www.samajalive.in
Friday, December 5, 2025
17.1 C
Bhubaneswar

ରାଜସ୍ଥାନ ସଙ୍କଟରେ ନୂଆ ମୋଡ଼, ଗେହଲଟଙ୍କ ଘରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ: ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ପୁଣି ଏକ ନୂଆ ମୋଡ଼ ନେଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ବିଦ୍ରୋହୀ ବିଧାୟକ ସଚିନ ପାଇଲଟଙ୍କ ମଧ୍ୟରେ ଛକାପଞ୍ଛା ଚାଲିଥିବାବେଳେ ବାଚସ୍ପତି ସି.ପି. ଯୋଶୀଙ୍କ କ୍ଷମତାରେ ହାଇକୋର୍ଟଙ୍କ ହସ୍ତକ୍ଷେପ ବିରୋଧରେ ସେ ବୁଧବାର ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍‌ ପିଟିଶନ ଦାଖଲ କରିଛନ୍ତି। ଏପରି ସ୍ଥିତିରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଗେହଲଟଙ୍କ ଘରେ ପଶିଛି। ଏକ ସାର ଦୁର୍ନୀତି ମାମଲାରେ ଇଡି ଅଧିକାରୀମାନେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭାଇ ଅଗ୍ରେସେନ ଗେହଲଟଙ୍କ ଘର ଓ ଫାର୍ମ ହାଉସରେ ଚଢ଼ାଉ କରିଛି। ଏପରି କି ଗେହଲଟଙ୍କ କିଛି ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିବା ସୂଚନା ମିଳିଛି।

ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ଇଡିର ଏପରି ଅଚାନକ ଚଢ଼ାଉ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜସ୍ଥାନରେ ସରକାର ଭାଙ୍ଗିବାକୁ ବିଜେପି ଷଡ଼ଯନ୍ତ୍ର କରୁଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏପରି ସ୍ଥଳେ ମୁଖ୍ୟମନ୍ତ୍ରୀ ଗେହଲଟ ସଚିନ ପାଇଲଟ୍‌ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଥିବାରୁ ଏହାକୁ ଦବାଇବା ପାଇଁ କେନ୍ଦ୍ର ସରକାର ଇଡିକୁ ବ୍ୟବହାର କରୁଥିବା ଅଭିଯୋଗ ହେଉଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories