www.samajalive.in
Friday, December 12, 2025
15.1 C
Bhubaneswar

ଲକ୍‌ଡାଉନ ଯାଞ୍ଚ କଡ଼ାକଡ଼ି, ରାଜଧାନୀରେ ପିପିଇ କିଟ୍‌ ପିନ୍ଧି ଚେକିଂ

ଭୁବନେଶ୍ବର: ୧୪ ଦିନଆ ଲକ୍‌ଡାଉନ ଘୋଷଣା ପରେ ରାଜଧାନୀରେ ଯାଞ୍ଚ ଜୋରଦାର୍‌ କରାଯାଇଛି। ସହରର ୪୪ଟି ସ୍ଥାନରେ ଯାଞ୍ଚ କରାଯାଉଛି। ପ୍ରବେଶ ଏବଂ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଛି। ଏହାସହ ଜରୁରୀ କାର୍ୟ୍ୟ ନଥିଲେ ସହର ଭିତରେ ପ୍ରବେଶକୁ ଅନୁମତି ଦିଆଯାଉନି। ଯେଉଁମାନେ ଅତ୍ୟାବଶ୍ୟକ ସାମଗ୍ରୀ ବା ଜରୁରୀ କାର୍ୟ୍ୟରେ ନିୟୋଜିତ ଅଛନ୍ତି, ସେମାନଙ୍କୁ ଛଡାଯାଉଛି ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି।
ସେପଟେ ଆଜି ଅନେକ ଅମାନିଆ ବିଭିନ୍ନ ଆଳ ଦେଖାଇ ଖସିଯିବାକୁ ଚେଷ୍ଟା କରିଥିଲେ। ବୁଲୁଥିବା ଅମାନିଆଙ୍କ ଠାରୁ ପୁଲିସ ଜୋରିମାନା ଆଦାୟ କରିଛି। ଏଜି, ଜୟଦେବବିହାର, ବାଣୀବିହାର, ରାଜମହଲ, ନାଲ୍‌କୋ, ଶିଶୁଭବନ, ପଟିଆ, କଳ୍ପନା ଭଳି ଛକରେ ପୁଲିସ ଯାଞ୍ଚକୁ କଡାକଡି କରିଛି। ସହରରେ ୧୮ ପ୍ଲାଟୁନ୍‌ ପୁଲିସ ଫୋର୍ସ ସହ ୧୦୦ ଜଣ ଅଫିସରଙ୍କୁ ନିୟୋଜିତ କରାଯାଇଛି।

ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। କମିସନରେଟ ପୁଲିସର କର୍ମଚାରୀଙ୍କୁ ଘାରିଛି କରୋନା ସଂକ୍ରମଣ ଚିନ୍ତା। ସେମାନଙ୍କ ସୁରକ୍ଷାକୁ ପୁଲିସ ଆହୁରି ଗୁରୁତ୍ବ ଦେଇଛି। ସହରର ବିଭିନ୍ନ ଛକରେ ପୁଲିସ କର୍ମଚାରୀ ପିପିଇ କିଟ୍‌ ପିନ୍ଧି ଲୋକଙ୍କୁ ତନ୍ନତନ୍ନ କରି ଯାଞ୍ଚ କରୁଛି। ବିଭିନ୍ନ ଛକରେ ଜଣେ କିମ୍ବା ଦୁଇ ଜଣ ପୁଲିସ କର୍ମଚାରୀ ଲୋକଙ୍କୁ ଯାଞ୍ଚ କରୁଛନ୍ତି। ଆଜି କଟକଣାକୁ ଅମାନ୍ୟ କରି ଘରୁ ବାହାରିଥିବା ୨୦୦୦ରୁ ଊର୍ଦ୍ଧ୍ବ ଗାଡି ଚାଳକଙ୍କ ଠାରୁ ପୁଲିସ ଜୋରିମାନା ଆଦାୟ କରିଛି।
ବିନା ଅନୁମତି ପତ୍ରରେ ଛାଡିବନି ପୁଲିସ

- Advertisement -

ବ୍ୟାଙ୍କ, ଆଇଟି ଓ ଇନ୍‌ସୁରାନ୍ସ କମ୍ପାନୀ, ସ୍ବାସ୍ଥ୍ୟସେବା, ଗଣମାଧ୍ୟମ କର୍ମଚାରୀଙ୍କୁ କାର୍ୟ୍ୟାଳୟ ଯିବାକୁ ଅନୁମତି ଦିଆଯାଇଛି। ଆଜି ବ୍ୟାଙ୍କ, ଆଇଟି ଓ ଇନ୍‌ସୁରାନ୍ସ କମ୍ପାନୀର ଅନେକ କର୍ମଚାରୀଙ୍କୁ କାର୍ୟ୍ୟାଳୟ ଯିବା ଲାଗି ଅନୁମତି ମିଳିନଥିଲେ ମଧ୍ୟ ସେମାନେ ଆଇ-କାର୍ଡ ଦେଖାଇ ବୁଲାବୁଲି କରୁଛନ୍ତି। ନିୟମ ଭାଙ୍ଗୁଥିବା କେତେକ କର୍ମଚାରୀଙ୍କ ଠାରୁ ପୁଲିସ ଜୋରିମାନା ଆଦାୟ କରିଛି। ସୋମବାରଠାରୁ ଯାଞ୍ଚକୁ କଡାକଡି କରାଯିବା ସହ କାର୍ୟ୍ୟାଳୟ ଅନୁମତି ପତ୍ର ଆଣିବା ବାଧ୍ୟତାମୂଳକ କରାଯାଇଛି। କାର୍ୟ୍ୟାଳୟର ବିନା ଅନୁମତି ପତ୍ରରେ କୌଣସି କର୍ମଚାରୀଙ୍କୁ ଛଡାଯିବନି ବୋଲି କମିସନରେଟ ପୁଲିସ ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି। । ସୋମବାର ସୁଦ୍ଧା କର୍ମଚାରୀ ତାଲିକା ଦେବାକୁ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories