୁଗୋଳରୁ ଜଣେ, ବାଲେଶ୍ୱରରୁ ୧୦, ବରଗଡରୁ ୨୬ , ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ୬ , ବୌଦ୍ଧରୁ ୩ , କଟକରୁ ୫୭, ଢେଙ୍କାନାଳରୁ ୨ , ଜଗତସିଂହପୁରରୁ ୩୫ , ଯାଜପୁରରୁ ୨୦ ,ଝାରସୁଗୁଡାରୁ ୩୪, କଳାହାଣ୍ଡିରୁ ୧୫ , କନ୍ଧମାଳ ଜିଲ୍ଲାରୁ ୧୩ , କେନ୍ଦ୍ରାପଡାରୁ ୨୪ , କେନ୍ଦୁଝରରୁ ୧୬, କୋରାପୁଟରୁ ୧୫ , ମାଲକାନଗିରିରୁ ୬୬ , ମୟୁରଭଞ୍ଜରୁ ୧୩ , ନବରଙ୍ଗପୁରରୁ ୧୭, ନୟାଗଡରୁ ୫ , ପୁରୀରୁ ୨୮, ରାୟଗଡାରୁ ୯୬ , ସମ୍ବଲପୁରରୁ ୨୦ଜଣ, ସୋନପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୨୯ଜଣ ରହିଛନ୍ତି ।

- Advertisement -


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪ ଲକ୍ଷ ୧୦ ହଜାର ୯୨୧ ଟି ନମୂନା ପରୀକ୍ଷଣ କରାଯାଇଛି। ସେଥିମଧ୍ୟରୁ ୧୯ ହଜାର ୮୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ୧୩ ହଜାର ୩୦୯ ଜଣ ସୁସ୍ଥ ହୋଇଥିବା ବେଳେ ୧୦୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୩୧ କରୋନା ଆକ୍ରାନ୍ତଙ୍କର ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୬ ହଜାର ୩୮୭ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲ ଚିକିତ୍ସିତ ହେଉଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories