www.samajalive.in
Friday, December 5, 2025
20.1 C
Bhubaneswar

ଘାଟିତଳ ରାସ୍ତା ପାଲଟିଛି ମରଣ ଜନ୍ତା

ଠାକୁରମୁଣ୍ଡା: ସରକାରଙ୍କ ସ୍ଲୋଗାନ ଥିଲା ଗମନାଗମନ ଯେଉଁ ଦେଶରେ ଯେତେ ଉନ୍ନତ ସେ ଦେଶ ସେତେ ବିକଶିତ। ଏଥିପାଇଁ ଆମ ଦେଶରେ ସରକାର ପ୍ରଥମେ ଗମନାଗମନ ଉପରେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ମାତ୍ର ସରକାରଙ୍କ ଏହି ଲକ୍ଷ୍ୟ ସଠିକ୍ ଭାବେ କାର୍ୟ୍ୟକାରୀ ହେଉନଥିବା ଦେଖାଯାଇଛି । ସରକାରୀ ବାବୁଭାୟା ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ରାସ୍ତା କାର୍ୟ୍ୟ, ଫଳରେ ରାସ୍ତାଗୁଡ଼ିକ ଏତେ ନିମ୍ନମାନର ହେଉଛି ଯେ ୫/୬ମାସ ମଧ୍ୟରେ ନଷ୍ଟହୋଇ ପୂର୍ବାବସ୍ଥାକୁ ଫେରି ଆସିଛି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଓ କାପ୍ତିପଦା ବ୍ଲକକୁ ସଂଯୋଗ କରୁଥିବା ଗ୍ରାମ ଉନ୍ନୟନ ବିଭାଗର ରାସ୍ତା। ଏହି ରାସ୍ତା ଠାକୁରମୁଣ୍ଡାରୁ ବାରିପଦା ସଦର ମହକୁମାକୁ ଯିବା ପାଇଁ ମୁଖ୍ୟ ରାସ୍ତା ହୋଇଥିବା ବେଳେ ଶରତ ଠାରୁ ଭେଜିଦିହା ପର୍ୟ୍ୟନ୍ତ ୧୧ କିମି ଆର୍ ଡି ରାସ୍ତା ଅତି ଶୋଚନୀୟ ଓ ବିପଦପୂର୍ଣ୍ଣ। ଅଧିକନ୍ତୁ ଶିମିଳିପାଳ ଅନ୍ତର୍ଗତ ଶରତ ଘାଟି ଦେଇ ଏହି ରାସ୍ତା ଯାଇଥିବାରୁ ଏହା ଅଧିକ ବିପଦପୂର୍ଣ୍ଣ ହୋଇଛି। ଘାଟିରାସ୍ତାରେ ବିପଦପୂର୍ଣ୍ଣ ସ୍ଥାନମାନଙ୍କରେ ଓ ବାଙ୍କ ପୂର୍ବରୁ ସୂଚନା ଚିହ୍ନ ଦିଆଯାଇ ନାହିଁ କିମ୍ବା ସୁରକ୍ଷା ପାଚେରୀ ନାହିଁ। ଅନେକ ସମୟରେ ଏହି ଘାଟିରେ ଦୁର୍ଘଟଣା ଘଟି ଯାତ୍ରୀ ମୃତାହତ ହୋଇଥିବାର ଆନେଇ ନଜିର ଅଛି।

ଏହି ରାସ୍ତା ଭେଜିଦିହଠାରୁ ନଟୋ ଛକ ପର୍ୟ୍ୟନ୍ତ କରଞ୍ଜିଆ ଆର୍ ଡି ଅଧୀନରେ ଥିବାବେଳେ ନଟୋ ଛକଠାରୁ କପ୍ତିପଡା ପର୍ୟ୍ୟନ୍ତ କପ୍ତିପଡ଼ା ଆର୍ ଡି ଅଧୀନରେ ଅଛି । ଜିଲ୍ଲା ହେଡ୍ କ୍ୱାଟରକୁ ସଂଯୋଗ କରୁଥିବା ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହଶହ ଯାନବାହନ କରଞ୍ଜିଆ, ଠାକୁରମୁଣ୍ଡା ଓ ରାଜଧାନୀ ଭୁବନେଶ୍ଵର ପର୍ୟ୍ୟନ୍ତ ଯାତାୟାତ କରୁଛନ୍ତି। ଅନେକ ଦିନରୁ ରାସ୍ତା ମରାମତି ପାଇଁ ଦାବି ହେଉଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଟଙ୍କା ମରାମତି ବାବଦରେ ଖର୍ଚ୍ଚ ହେଉଛି ମାତ୍ର ରାସ୍ତାର ଅବସ୍ଥା ଯେମିତି କି ସେମିତି । ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories