www.samajalive.in
Monday, December 8, 2025
20.1 C
Bhubaneswar

ମଙ୍ଗଳବାର ରାଶିଫଳ ( ୨୧। ୭। ୨୦୨୦ )

ମେଷ: ଉତ୍ତମ ଗୁଣଯୁକ୍ତ ନୀତିନିଷ୍ଠ ଓ ବିନୀତ ସ୍ବଭାବର ହେବେ। ଭେଦ ନୀତି ଗ୍ରହଣ କରିପାରନ୍ତି। ଚତୁର ଓ ଧନଯୁକ୍ତ ହେବେ। କଠିନ ଶ୍ରମ କରିବାକୁ ପଡ଼ିବ। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ।

ବୃଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନର ସୁଯୋଗ ଅଛି। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।

- Advertisement -

ମିଥୁନ: ଶାନ୍ତ, ନିପୁଣ ଓ ମେଧାବୀ ହେବେ। ବିଦ୍ବାନ୍‌, ଜିତେନ୍ଦ୍ରିୟ ଓ ଦୟାଳୁ ସ୍ବଭାବର ହୋଇପାରନ୍ତି; ମାତ୍ର ଧନହୀନ ହେବା ଆଶା କରାଯାଏ। ମନ ବିଷାଦିତ ହେବ। କାର୍ଯ୍ୟ ପ୍ରତି ଅନାଗ୍ରହୀ ହୋଇପାରନ୍ତି। ପତ୍ନୀଙ୍କ ଠାରୁ ଅର୍ଥ ପାଇ କିଛିଟା ଶାନ୍ତି ମିଳିବ।

କର୍କଟ: ସୁକର୍ମା ହେବେ। ଗୁପ୍ତଧନ ପାଇପାରନ୍ତି। ଚିନ୍ତାଧାରା ଉତ୍ତମମାନର ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ସାତ୍ତ୍ବିକ ଭୋଜନ ମିଳିବ। ସରକାରୀ କିମ୍ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ନୂଆ ବନ୍ଧୁଙ୍କ ଦ୍ବାରା ଉପକୃତ ହେବେ।

ସିଂହ: ବିପଦ ଦୂର ହେବ; ମାତ୍ର କାର୍ଯ୍ୟରେ ସଫଳତା ମିଳିବା କଷ୍ଟସାଧ୍ୟ ହେବ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‌ ରହିପାରନ୍ତି। ଉତ୍ତମ ମିତ୍ର କିମ୍ବା ପୁତ୍ର ପ୍ରାପ୍ତିର ସୂଚନା ମିଳୁଛି। ବାକ୍‌ପଟୁ ହେବେ। ଶୁଭକାର୍ଯ୍ୟରେ ଖର୍ଚ୍ଚାନ୍ତ ହୋଇପାରନ୍ତି।

କନ୍ୟା: ସ୍ବାଧୀନ ଭାବରେ କାର୍ଯ୍ୟ ସମ୍ପାଦନ କରିବାରେ ସକ୍ଷମ ହେବେ। ସର୍ବଦା ସମୃଦ୍ଧ ରହିବେ। ନିଧିପ୍ରାପ୍ତ ହୋଇପାରନ୍ତି। ସୁହୃଦଙ୍କ ସମର୍ଥନ ପାଇ ପ୍ରଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ।

ତୁଳା: ସୁଖ-ସମ୍ମାନ ଲାଭ କରିବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ପତ୍ନୀଙ୍କ କଥାରେ ପରିଚାଳିତ ହେବେ। ଶୁଭକାର୍ଯ୍ୟ କରଣୀୟ। ବିବାଦରେ ବିଜୟୀ ହେବେ।

ବିଛା: ବିନୟୀ ହେବେ। ଶ୍ରେଷ୍ଠତ୍ବର ପରିଚୟ ଦେବେ। ସନ୍‌ମାର୍ଗୀ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ବିବାଦରେ ବିଜୟୀ ହେବେ।

ଧନୁ: ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସାଧନାରେ ସିଦ୍ଧି ଲାଭ କରିବେ। ଶତ୍ରୁଘାତୀ ହୋଇପାରନ୍ତି। ସତ୍ୟବାଦୀ ହେବେ। ସୁଗୁଣ ସମ୍ପନ୍ନ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି।

ମକର: ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ସୁଖକର ଘଟଣାମାନ ଘଟିବ। କର୍ମରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିବେ।

କୁମ୍ଭ: ଆପଣଙ୍କ ଇଚ୍ଛା ଓ ବରାଦରେ କାର୍ଯ୍ୟ ହେବ। ଭ୍ରମଣ ଯୋଗ ଅଛି। ଅଜାତ ଶତ୍ରୁ ହେବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସୁସମ୍ବାଦ ପାଇ ଖୁସି ହେବେ। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରଣୀୟ। ଋଣପରିଶୋଧ କରିବେ।

ମୀନ: କାର୍ଯ୍ୟରେ ଆଗ୍ରହୀ ହେବେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ସମାଚାର ପାଇ ଆଶ୍ବସ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିତ୍ତବାନ୍‌ ହୋଇପାରନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories