www.samajalive.in
Sunday, December 7, 2025
16.1 C
Bhubaneswar

ଅପହଞ୍ଚ ଇଲାକାର ପରିବର୍ତ୍ତିତ ଚିତ୍ର: ଆଦିବାସୀଙ୍କ ବଦଳିଛି ଚିନ୍ତାଧାରା, ବଢ଼ିଛି ବିଶ୍ୱାସ

କୋରାପୁଟ: ଦୀର୍ଘଦିନର ପରିଶ୍ରମ ଓ ତୃଣମୂଳସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି ପରେ ଦୁର୍ଗମ ଓ ଅପହଞ୍ଚ ଇଲାକାର ଚିତ୍ର ବଦଳିଛି। ଆଦିବାସୀଙ୍କ ଚିନ୍ତାଧାରା ବଦଳିଛି, ବ୍ୟବହାରିକ ପରିବର୍ତ୍ତନ ହୋଇଛି, ବିପଦ ଆଶଙ୍କା ସତ୍ତ୍ବେ ସରକାରୀ ବ୍ୟବସ୍ଥା ଉପରେ ଆସ୍ଥା ବଢ଼ିଛି। କଳାହାଣ୍ଡି ଜିଲା ସୀମାନ୍ତବାସୀଙ୍କୁ ସ୍ୱାସ୍ଥ୍ୟସେବା ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାର ପାର ହୋଇ ନବରଙ୍ଗପୁର ଜିଲା ଉପରେ ନିର୍ଭର କରିବାକୁ ପଡ଼ୁଛି। ତଥାପି ସରକାରୀ ବ୍ୟବସ୍ଥା ଉପରେ ବିଶ୍ୱାସ ରଖି ସେମାନେ ଡାକ୍ତରଖାନା ମୁହାଁ ହୋଇଛନ୍ତି। ଫଳରେ ଉପାନ୍ତ ଅଞ୍ଚଳର ଶିଶୁ ଓ ମାତୃ ମୃତ୍ୟୁହାର ବହୁ ମାତ୍ରାରେ ରୋକାଯାଇପାରିଛି।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସଚେତନତା ଅଭାବରୁ ଶିଶୁ ଓ ମାତୃ ମୃତ୍ୟୁହାର ବଢ଼ିବାରେ ଲାଗିଥିଲା। ଏଭଳି ସମୟରେ ସରକାରଙ୍କ ପକ୍ଷରୁ ୟୁନିସେଫ ସହାୟତାରେ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ସଚେତନତା ସୃଷ୍ଟି କରାଯିବା ସହ ଗର୍ଭବତୀମାନେ ଯେଭଳି ଘରେ ପ୍ରସବ ନ କରି ଡାକ୍ତରଖାନାରେ ପ୍ରସବ କରାଇବେ ସେ ଦିଗରେ ପ୍ରୟାସ କରାଯାଇଥିଲା। ଫଳସ୍ୱରୂପ ଏବେ ଦୁର୍ଗମ ଓ ଅପହଞ୍ଚ ଇଲାକାର ଗର୍ଭବତୀଙ୍କ ଚିନ୍ତାଧାରାରେ ବ୍ୟାପକ ପରିବର୍ତ୍ତନ ହୋଇଛି। ସରକାରୀ ବ୍ୟବସ୍ଥା ଉପରେ ଆସ୍ଥା ଓ ବିଶ୍ୱାସ ବଢ଼ିବା ସହ ବହୁ କଷ୍ଟ ସହ୍ୟ କରି ମଧ୍ୟ ଉପାନ୍ତବାସୀ ଡାକ୍ତରଖାନାରେ ସୁରକ୍ଷିତ ପ୍ରସବ କରାଉଛନ୍ତି। ଏହାଦ୍ୱାରା ସଚେତନତା ଅଭାବରୁ ବଢ଼ି ଚାଲିଥିବା ମାତୃ ଓ ଶିଶୁ ମୃତ୍ୟୁହାର ରୋକାଯାଇପାରିଛି।

 

- Advertisement -


କଳାହାଣ୍ଡି ଜିଲା ଥୂଆମୂଳରାମପୁର ବ୍ଲକ ପଦେଇପଦର ପଞ୍ଚାୟତ ଘୁତ୍ରୁଖାଲ ଗାଁର କୁସୁମା ନାୟକ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ପରେ ସେଠାରେ କୌଣସି ସୁବିଧା ନ ଥିବାରୁ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ସିଏଚସିରେ ଗତ ୧୩ତାରିଖ ଦିନ ଭର୍ତ୍ତି ହୋଇଥିଲେ। ନିଜ ଜିଲାର ଥୂଆମୂଳ ସଦର ମହକୁମା ଅପେକ୍ଷା ପଡ଼ୋଶୀ ଜିଲା ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି ତାଙ୍କ ଗାଁରୁ ପାଖ ପଡ଼ୁଥିବାରୁ ସେ ଏଠାକୁ ଆସି ସୁରକ୍ଷିତ ଭାବେ ଏକ ସୁସ୍ଥ ଶିଶୁକନ୍ୟା ଜନ୍ମ ଦେଇଥିଲେ। ଡାକ୍ତରଖାନାରେ ମାତ୍ର ୪୮ଘଣ୍ଟା ରହିବା ପରେ ୧୫ତାରିଖ ଦିନ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଯିବା ବେଳେ ସେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଏକ ଡଙ୍ଗା ସାହାଯ୍ୟରେ ପାର ହୋଇ ନିଜ ଗାଁକୁ ଯାଇଥିବା ଜଣାଯାଇଛି। ଗମନାଗମନ ବାବଦକୁ ତାଙ୍କୁ ସରକାରୀ ସହାୟତା ସ୍ୱରୂପ ୫୦୦ଟଙ୍କା ପ୍ରଦାନ କରାଯିବା ସହ ସରକାରୀ ନିୟମ ଅନୁସାରେ ଡାକ୍ତରଖାନାରେ ପ୍ରସବ କରାଇଥିବାରୁ ୧୪୦୦ଟଙ୍କାର ସହାୟତା ପ୍ରଦାନ କରାଯାଇଥିବା ଜଣାଯାଇଛି। କେବଳ ସେତିକି ନୁହେଁ ଅପହଞ୍ଚ ଇଲାକାର ପ୍ରସୂତିଙ୍କୁ ଅଧିକ ଏକ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଥିବା ଜଣାଯାଇଛି। କୁସୁମାଙ୍କ ଭଳି ସମସ୍ତେ ଡାକ୍ତରଖାନାରେ ସୁରକ୍ଷିତ ପ୍ରସବ କରାଇଲେ ଦୁର୍ଗମ ଅଞ୍ଚଳରେ ଶିଶୁ ଓ ମାତୃ ମୃତ୍ୟୁହାରରେ ରୋକ ଲାଗିବ ବୋଲି ମତପ୍ରକାଶ ପାଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories