www.samajalive.in
Wednesday, December 10, 2025
16.1 C
Bhubaneswar

ଆସାମ ବନ୍ୟା ଉଦ୍‌ବେଗଜନକ ; ପାଣି ଘେରରେ ୨୪୦୦ ଗାଁ, ରିଲିଫ ଶିବିରରେ ୧.୫୪ ଲକ୍ଷ ଲୋକ

ଗୁଆହାଟି : ଆସାମରେ ଦେଖାଯାଇଥିବା ପ୍ରଳୟଙ୍କରୀ ବନ୍ୟାରେ ୨୮ଜିଲା ପ୍ରଭାବିତ ହୋଇଛି। ବନ୍ୟା ପରିସ୍ଥିତି ଦିନକୁ ଦିନ ଉଦ୍‍ବେଗଜନକ ହେବାରେ ଲାଗିଛି। ନିମାଟିଘାଟ, ଜୋରହାଟ, ତେଜପୁର ଜିଲାରେ ବ୍ରହ୍ମପୁତ୍ର ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହା ସହିତ ଧୁବ୍ରି ଓ ଗୋଆଲପଡା ସହର ନିକଟରେ ବ୍ରହ୍ମପୁତ୍ର ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବନ୍ୟା ଯୋଗୁଁ ରାଜ୍ୟର ୨୪୦୦ଟି ଗ୍ରାମ ଜଳବନ୍ଦୀ ହୋଇପଡ଼ିଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ଆଶ୍ରୟ ଦେବା ନିମନ୍ତେ ସରକାରଙ୍କ ପକ୍ଷରୁ ୫୬୪ଟି ରିଲିଫ ଶିବିର ଖୋଲାଯାଇଛି। ଏହିସବୁ ରିଲିଫ ଶିବିରରେ ୧.୫୪ ଲକ୍ଷ ଲୋକ ଆଶ୍ରୟ ନେଇଛନ୍ତି। ବନ୍ୟା ଯୋଗୁଁ ସୋମବାର ଆଉ ୬ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଲକ୍ଷ୍ମୀପୁର, ସୋନିତପୁର, ବିଶ୍ୱନାଥ, ଉଦଳଗୁରି, ଦାରଙ୍ଗ, ବାସକା, ନଲବାରୀ, ତିନସୁକିଆ, ବାରପେଟ, କୋକ୍ରାଝର, ନାଓଗାଓଁ, ଗୋଲାଘାଟ, ଜୋରାହାଟ, ମଜୁଲି, ଶିବସାଗର ଓ ଦିବ୍ରୁଗଡ ଜିଲା ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଛି। ବନ୍ୟା ପାଣିରେ ଗାଁ ବୁଡି ଯିବାରୁ ୨୫.୨୯ଲକ୍ଷ ଲୋକ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହୋଇଛନ୍ତି; ମାତ୍ର ବନ୍ୟା ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ମୋଟ ୭୦ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ରାଜ୍ୟ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି। ବନ୍ୟା ଯୋଗୁଁ ରାଜ୍ୟରେ ୧,୧୨,୧୩୮ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଛି। ଅନେକ ସ୍ଥାନରେ ରାସ୍ତାଘାଟ ଓ ସେତୁ ଧୋଇଯାଇଛି। ଏସଡିଆରଏଫ ଓ ଜିଲା ପ୍ରଶାସନ ବନ୍ୟା ଘେରରୁ ୩୬୬ଜଣଙ୍କୁ ଉଦ୍ଧାର କରିଛି। ଚଳିତ ବର୍ଷ ମୌସୁମୀ ଋତୁରେ ଆସାମରେ ତୃତୀୟ ଥର ପାଇଁ ବନ୍ୟା ଆସିଛି। ଏହି ତିନିଟି ବନ୍ୟା ଓ ତତ୍‍ଜନିତ ମାଟି ଅତଡା ଧସିବାରେ ମୋଟ ୧୧୧ଜଣଙ୍କର ମୃତ୍ୟୁ ହେଲାଣି। ସେହିପରି କାଜିରଙ୍ଗା ଜାତୀୟ ଉଦ୍ୟାନରେ ୧୦୮ ପ୍ରାଣୀଙ୍କର ମୃତ୍ୟୁ ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories