ଆଜି ଆନ୍ତର୍ଜାତିକ ଚେସ୍‌ ଦିବସ

ଆଜି ଆନ୍ତର୍ଜାତିକ ଚେସ୍‌ ଦିବସ। ପଞ୍ଚମ ଶତାବ୍ଦୀରେ ଭାରତରେ ଖେଳାଯାଉଥିବା ‘ଚତୁରଙ୍ଗ’ ହିଁ ଚେସ୍‌, ଏହା ସମସ୍ତେ ସ୍ବୀକାର କରିଛନ୍ତି। ଏହା ବିଶ୍ବର ଅନ୍ୟତମ ପ୍ରାଚୀନ କ୍ରୀଡ଼ା। ଭାରତରୁ ଏହା ପର୍ସିଆ ଯାଇଥିଲା ଏବଂ ଯେତେବେଳେ ଆରବୀୟ ପର୍ସିଆକୁ ଅଧିକାର କଲେ, ଚେସ୍‌ ମୁସଲମାନ ରାଷ୍ଟ୍ରଗୁଡ଼ିକରେ ବ୍ୟାପକ ହେଲା। ପରେପରେ ଏହାକୁ ଇଉରୋପର ଲୋକେ ଖେଳିଲେ। ବର୍ତ୍ତମାନର ଚେସ୍‌ର ରୂପ ପଞ୍ଚଦଶ ଶତାବ୍ଦୀରେ ଇଉରୋପରେ ହିଁ ପ୍ରଥମେ ଦେଖାଯାଇଥିଲା।

ସାରା ପୃଥିବୀରେ ଚେସ୍‌ ମନୋରଞ୍ଜନକାରୀ ଓ ମେଧାଶକ୍ତିର ଅପୂର୍ବ ସମନ୍ବୟ ଥିବା କ୍ରୀଡ଼ା ଭାବେ ବେଶ୍ ଲୋକପ୍ରିୟ। ୧୮୬୧ରେ ଏଥିରେ ‘ନିର୍ଦିଷ୍ଟ ସମୟସୀମା’ ଯୋଡ଼ି ଖେଳାଯିବା ଆରମ୍ଭ ହୋଇଥିଲା। ୨୦୧୨ ମସିହାର ଏକ ସର୍ବେକ୍ଷଣ ଅନୁଯାୟୀ ପ୍ରାୟ ୬୦୦ ନିୟୁତ ବୟସ୍କ ଲୋକ ନିୟମିତ ଚେସ୍‌ ଖେଳିଥାନ୍ତି।

୧୯୨୪ ଜୁଲାଇ ୨୦ରେ ଅଷ୍ଟମ ଫ୍ରାନ୍ସର ପ୍ୟାରିସ୍‌ଠାରେ ଅଷ୍ଟମ ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ କ୍ରୀଡ଼ା ସମୟରେ ଏଫ୍‌ଆଇଡିଇ (ବିଶ୍ବ ଚେସ୍‌ ସଂଘ) ଗଠିତ ହୋଇଥିଲା। ଏହି କାରଣରୁ ୧୯୬୬ ମସିହାରୁ ଆନ୍ତର୍ଜାତିକ ଚେସ୍‌ ଦିବସ ଭାବେ ଏହି ଦିନଟିକୁ ପାଳନ କରାଯାଇଆସୁଛି। ୧୮୫୧ରେ ଲଣ୍ଡନରେ ପ୍ରଥମ ଆଧୁନିକ ଚେସ୍‌ ଟୁର୍ଣ୍ଣାମେଣ୍ଟ୍‌ ଆୟୋଜିତ ହୋଇଥିଲା। n

Comments are closed.