www.samajalive.in
Sunday, December 7, 2025
23.1 C
Bhubaneswar

ଶ୍ରାବଣମାସର ୩ୟ ସୋମବାର : ରୀତିନୀତିରେ ସମ୍ପନ୍ନ ହେଲା ଜଳାଭିଷେକ ଓ ଚିତାଲାଗି ନୀତି

ଆରଡି : ପବିତ୍ର ଶ୍ରାବଣମାସର ତୃତୀୟ ସୋମବାରରେ ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ଜଳାଭିଷେକ ଓ ଚିତାଲାଗି ନୀତି ସମ୍ପନ୍ନ ହୋଇଛି। ଦୀର୍ଘ ୪ମାସରୁ ଉର୍ଦ୍ଧ୍ବ ହେବ କରୋନା କଟକଣା ଜାରି ରହିଥିବାବେଳେ ପବିତ୍ର ଶ୍ରାବଣ ମାସରେ ପୀଠରେ ଯେପରି ଭକ୍ତମାନଙ୍କର ସମାଗମ ନହେବ ସେଥିପାଇଁ ପ୍ରଶାସନ ପକ୍ଷରୁ ପୀଠ ସମେତ ବୈତରଣୀ ଓ ସାଳନ୍ଦୀ ନଦୀର ୩ଘାଟରେ ୧୪୪ଧାରା ଜାରି କରାଯାଇଛି। ଏଥିସହ ପୀଠର ସମସ୍ତ ପ୍ରବେଶ ପଥକୁ ପୁଲିସ ପକ୍ଷରୁ ସିଲ କରାଯାଇଥିବାବେଳେ ପାଟ୍ରୋଲିଂ ବ୍ୟବସ୍ଥା କଡାକଡ଼ି କରାଯାଇଥିଲା। ଏପରିକି ଧାରା ଶ୍ରାବଣମାସର ପ୍ରତି ସୋମବାରରେ ମଣିବାବାଙ୍କୁ କାଉଡିଆମାନେ ଜଲଲାଗି କରିବାର ପରମ୍ପରା ରହିଥିଲେ ମଧ୍ୟ ମହାମାରୀ କରୋନା ପାଇଁ କଟକଣା ଜାରି କରାଯାଇଥିବାରୁ ସମଗ୍ର ପୀଠ ଭକ୍ତ ଶୂନ୍ୟ ହୋଇ ପଡିଥିଲା। ଫଳରେ ପୂର୍ବ ବର୍ଷ ପରି କାଉଡିଆଭକ୍ତଙ୍କର ନଥିଲା ଗହଳିଚହଳି କି ଶୁଭୁନଥିଲା ବୋଲବୋମ-ହରହରବୋମ ଧ୍ୱନି। ଅନ୍ୟପଟେ ଚିତାଲାଗି ଅମାବ୍ୟାସା ନୀତିକାନ୍ତି ନିମନ୍ତେ ସେବାୟତଙ୍କ ପକ୍ଷରୁ ମଣିବାବାଙ୍କୁ ମହାସ୍ନାନ କରାଯିବା ପରେ ଅପରାହ୍ଣରେ ବଡସିଂହାର ବେଶରେ ସଜ୍ଜିତ କରାଯାଇ ଚିତାଲାଗି କରାଯାଇଥିଲା। ପରେ ସେବାକାରୀଙ୍କ ପକ୍ଷରୁ ଚିତଉପିଠା ମଣିବାବାଙ୍କୁ ସଂଧ୍ୟାଧୂପ ନୀତିରେ ସମପ କରାଯାଇଥିଲା। ତାହାସହ ମନ୍ଦିରର ସେବାୟତମାନେ ମଣିବାବାଙ୍କ ଚଳନ୍ତି ପ୍ରତିମା ଶ୍ରାବଣୀ ମହାଦେବଙ୍କ ନିକଟରେ ରୀତିନୀତି ଅନୁଯାୟୀ ଶ୍ରାବଣୀ ଜଳାଭିଷେକ କରାଯିବା ସହିତ ପୂଜାର୍ଚ୍ଚନା ଓ ନୀତିକାନ୍ତି ଓ ମେଳା ସମ୍ପନ୍ନ କରିଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories