www.samajalive.in
Tuesday, December 9, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀ ସଡକ ଯୋଜନାର ଶତାଧିକ ରାସ୍ତା ଖରାପ

ନବରଙ୍ଗପୁର: କେନ୍ଦ୍ରସରକାର ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କୋଟିକୋଟି ଟଙ୍କା ଦେଉଥିବାବେଳେ ନବରଙ୍ଗପୁର ଜିଲାରେ ତାହା ସଠିକ ଭାବେ କାର୍ୟ୍ୟକାରୀ ହୋଇପାରୁନି। ଫଳରେ ଏହିରାସ୍ତା ଗୁଡିକର ସ୍ଥାୟୀତ୍ୱ ନେଇ ପ୍ରଶ୍ନଉଠିଛି।। ଅତିନିମ୍ନମାନର କାମ କରାଯାଉଥିବାରୁ ରାସ୍ତା ନିର୍ମାଣ ଏକ ବର୍ଷ ପୂରୁୁଣ ରାସ୍ତାରୁ ପିଚୁଉଠି ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଗ୍ରାମ୍ୟ ଉନ୍ନୟନ ବିଭାଜନ ଦ୍ୱାରା ପ୍ରଧାନମନ୍ତ୍ରୀ ସଡକ ଯୋଜନା କାର୍ୟ୍ୟ ଗାଇଡ୍‍ ଲାଇନ୍‍ ଅନୁସାରେ କରାଯାଉନଥିବାରୁ ଏଭଳି ଜିଲାର ଶତାଧିକ ରାସ୍ତା ଏବେ ଶୋଚନୀୟ ହୋଇ ପଡିଛି। ଜିଲାର ବିଭିନ୍ନ ରାସ୍ତାର ଦୂରାବସ୍ଥା ସଂପର୍କରେ ବିଭିନ୍ନ ଜିଲାସ୍ତରୀୟ ବୈଠକରେ ଲୋକପ୍ରତିନିଧି ମାନେ ପାଟିତୁଣ୍ଡକରି ଅଭିଯୋଗ କଲେ ମଧ୍ୟ ଏହାର କୈାଣସି ପ୍ରଭାବ ପଡୁନଥିବା ଜଣାଯାଇଛି।

ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ନିର୍ମାଣ ପରେ ୫ବର୍ଷ ପର୍ୟ୍ୟନ୍ତ ଠିକାଦାର ସଂପୃକ୍ତ ରାସ୍ତା ମରାମତି କରାଯିବାର ନିୟମ ରହିଥିଲେ ମଧ୍ୟ ଅଧିକାଂଶ ରାସ୍ତାରେ ଏହା ପାଳନ କରାଯାଉନଥିବା ଜଣାଯାଇଛି।କେତେକ ରାସ୍ତାରେ କେବଳ ଲୋକ ଦେଖାଣିଆ ମରାମତି କରାଯାଇଛି। ଯାହା ଫଳରେ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ପୁନର୍ବାର ପୂର୍ବାବସ୍ଥାକୁ ଫେରୁଛି। ଜିଲାରେ କେତେକ ହାତଗଣତି ସୁପରକ୍ଲାସ୍‍ ଠିକାଦାର ଏହି ଯୋଜନାର ରାସ୍ତାକାମ କରୁଛନ୍ତି। ସେଥିମଧ୍ୟରୁ ଅଧିକାଂଶ ଜିଲା ବାହାରର ଠିକାର ରହିଛନ୍ତିି। ଏହି ଜିଲା ବାହାର କିଛି ଠିକାଦାର ରାସ୍ତା କାମ ନାଁରେ ହରିଲୁଟ କରୁଥିବା ଅଭିଯୋଗ ହୋଇଛି। ନିମ୍ନମାନର ରାସ୍ତାକାମ କରି କୋଟିକୋଟି ଟଙ୍କା ରୋଜଗାର କରୁଥିବାବେଳେ ଏଥିପ୍ରତି କାହାର ନିଘା ନାହିଁ। ଠିକାଦାର ଓ ସରକାରୀ ବାବୁ ମାନଙ୍କର ମଧୂଚନ୍ଦ୍ରିକା କାରଣରୁ ରାସ୍ତାକାମର ଗୁଣବତ୍ତା ରହିପାରୁନି।

- Advertisement -

ଅଧିକାଂଶ ରାସ୍ତାର ଟେଣ୍ଡର ନେଇ ବଡଠିକାଦାର ମାନେ ସାନ ଠିକାଦାରମାନଙ୍କୁ ରାସ୍ତା ପାର୍ଟ କରି ବିକ୍ରି କରିଦେଇ ଘରେ ବସି ଟଙ୍କା ରୋଜଗାର କରୁଥିବା କୁହାଯାଉଛି। ଫଳରେ ଛୋଟ ଠିକାଦାର ମାନେ ଲାଭ ପାଇବା ଆଶାରେ ଯନ୍ତ୍ରୀମାନଙ୍କର ସହିତ ସଲାସୁତରା କରି ମନଇଚ୍ଛା କାମ କରୁଛନ୍ତି। ଜିଲାରେ କେତେକ ଲୋକ ପ୍ରତିନିଧିଙ୍କର ଦୁର୍ବଳତାକୁ ହାତବାରିଶି କରି ଏହି ବଡ ଠିକାଦାରମାନେ ଜିଲାକୁ ଆସିଥିବା ଉନ୍ନୟନ ଟଙ୍କାକୁ ହରିଲୁଟ କରୁଥିଲେ ହେଁ ଲୋକପ୍ରତିନିଧିମାନେ ନୀରବରହିବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ପ୍ରାୟ ଅଧିକାଂଶ ରାଜନୈତିକ ଦଳ ଏହି ଠିକାଦାରମାନଙ୍କର ଠାରୁ ବିଭିନ୍ନକାର୍ୟ୍ୟକ୍ରମରେ ମୋଟା ଅଙ୍କର ଚାନ୍ଦା ନେଉଥିବାରୁ ସେମାନଙ୍କୁ ମାଫ୍‍ କରାଯାଉଥିବା ସାଧାରଣରେ ଅଭିଯୋଗ ହେଉଛି। ଫଳରେ ଜିଲାର ବିକାଶ ପାଇଁ ଆସୁଥିବାକୋଟିକୋଟି ଟଙ୍କାର ସଦୁପଯୋଗ ହୋଇପାରୁନି। ଯାହାର ଦୁର୍ଦ୍ଦଶା ଜିଲାବାସୀମାନଙ୍କୁ ଭୋଗିବାକୁ ପଡୁଛି। ଜିଲାର ନିମ୍ନମାନରେ କରାଯାଉଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ବହୁ ଖବର ପ୍ରକାଶ ପାଉଥିଲେ ମଧ୍ୟ କୈାଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଜିଲା ପ୍ରଶାସନର ସ୍ୱଚ୍ଛତାନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଉଦାହରଣ ଭାବେ ତେନ୍ତୁଳିଖୁଣ୍ଟିବ୍ଲକ ଅନ୍ତର୍ଗତ ଓଲମା-ଟିମଣପୁର ୭ କିଲୋମିଟର ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ଏବେ ମରଣଜନ୍ତା ପାଲଟିଛି। କିଛି ବର୍ଷ ପୂର୍ବେ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ କରାଯାଇଥିଲା। ନିର୍ମାଣ ସମୟରେ ହିଁ ଏହାର ନିମ୍ନମାନର କାମ ନେଇ ତତ୍‍କାଳୀନ ସାଂସଦ ପ୍ରଦୀପ ମାଝୀ ଏହାର ମେଟାଲ କୁ ନେଇ ଜିଲା ପରିଷଦ ବୈଠକରେ ଦେଖି ତୁମ୍ବିତୋଫାନ କରିଥିଲେ। ତଥାପି କୈାଣସି ପଦକ୍ଷେପ ନିଆଯାଇନଥିଲା। ଫଳ ସ୍ୱରୂପ ସଂପୃକ୍ତ ରାସ୍ତା ନିର୍ମାଣ ର ଏକବର୍ଷପରେ ରାସ୍ତାରୁ ପିଚୁ ବାହାରିବାକୁ ଆରମ୍ଭ ହେବା ସହ ଏହା ଏବେ ମରଣ ଯନ୍ତ୍ରା ପାଲଟିଛି। ରାସ୍ତା ସାରା ଖାଲଖମାଭର୍ତ୍ତୀ ହୋଇଥିବାବେଳେ ଲୋକମାନେ ଯାତାୟତ କରିବାରେ ଭୟ କରୁଛନ୍ତି। ରାସ୍ତା ଉପରେ ବାଇକ ଓ ସାଇକେଲ ଯାଇ ପାରୁନଥିବାରୁ ରାସ୍ତା କଡ ମାଟି ଉପର ଦେଇ ଯାତାୟକ କରି ବର୍ଷାଦିନରେ ବହୁ ଦୁର୍ଘଟଣାର ଶୀକାର ହେଉଛନ୍ତି। ତେବେ ଏହି ଅଞ୍ଚଳବାସୀ ଙ୍କର ଦୁର୍ଦ୍ଦଶାକୁ ଦେଖବାକୁ କେହିନଥିବା ପ୍ରତିୟମାନ ହେଉଛି। ରାସ୍ତା ର ସମସ୍ୟା ସଂପର୍କରେ ଲୋକମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗ ପକ୍ଷରୁ କୈାଣସି ପଦକ୍ଷେପନିଆଯାଉନଥିବା ପରିତାପର ବିଷୟ ହୋଇଛି।

ଏହି କାମର ଟେଣ୍ଡର ନେଇଥିବା ଜିଲାବାହାରର ଠିକାଦାର ଅନ୍ୟଜଣେ ପେଟି ଠିକାଦାରକୁ ବିକ୍ରି କରି ପରସେଣ୍ଟଟେଜ୍‍ ନେଇଥିବାବେଳେ ସଂପୃକ୍ତ ପେଟି ଠିକାଦାର ଯାହା କାମ କରିଛି ତାର ପରିଣାମ ଏବେ ଏହି ଅଞ୍ଚଳବାସୀ ଭୋଗୁଥିବା ଅଭିଯୋଗ ହୋଇଛି। ଏହି ରାସ୍ତା ଉପରେ କଂଗ୍ରା ଗ୍ରାମପଞ୍ଚାୟତ, କାମତା, ଅଞ୍ଚଳଗୁମ୍ମା ଓ ପାତ୍ରପୁଟ ପଞ୍ଚାୟତ ଅଞ୍ଚଳର ପ୍ରାୟ ୩୦ଟି ଗ୍ରାମର ଲୋକମାନେ ଯାତାୟତ କରୁଥିବାବେଳେ ଏହି ମୁଖ୍ୟ ରାସ୍ତାର ଅବସ୍ଥା ପ୍ରତି କାହାର ଦୃଷ୍ଟିନାହିଁ। ଏହା ବ୍ୟତୀତ ଓଲମା ଠାରୁ ଓଲମା ଛକ ପର୍ୟ୍ୟନ୍ତ ପ୍ରାୟ ଅଧିକିଲୋମିଟର ରାସ୍ତା ଗତବର୍ଷ ବର୍ଷାରେ ଧୋଇଯାଇଥିବାବେଳେ ଏଠାରେ କେବଳ ମାଟି ପକାଇ ରାସ୍ତା ନିର୍ମାଣ କରି ଛାଡି ଦିଆଯାଇଛି।ଯାହାକି ବର୍ଷା ଦିନରେ ଏହି ରାସ୍ତାକାଦୁଅରେ ଭରି ଯାଉଥିବାବେଳେ ଏହାର ଉପରେ ଦେଇ ଯିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହେଉଛି। ଖୋଦ୍‍ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କର ନିଜ ଗ୍ରାମ ପାତ୍ରପୁଟ ହୋଇଥିଲେ ହେଁ ଏହି ରାସ୍ତା ପ୍ରତି ପଦକ୍ଷେପ ନେଇନଥିବା ଅଞ୍ଚଳବାସୀ କହିଛନ୍ତି। ତେବେ ତୁରନ୍ତ ଏହି ରାସ୍ତା ମରାମତି କରାନଗଲେ ଏହି ଅଞ୍ଚଳବାସୀ ମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ବିଧାୟକ ଶ୍ରୀ ପ୍ରଧାନୀଙ୍କୁ ପଚାରିବାରୁ ଏହିରାସ୍ତା ଖରାପ ସଂପର୍କରେ ସେ ଜାଣିଥିବାବେଳେ ପଦକ୍ଷେପ ନିଆଯାଉଥିବା କହିଥିଲେ। ଏହି ରାସ୍ତାର ଦୂରାବସ୍ଥା ସଂପର୍କରେ ପ୍ରତିକ୍ରିୟା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଜନ (ଆର.ଡବ୍ୟୁ.ଡି ) ନିର୍ବାହୀଯନ୍ତ୍ରୀ ସୁଦାମ ଚରଣ ମହାପାତ୍ରଙ୍କୁ ବାରମ୍ବାର ମୋବାଇଲରେ ଯୋଗାଯୋଗ ଉଦ୍ୟମ କରିଥିଲେ ହେଁ ସମ୍ଭବପର ହୋଇପାରିନାହିଁ।

Hot this week

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

Related Articles

Popular Categories