କଂଗ୍ରେସ-ବିଜେପି ‘ଟ୍ବିଟ୍’ ଯୁଦ୍ଧ: ’ଉପଲବ୍ଧି’କୁ ନେଇ ରାହୁଳଙ୍କୁ ନିଶାଣ କଲେ ଜାଭେଦକର
ରାଜସ୍ଥାନର ରାଜନୈତିକ ଦ୍ବନ୍ଦ୍ବଯୁଦ୍ଧ ମଧ୍ୟରେ କଂଗ୍ରେସ-ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଥମୁନାହିଁ । କଂଗ୍ରେସ ନେତା ରାହୁଳ ଗାନ୍ଧୀ ପ୍ରତିଦିନ ମୋଦୀ ସରକାରଙ୍କୁ କୌଣସିନା କୌଣସି ପ୍ରସଙ୍ଗରେ ସମାଲୋଚନା କରୁଛନ୍ତି, ଅନ୍ୟପକ୍ଷରେ ବିଜେପିର କେହି ନା କେହି ନେତା ରାହୁଳଙ୍କୁ ଏହାର କଡ଼ା ଜବାବ ଦେଉଛନ୍ତି । କରୋନା ସମୟରେ ମୋଦୀ ସରକାରଙ୍କ ୬ ‘ଉପଲବ୍ଧି’କୁ ନେଇ ରାହୁଳ ଯେଉଁ କଟାକ୍ଷ କରିଥିଲେ ତାହାର ଜବାବ ରଖିଛନ୍ତି ବିଜେପି ନେତା ପ୍ରକାଶ ଜାଭେଦକର ।
ଆଜି ସକାଳେ ରାହୁଳ ଗାନ୍ଧୀ ନିଜ ଟ୍ବିଟରରେ ମୋଦୀ ସରକାରଙ୍କ ୬ଟି ବଡ଼ କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଫେବ୍ରୁଆରୀ -ନମସ୍ତେ ଟ୍ରମ୍ପ, ମାର୍ଚ- ମଧ୍ୟପ୍ରଦେଶ ସରକାର ଭଙ୍ଗ, ଏପ୍ରିଲ- ମହମବତୀ ଜଳାଇବା, ମେ-ସରକାରଙ୍କ ଷଷ୍ଠ ବାର୍ଷିକ ଉତ୍ସବ, ଜୁନ୍-ବିହାରରେ ଭର୍ଚୁଆଲ ରାଲି, ଜୁଲାଇ- ରାଜସ୍ଥାନ ସରକାର ଭାଙ୍ଗିବା ଉଦ୍ୟମ । ଏଇଥିପାଇଁ କରୋନା ଲଢ଼େଇରେ ଦେଶ ଆତ୍ମନିର୍ଭର ହୋଇ ପାରିଛି ।
कोरोना काल में सरकार की उपलब्धियां:
● फरवरी- नमस्ते ट्रंप
● मार्च- MP में सरकार गिराई
● अप्रैल- मोमबत्ती जलवाई
● मई- सरकार की 6वीं सालगिरह
● जून- बिहार में वर्चुअल रैली
● जुलाई- राजस्थान सरकार गिराने की कोशिशइसी लिए देश कोरोना की लड़ाई में ‘आत्मनिर्भर’ है।
— Rahul Gandhi (@RahulGandhi) July 21, 2020
ରାହୁଳଙ୍କ ଏହି ଟ୍ବିଟର କିଛି ସମୟ ପରେ ବିଜେପି ଏହାର ପାଲଟା ଜବାବ ଦେଇଛି । ଦଳର ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ରାହୁଳଙ୍କୁ ତାଙ୍କରି ଭାଷାରେ ଉତ୍ତର ଦେଇଛନ୍ତି । ଜାଭେଦକର କହିଛନ୍ତି ଯେ ରାହୁଳ ବାବା କରୋନା ସମୟରେ ଦେଶର ଉପଲବ୍ଧି ଲେଖି ରଖନ୍ତୁ । ଆମେରିକା, ବ୍ରାଜିଲ ଓ ୟୁରୋପ ତୁଳନାରେ ଭାରତରେ କରୋନା ସଂକ୍ରମଣ ହାର, ସୁସ୍ଥ ଅନୁପାତ ଓ ମୃତ୍ୟୁ ସଂଖ୍ୟା ଦେଖି ଯାହା କହିବା କଥା କହନ୍ତୁ । ଦୀପ ଜଳାଇବାକୁ ତାତ୍ସଲ୍ୟ କରି ଆପଣ ଦେଶର କରୋନା ଯୋଦ୍ଧାଙ୍କୁ ଅପମାନିତ କରିଛନ୍ତି ବୋଲି ଜାଭେଦକର କହିଛନ୍ତି । ଏହା ସହ ରାହୁଳଙ୍କ ୬ ଉପଲବ୍ଧି ମଧ୍ୟ ଜାଭେଦକର ବର୍ଣ୍ଣନା କରିଛନ୍ତି । ଆପଣଙ୍କ ୬ ଉପଲବ୍ଧି ନୁହେଁ, ୩ ଉପଲବ୍ଧି ଏଠି ଉଲ୍ଲେଖ କରୁଛି ବୋଲି ଜାଭେଦକର କହିଛନ୍ତି ।
.@RahulGandhi note your achievements in the last 6 months –
February: Shaheen Bagh and Riots;
March: Losing Jyotiraditya and MP
April: Instigating migrant labourers;
— Prakash Javadekar (@PrakashJavdekar) July 21, 2020
ସେ ଲେଖିଛନ୍ତି ଫେବ୍ରୁଆରୀରେ ସାହିନବାଗ ଘଟଣା ଓ ଦଙ୍ଗା, ମାର୍ଚରେ ଜ୍ୟୋତିରାଦିତ୍ୟ ଆପଣଙ୍କୁ ଛାଡ଼ି ଚାଲିଯିବା ଓ ମଧ୍ୟପ୍ରଦେଶ ଆପଣଙ୍କ ହାତରୁ ଖସିଯିବା, ଏପ୍ରିଲରେ ପ୍ରବାସୀ ଶ୍ରମିକଙ୍କୁ ଉସୁକାଇବା । ମେ ମାସରେ କଂଗ୍ରେସର ଐତିହାସିକ ପରାଜୟର ଷଷ୍ଠ ବର୍ଷ ପୂର୍ତି ପାଳିମ, ଜୁନରେ ଚୀନକୁ ସମର୍ଥନ କରିବା ଓ ଜୁଲାଇରେ ରାଜସ୍ଥାନ କଂଗ୍ରେସରେ ବିପର୍ଯ୍ୟୟ ହେଉଛି ଆପଣଙ୍କ ସବୁଠୁ ବଡ଼ ଉପଲବ୍ଧି ।
May: 6th anniversary of the historic defeat of the Congress;
June: Defending China;
July: Congress on virtual collapse in Rajasthan@BJP4India @JPNadda @BJP4Maharashtra @INCIndia
— Prakash Javadekar (@PrakashJavdekar) July 21, 2020
Comments are closed.