www.samajalive.in
Saturday, December 13, 2025
26.1 C
Bhubaneswar

ରାଜସ୍ଥାନ ସଙ୍କଟ: ସୁପ୍ରିମକୋର୍ଟ ଗଲେ ବାଚସ୍ପତି

ଜୟପୁର: ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ବାଚସ୍ପତି ସି.ପି. ଯୋଶୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଯେକୌଣସି ବିଧାୟକଙ୍କୁ ନୋଟିସ ପଠାଇବା ଏବଂ ତାଙ୍କୁ ଅଯୋଗ୍ୟ ଘୋଷଣା କରିବାର ସମ୍ପୂର୍ଣ୍ଣ ଅଧିକାର ବାଚସ୍ପତିଙ୍କ ନିକଟରେ ରହିଛି। ହାଇକୋର୍ଟ ବାଚସ୍ପତିଙ୍କ କ୍ଷମତା ଉପରେ ହସ୍ତକ୍ଷେପ କରିଥିବାରୁ ସେ ଏ ନେଇ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍‌ ପିଟିଶନ(ଏସଏଲପି) ଦାଖଲ କରିଥିବା କହିଛନ୍ତି।

ସୂଚନା ଅନୁସାରେ, ରାଜସ୍ଥାନର କଂଗ୍ରେସ ସରକାରରେ ବିଦ୍ରୋହ ସୃଷ୍ଟି କରିଥିବା ସଚିନ ପାଇଲଟ୍‌ ଓ ତାଙ୍କର ୧୮ ସମର୍ଥକ ବିଧାୟକଙ୍କୁ ବାଚସ୍ପତି ନୋଟିସ ଜାରି କରିବା ସହିତ କାହିଁକି ସେମାନଙ୍କୁ ଅଯୋଗ୍ୟ ଘୋଷିତ କରାଯିବ ନାହିଁ ତାହାର ଜବାବ ଦେବାକୁ କହିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ପାଇଲଟ୍‌ ଗୋଷ୍ଠୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଗତ ମଙ୍ଗଳବାର ହାଇକୋର୍ଟ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଏହା ସହିତ ପାଇଲଟ୍‌ ଗୋଷ୍ଠୀ ଉପରେ ଆସନ୍ତ ୨୪ ତାରିଖ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ବାଚସ୍ପତିଙ୍କୁ ନିର୍ଦେଶ ଦେଇଛନ୍ତି। ଏହା ଉପରେ ବାଚସ୍ପତି କହିଛନ୍ତି, ମୁଁ ସଂସଦୀୟ ଲୋକତନ୍ତ୍ର ନିୟମ ଅଧୀନରେ ମୋ କାର୍ଯ୍ୟ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶାବଳୀ ପାଳନ କରିଛି। ଯଦି ମୁଁ କୌଣସି କାର୍ଯ୍ୟାନୁଷ୍ଠାନ ନେଇଥାନ୍ତି, ତେବେ କୋର୍ଟ ଏହା ଉପରେ ବିଚାର କରିପାରନ୍ତି। ମୋର କେବଳ ଏତିକି କହିବାର ଅଛି ଯେ, ବିଧାନସଭା ଅଧ୍ୟକ୍ଷଙ୍କ କାମରେ କୌଣସି ପ୍ରକାର ହସ୍ତକ୍ଷେପ କରା ନ ଯାଉ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories